Advertisment

Zakir Hussain: ଜାକିର ହୁସେନ୍‌ଙ୍କ ପ୍ରେମକୁ ସ୍ୱୀକାର କରି ନଥିଲେ ମା’: ପତ୍ନୀ ଥିଲେ ଅନ୍ୟ ଧର୍ମର

ଜାକିର ହୁସେନ୍ ସିନା ଆଉ ଆମ ଗହଣରେ ନାହାଁନ୍ତି କିନ୍ତୁ ସେ ଦେଇଯାଇଥିବା କଳା ଆମ ଗହଣରେ ସବୁଦିନ ରହିବ। ତେବେ ଆସନ୍ତୁ ଏହି ମହାନ ସଂଗୀତଜ୍ଞଙ୍କ ପ୍ରେମ କାହାଣୀ ଆଉ ତାଙ୍କର ଶେଷ ଇଚ୍ଛା କ’ଣ ଥିଲା ଜାଣିବା। ତାଙ୍କର ଶେଷ ଇଚ୍ଛା ହୁଏତ ଆପଣଙ୍କ ଆଖିରେ ଲୁହ ଆଣିଦେବ।

ଅଦ୍ୟତନ ହୋଇଛି
Zakir hussain Antonia minnecola love story

Zakir hussain Antonia minnecola love story

Advertisment

ସୋମବାର ସକାଳେ ଆମେରିକାର ଏକ ଡାକ୍ତରଖାନାରେ ଭାରତର ଅନ୍ୟତମ ପ୍ରସିଦ୍ଧ ସଂଗୀତଜ୍ଞ ଜାକିର ହୁସେନ୍‌ଙ୍କ ୭୩ ବୟସରେ ଦେହାନ୍ତ ହୋଇଛି। ଜାକିର ହୁସେନ୍ ମାତ୍ର ସାତ ବର୍ଷ ବୟସରେ ତାଙ୍କର ପ୍ରଥମ କନ୍‌ସର୍ଟ ପରିବେଷଣ କରିଥିଲେ ଏବଂ ଛଅ ଦଶନ୍ଧିରୁ ଅଧିକ ସମୟ ଧରି ତାଙ୍କର ଚମତ୍କାର ପ୍ରତିଭା ଏବଂ ଜୋଶ୍ ଦ୍ୱାରା ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିବାରେ ଲାଗିଲେ।

Advertisment

ତାଙ୍କର ଦେହାନ୍ତ ସଂଗୀତ ଜଗତରେ ଶୋକର ଲହରୀ ପରି ଆସିଥିଲା ​​ଏବଂ ତାଙ୍କ ପ୍ରଶଂସକମାନେ ବିଶ୍ୱାସ କରିପାରି ନଥିଲେ ଯେ ଜାକିର ପ୍ରକୃତରେ ଏ ଦୁନିଆରେ ଆଉ ନାହାଁନ୍ତି। ଏହା ସତ, ଜାକିର ଆଉ ନାହାଁନ୍ତି କିନ୍ତୁ ସେ ଦେଇଯାଇଥିବା କଳା ଆମ ଗହଣରେ ସବୁଦିନ ରହିବ।

ଅଧିକ ପଢ଼ନ୍ତୁ: ଜାକିର ହୁସେନ୍‌ଙ୍କୁ ଆମେରିକାର ଏକ ଶୋ’ରେ ମିଳିଥିଲା ୫ ଟଙ୍କା, USA ଆକ୍ସନ୍ ଫିଲ୍ମରେ ଆସିଲେ ନଜର

Advertisment

ତେବେ ଆସନ୍ତୁ ଏହି ମହାନ ସଂଗୀତଜ୍ଞଙ୍କ ପ୍ରେମ କାହାଣୀ ଆଉ ତାଙ୍କର ଶେଷ ଇଚ୍ଛା କ’ଣ ଥିଲା ଜାଣିବା। ତାଙ୍କର ଶେଷ ଇଚ୍ଛା ହୁଏତ ଆପଣଙ୍କ ଆଖିରେ ଲୁହ ଆଣିଦେବ।

Zakir hussain Antonia minnecola love storyଜାକିର ହୁସେନ୍‌ଙ୍କ ପ୍ରେମକୁ ସ୍ୱୀକାର କରି ନଥିଲେ ମା’

ଜାକିରଙ୍କ ପରିବାର:

ଏହି ମହାନ ତବଲା ବାଦକଙ୍କ ପରିବାରରେ ବର୍ତ୍ତମାନ ତାଙ୍କ ପତ୍ନୀ ଆଣ୍ଟୋନିୟା ମିନେକୋଲା ଏବଂ ଦୁଇ ଝିଅ ଅନିସା କୁରେଶି ଏବଂ ଇସାବେଲ୍ କୁରେଶି ଅଛନ୍ତି। ଆମେରିକାରେ ସଙ୍ଗୀତରେ କ୍ୟାରିୟର କରିବାକୁ ସଂଘର୍ଷ କରୁଥିବାବେଳେ ଜାକିର ଏବଂ ଆଣ୍ଟୋନିୟା ପ୍ରେମରେ ପଡିଥିଲେ।

Advertisment

ଡେଟିଂ:

ଜାକିର ହୁସେନ୍ ସିମୀ ଗ୍ରେବାଲଙ୍କ ସହ ରେଣ୍ଡେଜଭୋସର ଏକ ଏପିସୋଡ୍‌ରେ କହିଥିଲେ ଯେ ସେ ଏବଂ ଆଣ୍ଟୋନିୟା ମିନାକୋଲଙ୍କୁ ଭେଟିବାର କିଛି ମାସ ପରେ ଡେଟିଂ ଆରମ୍ଭ କରିଥିଲେ ଏବଂ ଶେଷରେ ୧୯୭୮ରେ ୭ ବର୍ଷ ପରେ ବିବାହ କରିଥିଲେ। ତେବେ ଏହି ବିବାହରେ ତାଙ୍କ ମା’ ଖୁସି ନ ଥିଲେ। ତଥାପି ବିନା ଅନୁମତିରେ ସେ ତାଙ୍କୁ ବିବାହ କରିଥିଲେ।

Zakir hussain Antonia minnecola love story ଜାକିର ହୁସେନ୍‌ଙ୍କ ପ୍ରେମକୁ ସ୍ୱୀକାର କରି ନଥିଲେ ମା’

ବିବାହ ପାଇଁ ମା’ ନ ଥିଲେ ରାଜି:

ଜାକିର ହୁସେନ୍ କହିଥିଲେ, “ମୋ ପରିବାରରେ ଏହା ପ୍ରଥମ ମିଶ୍ରଣ (ଅଣ-ଧାର୍ମିକ) ବିବାହ ଥିଲା। ସେଥିପାଇଁ ମୋ ବାପାଙ୍କ ଅପେକ୍ଷା ମା’ଙ୍କୁ ଏହା ଅଧିକ ସମସ୍ୟା ଥିଲା। ଏହି ବିବାହକୁ ସ୍ୱୀକାର କରିବା ତାଙ୍କ ପାଇଁ ବହୁତ କଷ୍ଟସାଧ୍ୟ ଥିଲା। ତେଣୁ ମୁଁ ଆଣ୍ଟୋନିୟାଙ୍କୁ ବିବାହ ନ କରିବା ପର୍ଯ୍ୟନ୍ତ ଆମେ ତାଙ୍କୁ ଆମର ବିବାହ ବିଷୟରେ କିଛି କହି ନ ଥିଲୁ। କିନ୍ତୁ ଆମେ ମୋ ବାପାଙ୍କ ଉପସ୍ଥିତିରେ ବିବାହ କରିଥିଲୁ। ମୁସଲମାନ ରୀତିନୀତି ଅନୁଯାୟୀ ଏହି ବିବାହ ହୋଇଥିଲା।”

ଅଧିକ ପଢ଼ନ୍ତୁ: ବେଲ୍‌ ମିଳିବା ପରେ ବି କାହିଁକି ଜେଲ୍‌ରେ ରାତି କାଟିଲେ ଅଲ୍ଲୁ ?

ବାପା ବୁଝାଇଥିଲେ:

ଜାକିର ହୁସେନ୍ ଆହୁରି ମଧ୍ୟ କହିଛନ୍ତି, "ପାରମ୍ପାରିକ ବିବାହ ପରେ ମଧ୍ୟ ଏ ବିଷୟରେ କେହି ଜାଣି ନ ଥିଲେ। ଆମେ କେବଳ ଯାଇ ବିବାହ କରିଥିଲୁ। ମୁଁ ଭାବୁଛି ମୋ ବାପା ଏହି ବିବାହ ବିଷୟରେ ମୋ ମା’ଙ୍କୁ ମନାଇବା ପାଇଁ ଚେଷ୍ଟା କରିଥିଲେ।"

ଜାକିର ହୁସେନ୍ କହିଛନ୍ତି, "ମୁଁ ଭାବୁଛି ସେ କିପରି ଭାବରେ ମା’ଙ୍କୁ ବୁଝାଇଥିବେ – ଯାହା ହେଇଗଲା ତାହା ହେଇଗଲା। ଠିକ୍ ଅଛି। ବାସ୍ ତାଙ୍କ ସହିତ ରୁହ। ମୋ ମା’ ତାଙ୍କୁ (ଆଣ୍ଟୋନିୟା) ଭେଟିଥିଲେ, ତାଙ୍କୁ ବୁଝିଥିଲେ ଏବଂ ତାଙ୍କୁ ପସନ୍ଦ କରିଥିଲେ।"

ମା’ ବୁଝିଲେ:

ଜାକିର ହୁସେନ୍ ପୁଣି କହିଛନ୍ତି, "ସେ (ଆଣ୍ଟୋନିୟା ମିନେକୋଲା) ପରମ୍ପରା ଏବଂ ଧର୍ମର ସେହି ବିଚାରଠାରୁ ଅଧିକ କାମ କରିଛନ୍ତି ଏବଂ ମା’ ଜାଣିବାକୁ ପାଇଲେ ଯେ ବ୍ୟକ୍ତି ଜଣକ ଏହି ସମ୍ପର୍କର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗ। ସେ ତାଙ୍କୁ ଭଲ ପାଆନ୍ତି ଏବଂ ତାଙ୍କ ବିଷୟରେ ବହୁତ ଭାବନ୍ତି।" ଜାକିରଙ୍କ ସହ ଉପସ୍ଥିତ ଥିବା ଆଣ୍ଟୋନିୟା ମଧ୍ୟ ସିମୀ ଗ୍ରେବାଲଙ୍କୁ ଜାକିରଙ୍କ ସହ ତାଙ୍କର ପ୍ରଥମ ସାକ୍ଷାତ ବିଷୟରେ କହିଥିଲେ।

Zakir hussain Antonia minnecola love story ଜାକିର ହୁସେନ୍‌ଙ୍କ ପରିବାର

କିପରି ହେଲା ମିଳନ:

ଆଣ୍ଟୋନିୟା ମିନେକୋଲା କହିଛନ୍ତି ଯେ ସେ ପ୍ରଥମେ ଅଲି ଆକବର ଖାନଙ୍କ ମାଧ୍ୟମରେ ଜାକିର ହୁସେନ୍‌ଙ୍କୁ ଭେଟିଥିଲେ। ସେ କହିଛନ୍ତି, "ମୁଁ ମୋର ଟ୍ରେନିଂ ଶେଷ କରିବାକୁ ଚାହୁଁଥିଲି କାରଣ ମୁଁ ଜଣେ ସ୍କଲାର୍ ଥିଲି। ମତେ ଲାଗିଲା ଯେ ମୁଁ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ ବିଷୟରେ କିଛି ଜାଣି ନାହିଁ। ମୁଁ ଅଲି ଆକବର ଖାନ ସାହାବଙ୍କୁ ଭେଟିବାକୁ ଯାଇ ତାଙ୍କୁ କହିଥିଲି ଯେ ମୁଁ ନୃତ୍ୟ ଶିଖିବାକୁ ଚାହୁଁଛି ଏବଂ ସେତେବେଳେ ମୁଁ ଜାକିରଙ୍କୁ ଭେଟିଥିଲି।”

ଆଣ୍ଟୋନିୟା ମିନେକୋଲା କହିଛନ୍ତି, "ସେହି ରାତିରେ ସେ ସେଠାରେ ଥିଲେ। ମତେ ଲାଗିଲା ସେ ଖୁବ୍ ଭଲ, ମତେ ଅନୁଭବ ହେଲା ଯେ ମୁଁ ତାଙ୍କୁ ଭଲଭାବେ ଜାଣିଛି।"

ଜାକିର ହୁସେନଙ୍କ ଶେଷ ଇଚ୍ଛା:

ଗଣମାଧ୍ୟମ ରିପୋର୍ଟରେ ଏହା କୁହାଯାଉଛି ଯେ ଜାକିର ଥରେ ତାଙ୍କ ପତ୍ନୀଙ୍କୁ କହିଥିଲେ ଯେ “ମୁଁ ସବୁବେଳେ ତୁମ ସହ ରହିବାକୁ ଚାହୁହି ଏବଂ ମୃତ୍ୟୁ ପରେ ମଧ୍ୟ ତୁମ ସହ ରହିବାକୁ ଚାହେଁ। ଏହି କାରଣରୁ ସେ ଆମେରିକାରେ ହିଁ ସମାଧି ନେବାକୁ ଇଚ୍ଛା ପ୍ରକାଶ କରିଥିଲେ।

ଅଧିକ ପଢ଼ନ୍ତୁ: ରିଲ୍ ନୁହେଁ ରିଅଲ୍‌ରେ ବନ୍ଧା ହେଲେ ‘ପୁଷ୍ପାରାଜ୍’; ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଲେ କୋର୍ଟ

Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ