Producer
ଫିଲ୍ମ 'ଉଦୟପୁର ଫାଇଲ୍ସ'ର ପ୍ରଯୋଜକ ଅମିତ ଜାନୀଙ୍କୁ Y ଶ୍ରେଣୀ ସୁରକ୍ଷା ଦେଇଛନ୍ତି କେନ୍ଦ୍ର ସରକାର। ଏ ନେଇ ଅମିତ ଜାନୀ ଟ୍ୱିଟରରେ ସୂଚନା ଦେଇଛନ୍ତି। ଏହି ନିଷ୍ପତ୍ତି ପରେ ଅମିତ ଜାନୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଧନ୍ୟବାଦ ଜଣାଇ ଟ୍ବିଟରରେ ଲେଖିଛନ୍ତି ଯେ ସରକାର ଏହି ସୁରକ୍ଷା ଦେଇଥିବାରୁ ସେ ହୃଦୟରୁ କୃତଜ୍ଞ। ତେବେ ଜାଣିଛନ୍ତି କି, କାହିଁକି ଏହି ଫିଲ୍ମ ପ୍ରଯୋଜକଙ୍କୁ ସୁରକ୍ଷା ଦିଆଯାଇଛି।
'ଉଦୟପୁର ଫାଇଲ୍ସ' ଫିଲ୍ମର ବିଷୟବସ୍ତୁକୁ ନେଇ ବହୁତ ବିବାଦ ହେଉଛି, ଯେଉଁଥିପାଇଁ ପ୍ରଯୋଜକ ଅମିତ ଜାନୀଙ୍କୁ ସୋସିଆଲ ମିଡିଆରେ ଲଗାତାର ଧମକ ମିଳୁଥିଲା। ଏପରି ପରିସ୍ଥିତିରେ କେନ୍ଦ୍ରୀୟ ସୁରକ୍ଷା ଏଜେନ୍ସିମାନେ ତାଙ୍କ ସୁରକ୍ଷାକୁ ଅଗ୍ରାଧିକାର ଦେଇ Y-ଶ୍ରେଣୀର ସୁରକ୍ଷା ପ୍ରଦାନ କରିଛନ୍ତି। ଏବେ ଅମିତ ଜାନୀଙ୍କୁ କେନ୍ଦ୍ର ସରକାରଙ୍କ ତରଫରୁ ପ୍ରାୟ ୧୧ ଜଣ ସୁରକ୍ଷାକର୍ମୀ ୨୪ ଘଣ୍ଟା ସୁରକ୍ଷା ଯୋଗାଇବେ। ଏହି ସୁରକ୍ଷାରେ ଜଣେ କିମ୍ବା ଦୁଇଜଣ କମାଣ୍ଡୋ ଏବଂ ଅନ୍ୟ ପୁଲିସ କର୍ମୀ ସାମିଲ ହୋଇଥାନ୍ତି। ଏହା ସାଧାରଣତଃ ସେହି ବ୍ୟକ୍ତିଙ୍କୁ ଦିଆଯାଏ, ଯାହାଙ୍କ ଜୀବନକୁ ଗମ୍ଭୀର ବିପଦ ଥାଏ ଏବଂ ଯାହାଙ୍କର ସାମାଜିକ ବା ରାଜନୈତିକ ପ୍ରଭାବ ବ୍ୟାପକ ହୋଇଥାଏ।
କାହିଁକି ମିଳୁଥିଲା ଧମକ?
'ଉଦୟପୁର ଫାଇଲ୍ସ' ଫିଲ୍ମ ଏକ ସତ୍ୟ ଘଟଣାର ଉପରେ ଆଧାରିତ। 'ଉଦୟପୁର ଫାଇଲ୍ସ' ଫିଲ୍ମ ୨୦୨୨ରେ ହୋଇଥିବା କନ୍ହେୟା ଲାଲଙ୍କ ହତ୍ୟା ଉପରେ ଆଧାରିତ। ଜୁନ ୨୦୨୨ରେ ରାଜସ୍ଥାନର ଉଦୟପୁରରେ କନ୍ହେୟା ଲାଲଙ୍କୁ ତାଙ୍କ ଟେଲର୍ ଦୋକାନରେ ଦୁଇ ଜଣ ବ୍ୟକ୍ତି ମହମ୍ମଦ ରିଆଜ ଏବଂ ମହମ୍ମଦ ଘୌସ୍ ହତ୍ୟା କରିଥିଲେ। କନ୍ହେୟା ଲାଲ ବିଜେପି ନେତ୍ରୀ ନୁପୁର ଶର୍ମାଙ୍କ ସମର୍ଥନରେ ପୋଷ୍ଟ କରିଥିଲେ। ଏହି ଘଟଣା ପରେ ଆକ୍ରୋଶ ସୃଷ୍ଟି ହେବା ସହ ସାମ୍ପ୍ରଦାୟିକ ହିଂସା ମଧ୍ୟ ସୃଷ୍ଟି ହୋଇଥିଲା। ଏହି ଫିଲ୍ମଟି ୮ ଅଗଷ୍ଟ ୨୦୨୫ରେ ସିନେମା ହଲରେ ମୁକ୍ତିଲାଭ କରିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Producer_1753682941.jpg)