ମୁମ୍ବାଇ : ଗାୟକ ଓ ନିର୍ଦେଶକ ପଲାଶ ମୁଚ୍ଛେଲ ୱେବ ସିରିଜ୍ ‘ରିକ୍ସା’ର ସଫଳତା ପରେ ଏବେ ଫିଲ୍ମ ‘ଅର୍ଧ’ର ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି । ଏହି ଫିଲ୍ମରେ ଅଭିନେତା ରାଜପାଲ ଯାଦବ ଲିଡ୍ ରୋଲରେ ନଜର ଆସିବେ। ତାଙ୍କ ବ୍ୟତୀତ ଫିଲ୍ମରେ ରୁବିନା ଦିଲେକ୍ ଓ ହିତେନ୍ ତେଜବାନୀ ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରିବେ। ଆସନ୍ତା ସେପ୍ଟେମ୍ବରରେ ଫିଲ୍ମର ସୁଟିଂ ଆରମ୍ଭ ହେବ। ଏହି ଫିଲ୍ମ ମାଧ୍ୟମରେ ରୁବିନା ଦିଲେକ୍ ବଲିଉଡ୍ରେ ଡେବ୍ୟୁ କରିବାକୁ ଯାଇଛନ୍ତି । ରୁବିନାଙ୍କ ବିଷୟରେ ରାଜପାଲ ଯାଦବ କହିଛନ୍ତି ଯେ 'ଏହି ଫିଲ୍ମରେ ମୋ ସହିତ ରୁବିନା ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ମୁଁ ବହୁତ ଖୁସି ଯେ ବର୍ତ୍ତମାନ ଆମ ଦୁହେଁ ଏକ ଭଲ ଫିଲ୍ମର ପରିବାରର ଅଂଶ ହୋଇପାରଉଛୁ , କିନ୍ତୁ ମୁଁ ଉଭୟ ହିତେଶ ତେଜୱାନୀ ଏବଂ ପାଲାଶଙ୍କ ସହ କାମ କରି ମୁଁ ବହୁତ ଖୁସି। ନିକଟରେ ଏକ ସାକ୍ଷାତକାରରେ ପଲାସ ଓ ରାଜପାଲଙ୍କର ଏହି ଫିଲ୍ମକୁ ନେଇ ଚର୍ଚ୍ଚା ହୋଇଥିଲା । ପଲାଶ କହିଥିଲେ ଯେ ‘ଅର୍ଧ’ର କାହାଣୀ ଶୁଣାଇବା ପରେ ସେ ଖୁବ୍ ଖୁସି ହୋଇଥିଲେ। ସେ କହିଲେ, ପଲାଶ! ମୋ ଫିସ୍ ୧.୨୫ ଟଙ୍କା। ବାକି ତତେ ଯାହା ଠିକ୍ ଲାଗିବ ଦେଇଦେବୁ ।
ତେବେ ଫିସ୍ କୁ ନେଇ ରାଜପାଲ ଯାଦବ କହିଛନ୍ତି, ଯେତେବେଳେ ଜଣେ ଭଲ ଫିଲ୍ମ ତିଆରି କରନ୍ତି ସେଥିରେ ତାଙ୍କ ଇଚ୍ଛା ଓ ଭଲ କିଛି କରିବାର ମନୋବୃତ୍ତି ଥାଏ । ସେହି ଉତ୍ସାହ ମୁଁ ପଲାଶଙ୍କ ଠାରେ ଦେଖିବାକୁ ପାଇଥିଲି । ତେଣୁ ମୁଁ ତାଙ୍କୁ ୧.୨୫ ଟଙ୍କା ଫିସ୍ ନେବି ବୋଲି କହିଛି। ମତେ ଥିଏଟର କରିବା ବେଳେ ଲିଡ୍ ରୋଲ୍ ମିଳୁଥିଲା। କିନ୍ତୁ ପରେ ଫିଲ୍ମରେ ମୋତେ ଛୋଟ ଓ ଦମ୍ଦାର ରୋଲ୍ ମିଳିଲା। କିନ୍ତୁ ପଲାଶଙ୍କ ଫିଲ୍ମ ଅର୍ଧରେ ପୁଣିଥରେ ମୋତେ ଲିଡ୍ ରୋଲ୍ ମିଳିବ। ଏହି ରୋଲ୍କୁ ମୁଁ କେବେଠୁ ଅପେକ୍ଷା କରିଥିଲି। ଏହା ଦର୍ଶକଙ୍କୁ ବି ପସନ୍ଦ ଆସିବ ବୋଲି କହିଛନ୍ତି ରାଜପାଲ ଯାଦବ।