Advertisment

ବୟସ ସିନା ୭୦ ଉପରେ; ଯୁବ ଅଭିନେତା ବି ଫିକା ପଡିଯାଆନ୍ତି

ଏମାନଙ୍କ ବୟସ ହେଲାଣି ୭୦ ଉପରେ। ଆଜି ବି ଏମାନେ ପରଦାରେ ଯୁବ ଅଭିନେତାଙ୍କୁ ମଧ୍ୟ ପଛରେ ପକେଇ ଦିଅନ୍ତି। ଦର୍ଶକମାନେ ଏମାନଙ୍କ ଝଲକ ପାଇବା ପାଇଁ ସବୁବେଳେ ଉତ୍ସାହର ସହିତ ଚାହିଁ ବସିଥାନ୍ତି। ତେବେ ଆସନ୍ତୁ ବଲିଉଡର ଏପରି ୬ଟି ତାରକାଙ୍କ ଉପରେ ନଜର ପକେଇ ନେବା।

ଅଦ୍ୟତନ ହୋଇଛି
Bollywood Actors

୬ bollywood actors who have ruled over bollywood after 70

Advertisment

କୁହାଯାଏ ଯେ ବଡ ପରଦାରେ ଯେତେ ଯୁବ ଚେହେରା, ସୌନ୍ଦର୍ଯ୍ୟ ଏବଂ ଗ୍ଲାମର ରହିବ ଲୋକେ ତାକୁ ପସନ୍ଦ କରିବେ। କିନ୍ତୁ କିଛି ବଲିଉଡ୍‌ ତାରକା ଅଛନ୍ତି ଯେଉଁମାନେ ବର୍ତ୍ତମାନ ସେମାନଙ୍କ ଅବସର ବୟସ ଅତିକ୍ରମ କରି ମଧ୍ୟ ସେମାନଙ୍କ ଅଭିନୟରେ ପ୍ରଶଂସକଙ୍କ ହୃଦୟରେ ରାଜ କରୁଛନ୍ତି। ଆଜି ବି ସେମାନଙ୍କ ଫିଲ୍ମକୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରୁଛନ୍ତି। ସେମାନଙ୍କ ପାଇଁ 'ବୟସ କେବଳ ଏକ ସଂଖ୍ୟା' ହୋଇ ରହିଯାଇଛି। ତେବେ ଆସନ୍ତୁ ବଲିଉଡର ଏପରି ୬ ଜଣ ତାରକାଙ୍କ ଉପରେ ନଜର ପକେଇନେବା, ଯେଉଁମାନେ ୭୦ ପ୍ଲସ୍ ହେବା ପରେ ମଧ୍ୟ ବଡ ପରଦାରେ କମାଲ କରୁଛନ୍ତି।

Advertisment

ଅମିତାଭ ବଚ୍ଚନ:

ଗତ ମାସରେ ବିଗ୍‌ ବିଙ୍କୁ ୮୦ବର୍ଷ ହୋଇଛି। ଏ ବୟସରେ ମଧ୍ୟ ଲୋକମାନେ ତାଙ୍କର ଉତ୍ସାହ, ଉଦ୍ଦୀପନା ଦେଖି ଲୋକେ ଆଶ୍ଚର୍ଯ୍ୟ ହେଉଥିବା ବେଳେ ତାଙ୍କୁ ପରଦାରେ ଦେଖିବା ପାଇଁ ଅପେକ୍ଷା କରି ରହିଥାନ୍ତି। 'କୌନ ବନେଗା କରୋଡପତି' ହେଉ କି ଚଳଚ୍ଚିତ୍ର ହେଉ, ଅମିତାଭ ବଚ୍ଚନ ଯୁବ ତାରକାଙ୍କ ଅପେକ୍ଷା ଅଧିକ ସକ୍ରିୟ ରହୁଥିବା ବେଳେ ପରଦାରେ ମଧ୍ୟ ପ୍ରାୟ ନଜର ଆସୁଛନ୍ତି।

ଧର୍ମେନ୍ଦ୍ର:

ବଲିଉଡ୍‌ ଇଣ୍ଡଷ୍ଟ୍ରିର ରୋମାଣ୍ଟିକ୍‌ ଏବଂ ଆକ୍ସନ୍ ହିରୋ ଭାବେ ବେଶ ନାଁ କମେଇଥିବା ଧର୍ମେନ୍ଦ୍ରଙ୍କୁ ଏବେ ୮୬ବର୍ଷ ବୟସ ହେଲାଣି। ସେ ଆଜି ବି ବଲିଉଡରେ ନିଜର ଦବଦବାକୁ ଜମେଇ ରଖିଛନ୍ତି। ଖୁବ୍ ଶୀଘ୍ର ତାଙ୍କୁ ଫିଲ୍ମ ‘ରକି ଔର୍ ରାନୀ କି ପ୍ରେମ କାହାନୀ’ ଏବଂ ‘ଆପ୍‌ନେ ୨’ ରେ ଦେଖିବାକୁ ମିଳିବ।

Advertisment

ଅଧିକ ପଢ଼ନ୍ତୁ: ବଲିଉଡ୍‌ରେ ଓଡ଼ିଆ ପୁଅର କମାଲ; ବିଗ୍‌ ବିଠୁ କିଙ୍ଗଖାନ୍‌ ସମସ୍ତେ ୟାଙ୍କ ଇସାରାରେ ନାଚନ୍ତି

ରଜନୀକାନ୍ତ:

ରଜନୀକାନ୍ତଙ୍କ ରାଜ୍ କେବଳ ସାଉଥ୍‌ରେ ନୁହେଁ ବଲିଉଡ୍‌ରେ ମଧ୍ୟ ଚାଲିଛି। ସେ ୭୧ ବର୍ଷ ଅତିକ୍ରମ କରିଥିଲେ ବି ତାଙ୍କ ଚାର୍ମ ଏବେ ବି ରହିଛି। ତାଙ୍କୁ ପରଦାରେ ଦେଖିବା ପାଇଁ ଲୋକେ ପାଗଳ ହୋଇଯାଆନ୍ତି।

Advertisment

ନସୀରୁଦ୍ଦିନ ଶାହା:

ଗମ୍ଭୀର ମଣିଷ କୁହାଯାଉଥିବା ନସୀରୁଦ୍ଦିନ ଶାହାଙ୍କୁ ୭୨ ବର୍ଷ ହୋଇଛି ଏବଂ ଆଜି ମଧ୍ୟ ସେ ତାଙ୍କ ଅଭିନୟର ଯାଦୁରେ ବଲିଉଡ୍‌କୁ ନିଜ କବ୍ଜାରେ ରଖିଛନ୍ତି। ନିକଟରେ ତାଙ୍କୁ 'ବନ୍ଦିଶ୍ ଭେଣ୍ଡିଟ୍'ରେ ଦେଖିବାକୁ ମିଳିଥିଲା।

ମିଥୁନ ଚକ୍ରବର୍ତ୍ତୀ:

ସେ ବଡ ପରଦା ହେଉ କି ଛୋଟ ପରଦା ସବୁଠି ଯାହାଙ୍କ ରାଜ୍ ସେ ହେଲେ ଦାଦା ଓରଫ୍ ମିଥୁନ ଚକ୍ରବର୍ତ୍ତୀ। ତାଙ୍କୁ ଏବେ ୭୨ ବର୍ଷ ହେଲାଣି। କିନ୍ତୁ ଆଜି ବି ତାଙ୍କର ଡ୍ୟାନ୍ସିଂ ସ୍କିଲ୍ ଏବଂ ଅଭିନୟର କୌଣସି ଜବାବ ନାହିଁ। ନିକଟରେ ତାଙ୍କୁ ଫିଲ୍ମ 'ଦ କାଶ୍ମୀର ଫାଇଲ୍ସ'ରେ ଦେଖିବାକୁ ମିଳିଥିଲା। ଏହା ସହିତ ସେ ‘ଡ୍ୟାନ୍ସ ରିଅଲିଟି ଶୋ’ର ମଧ୍ୟ ବିଚାରପତି ଅଛନ୍ତି।

ଡାନି:

କେତେବେଳେ ଭିଲେନ୍ ତ କେତେବେଳେ କ୍ୟାରେକ୍ଟର ଭାବରେ ଅଭିନୟ କରି ଡାନି ସର୍ବଦା ପ୍ରଶଂସକଙ୍କ ହୃଦୟ ଜିତିଛନ୍ତି। ନିକଟରେ ସେ ଅମିତାଭ ବଚ୍ଚନଙ୍କ ସହ ‘ଉଚ୍ଚାଇ’ ଫିଲ୍ମରେ ନଜର ଆସିଥିଲେ। ୭୪ ବର୍ଷରେ ବି ତାଙ୍କ ଅଭିନୟରେ କୌଣସି କମଜୋରି ପଡିନି।

Amitabh Bachchan Bollywood Dharmendra Deol Rajnikanth Mithun Chakraborty Naseeruddin Shah
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ