Advertisment

ନବ ଦାସ ହତ୍ୟା ମାମଲା : ଓଟିଭି ହାତରେ ଏକ୍ସକ୍ଲୁସିଭ୍‌ ଫଟୋ

ଯେଉଁ ଫଟୋରେ ନବ ଦାସଙ୍କ ସାମ୍ନାରେ ଠିଆ ହୋଇ ଗୋପାଳ ବନ୍ଧୁକରୁ ଫାୟାରିଂ କରୁଥିବା ଭଳି ମୁଦ୍ରାରେ ଛିଡା ହୋଇଥିବା ଜଣାପଡିଛି। ନବ ଦାସ ଗାଡିରୁ ଓହ୍ଲାଇବା ମାତ୍ରେ ଗୋପାଳ ଦୁଇ ହାତରେ ବନ୍ଧୁକରୁ ସାମ୍ନାରୁ ଗୁଳି ମାରୁଥିବା ଭଳି ଜଣାପଡୁଛି

ଅଦ୍ୟତନ ହୋଇଛି
Naba Das Death Case: Gopal Das Picture Goes Viral

Naba Das - Gopal Das

Advertisment

ମନ୍ତ୍ରୀ ନବ ଦାସଙ୍କୁ କେମିତି ମାରିଥିଲା ଗୋପାଳ? ପୂର୍ବରୁ ନବ ଦାସ ଙ୍କ ପାଖରେ ଗୋପାଳର ଏକାଧିକ ଫଟୋ ଓ ଭିଡିଓ ସାମ୍ନାକୁ ଆସିଥିବା ବେଳେ ଏବେ ମିଳିଛି ଆଉ ଏକ ଏକ୍ସକ୍ଲୁସିଭ୍‌ ଫଟୋ। ଯେଉଁ ଫଟୋରେ ନବ ଦାସଙ୍କ ସାମ୍ନାରେ ଠିଆ ହୋଇ ଗୋପାଳ ବନ୍ଧୁକରୁ ଫାୟାରିଂ କରୁଥିବା ଭଳି ମୁଦ୍ରାରେ ଛିଡା ହୋଇଥିବା ଜଣାପଡିଛି। ନବ ଦାସ ଗାଡିରୁ ଓହ୍ଲାଇବା ମାତ୍ରେ ଗୋପାଳ ଦୁଇ ହାତରେ ବନ୍ଧୁକରୁ ସାମ୍ନାରୁ ଗୁଳି ମାରୁଥିବା ଭଳି ଜଣାପଡୁଛି। ପୂର୍ବରୁ ନବଦାସ ହତ୍ୟା ବେଳର ଏକାଧିକ ଭିଡିଓ ସାମ୍ନାକୁ ଆସିଥିଲେ ବି ଅଭିଯୁକ୍ତ ସାମ୍ନା ପଟୁ ଗୁଳି କରୁଥିବାର ଫଟୋ କିମ୍ବା ଭିଡିଓ ସାମ୍ନାକୁ ଆସିନଥିଲା। ଏହି ଫଟୋରେ ବନ୍ଧୁକ ଦେଖାଯାଉନଥିଲେ ବି ଅଭିଯୁକ୍ତ ଗୋପାଳର ପୋଜିସନ୍‌ ସ୍ପଷ୍ଟ ବାରି ହୋଇଛି।

Advertisment

ସେପଟେ ଆସନ୍ତାକାଲି ବିଧାନସଭା ବସୁଥିବାରୁ ଏହାକୁ ନେଇ ଇସ୍ୟୁ କରିବେ ବିରୋଧୀ। ତେବେ  ମନ୍ତ୍ରୀ ନବ ଦାସ ହତ୍ୟା ପ୍ରସଙ୍ଗରେ ମୁହଁ ଖୋଲିଲେନି ପୋଲିସ ଡିଜି। ହତ୍ୟାକାଣ୍ଡର ୨୩ ଦିନ ପରେ ବି ଏଯାଏ ନବଙ୍କୁ ହତ୍ୟାର ଉଦ୍ଦେଶ୍ୟ ସାମ୍ନାକୁ ଆସିନି।ଏନେଇ ଗୋପାଳ ଦାସର ସମସ୍ତ ଟେଷ୍ଟ ରିପୋର୍ଟ କେବେ ଆସିବ ? ଏପର୍ଯ୍ୟନ୍ତ ଆସିଥିବା ରିପୋର୍ଟରେ କ’ଣ ରହିଛି ? ସେନେଇ ଆଜି ପଚରାଯାଇଥିବା ପ୍ରଶ୍ନର ଉତ୍ତର ନେଇ ଚୁପ୍ ରହିଥିଲେ ପୋଲିସ୍ ଡିଜି। ଆସନ୍ତାକାଲି ହେବାକୁ ଥିବା ବଜେଟ ଅଧିବେଶନ ପୂର୍ବରୁ ପୋଲିସ ଡିଜି ଆଜି ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରୁଥିଲେ। ଏହି ସମୟରେ ଗଣମାଧ୍ୟମ ପ୍ରତିନିଧିମାନେ ନବ ଦାସ ହତ୍ୟାର ଉଦ୍ଦେଶ୍ୟ ସମ୍ପର୍କରେ ପ୍ରଶ୍ନ କରିଥିଲେ ମଧ୍ୟ ଏସବୁକୁ ପୋଲିସ ଡିଜି ଏଡାଇ ଦେଇଥିଲେ।।

Naba Das
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ