ଆପଣ ଜାଣନ୍ତି କି ଏକ୍ସପ୍ରେସ-ୱେ, ହାଇୱେ ମଧ୍ୟରେ ଫରକ ?

ଏକ୍ସପ୍ରେସ-ୱେ, ହାଇୱେ ଏବଂ ଫ୍ରୀୱେ ମଧ୍ୟରେ ବିଶେଷ ଫରକ ରହିଛି । ଏହି ୩ଟି ରାସ୍ତାର ନାଁକୁ ପ୍ରାୟ ସମସ୍ତେ ଜାଣିଥିବେ । ହେଲେ ଏହାରି ମଧ୍ୟରେ ରହିଥିବା ଅନେକ ତଥ୍ୟ ବହୁ ଲୋକ ଜାଣିନଥିବେ ।

ଜାଣନ୍ତୁ ଏକ୍ସପ୍ରେସ-ୱେ, ହାଇୱେ ଏବଂ ଫ୍ରୀୱେ ମଧ୍ୟରେ ଫରକ

ଏକ୍ସପ୍ରେସ-ୱେ ଏବଂ ହାଇୱେର ନାଁ ପ୍ରାୟ ସମସ୍ତେ ଜାଣନ୍ତି । ହେଲେ ଏ ଏକ୍ସପ୍ରେସ-ୱେ ଓ ହାଇୱେ ବିଷୟରେ ରହିଥିବା ତଥ୍ୟ କେତେ ଲୋକ ଜାଣିଛନ୍ତି । ଏହାରି ମଧ୍ୟରେ ରହିଥିବା ପାର୍ଥକ୍ୟକୁ ଆପଣ ଜାଣନ୍ତି କି ? ଏକ୍ସପ୍ରେସ-ୱେ ଏବଂ ହାଇୱେ ମଧ୍ୟରେ ଫରକ କ’ଣ ? କାହିଁକି ଏହି ରାସ୍ତାର ନାଁ ଏପରି ରଖାଯାଇଛି ? ଆସନ୍ତୁ ଜାଣିବା...

ଏକ୍ସପ୍ରେସ-ୱେ, ହାଇୱେ ଏବଂ ଫ୍ରୀୱେ ମଧ୍ୟରେ ବିଶେଷ ଫରକ ରହିଛି । ଏହି ୩ଟି ରାସ୍ତାର ନାଁକୁ ପ୍ରାୟ ସମସ୍ତେ ଜାଣିଥିବେ । ହେଲେ ଏହାରି ମଧ୍ୟରେ ରହିଥିବା ଅନେକ ତଥ୍ୟ ବହୁ ଲୋକ ଜାଣିନଥିବେ ।

ଅଧିକ ପଢ଼ନ୍ତୁ: ଜାଣନ୍ତି କି କଣ ଏହି ଡିଜିଟାଲ କରେନ୍ସି ?

ଏକ୍ସପ୍ରେସ-ୱେର ନିର୍ମାଣ କାର୍ଯ୍ୟକୁ ହାଇ ଲେବଲ ଆନୁସାରେ ତିଆରି କରାଯାଇଥାଏ । ଏଥିରେ ୬ଲେନ୍‌ରୁ ୮ଲେନ୍‌ ଯାଏଁ ରହିଥାଏ । ଏକ୍ସପ୍ରେସ-ୱେର ରାସ୍ତାରେ ସବୁବେଳେ ଗୋଟିଏ ପଟରୁ ଗାଡ଼ି ଯାଇଥାଏ । ଗୋଟିଏ ରାସ୍ତାରେ ଯିବାଆସିବାର ଅନୁମତି ଦିଆଯାଇନଥାଏ ।

ସେହିପରି ହାଇୱେ ବା ରାଜମାର୍ଗ ଗୁରୁତ୍ୱପୂର୍ଣ୍ଣ ସହର ଓ ଗାଁକୁ ଯୋଡିଥାଏ । ଗମନାଗମନ କ୍ଷେତ୍ରରେ ଏହା ଅତ୍ୟନ୍ତ ମହତ୍ୱପୂର୍ଣ୍ଣ । ଯାହା ୨ ଲେନ୍‌ରୁ ଆରମ୍ଭ କରି ୪ ଲେନ୍‌ ଯାଏଁ ହୋଇଥାଏ ।

ଫ୍ରୀୱେକୁ କେବଳ ଲୋକଙ୍କ ଉତ୍ତମ ସୁବିଧା ପାଇଁ ତିଆରି କରାଯାଇଥାଏ । ଯାହା ୪ ଲାଇନ୍‌ ବିଶିଷ୍ଟ ହୋଇଥାଏ । ଯେଉଁଥିରେ ଉଭୟ ପାର୍ଶ୍ୱରୁ ଗାଡ଼ି ଚଳାଚଳ କରିଥାଏ । ଏହି ସମସ୍ତ ରାସ୍ତାରେ ଗାଡ଼ି ଚଳାଚଳ କରିବାକୁ ମଧ୍ୟ ନିୟମ ରହିଛି ।