Advertisment

ବିମାନ ବନ୍ଦରରେ ରାମଙ୍କୁ ଦେଖି ଆଶୀର୍ବାଦ ମାଗିଲେ ମହିଳା, ଦେଖନ୍ତୁ ଭିଡିଓ

ଧର୍ମ ପ୍ରତି ଭାରତୀୟଙ୍କ ଦୁର୍ବଳତା ସମସ୍ତେ ପ୍ରାୟ ଜାଣନ୍ତି। ବିଶେଷକରି ମହିଳାମାନେ ଧର୍ମ ପାଖରେ ଟିକେ ବେଶି ଭାବପ୍ରବଣ। ଟିଭି ପରଦାରେ ବା ଫିଲ୍ମରେ ରାମ, ଜଗନ୍ନାଥଙ୍କୁ ଦେଖିଲେ ମୁଣ୍ଡିଆ ମାରିବା, ମହାଭାରତ, ରାମାୟଣ ଧାରାବାହିକ ଆରମ୍ଭ ପୂର୍ବରୁ ଟିଭି ପରଦାକୁ ପୂଜା କରିବା ପରି ଅନେକ ସୁପର ନାଚୁରାଲ କାହାଣୀ ଶୁଣିଥିବେ।

ଅଦ୍ୟତନ ହୋଇଛି
Ramayan Serial Actor Arun Govil

Arun Govil at airport

Advertisment

ଧର୍ମ ପ୍ରତି ଭାରତୀୟଙ୍କ ଦୁର୍ବଳତା ସମସ୍ତେ ପ୍ରାୟ ଜାଣନ୍ତି। ବିଶେଷକରି ମହିଳାମାନେ ଧର୍ମ ପାଖରେ ଟିକେ ବେଶି ଭାବପ୍ରବଣ। ଟିଭି ପରଦାରେ ବା ଫିଲ୍ମରେ ରାମ, ଜଗନ୍ନାଥଙ୍କୁ ଦେଖିଲେ ମୁଣ୍ଡିଆ ମାରିବା, ମହାଭାରତ, ରାମାୟଣ ଧାରାବାହିକ ଆରମ୍ଭ ପୂର୍ବରୁ ଟିଭି ପରଦାକୁ ପୂଜା କରିବା ପରି ଅନେକ ସୁପର ନାଚୁରାଲ କାହାଣୀ ଶୁଣିଥିବେ। ଏପରିକି ସିରିୟଲରେ ରାମ ବା କୃଷ୍ଣ ଭୁମିକରେ ଅଭିନୟ କରିଥିବା କଳାକାରଙ୍କୁ ଯଦି ବାଟଘାଟରେ ଦେଖିଦେଲେ ସେହିଠାରେ ମୁଣ୍ଡିଆ ମାରିବା, ପୂଜାର୍ଚ୍ଚନା କରିବା ଦୃଶ୍ୟ ବି ଦେଖିବାକୁ ମିଳିଛି।

Advertisment

୩୫ ବର୍ଷରୁ ଅଧିକ ହୋଇଗଲାଣି ରାମାନନ୍ଦ ସାଗରଙ୍କ ରାମାୟଣ। ଅନେକଙ୍କ ମନରୁ ଲିଭି ଲିଭି ଯିବଣି ସେ ଦୃଶ୍ୟ । ତଥାପି ସେହି ଧାରାବାହିକରେ ରାମ ଭୂମିକାରେ ଅଭିନୟ କରୁଥିବା ଅରୁଣ ଗୋଭିଲ ଏବେ ବି ଲୋକଙ୍କ ମନରେ ରାମ ଭାବେ ବସି ରହିଛନ୍ତି। ଏକଥା ଆମେ କହୁନୁ, ବିମାନ ବନ୍ଦରର ଏଇ ଦୃଶ୍ୟ କହୁଛି। 

Advertisment

ଅରୁଣ ଗୋଭିଲ ନିଜ ପତ୍ନୀଙ୍କ ସହ ବିମାନ ବନ୍ଦରକୁ ଯାଉଥିଲେ। ହଠାତ ଜଣେ ମହିଳା ଆସିଲେ । ତାଙ୍କ ସହ ତାଙ୍କର ସ୍ୱାମୀ ମଧ୍ୟ ଥିଲେ। ଟିଭି ପରଦାର ରାମଙ୍କୁ ଦେଖି ଭାବପ୍ରବଣ ହୋଇଗଲେ। ସିଧା ଅରୁଣଙ୍କ ପାଦ ଧରି ମୁଣ୍ଡିଆ ମାରିଥିଲେ ଏବଂ ତାଙ୍କର ଆଶୀର୍ବାଦ ମାଗିଥିଲେ। ଏହାର ଭିଡିଓ ଟୁଇଟରରେ ଭାଇରାଲ ହୋଇଛି।

ଭାଇରାଲ ଭିଡିଓ ଟି ଦର୍ଶକଙ୍କ ପାଖରେ ବେଶ ଆଦୃତ ହୋଇଛି।  ଭିଡିଓରେ ଏଇ ଦମ୍ପତି  ଅରୁଣ ଗୋଭିଲଙ୍କୁ ଦେଖି ମୁଣ୍ଡିଆ ମାରୁଛନ୍ତି। ଏମିତି ଅପ୍ରତ୍ୟାଶିତ ପରିସ୍ଥିତିରେ ଅରୁଣ ଗୋଭିଲ ବୋଧହୁଏ କ’ଣ କରିବେ ବୁଝି ପାରି ନ ଥିଲେ । ମହିଳାଜଣକ ସେଦିନର ରାମକୁ ଦେଖି ଗଦଗଦ ହୋଇ ଯାଉଛନ୍ତି। ଯେମିତି ସ୍ୱୟଂ ରାମ ତାଙ୍କ ପାଖରେ।  ମୁଣ୍ଡିଆ ମାରିବା ପରେ ମହିଳାଜଣକ  ତାଙ୍କ ପାଦ ଧରି ଆଶୀର୍ବାଦ ଭିକ୍ଷା କରୁଛନ୍ତି। ଅରୁଣ ଗୋଭିଲ ହାତ ଯୋଡ଼ି ତାଙ୍କୁ ନମସ୍କାର କରିବା ସହ ଆଶୀର୍ବାଦ ଦେଉଛନ୍ତି ଏବଂ ଏକ ଉତ୍ତରୀୟ ମହିଳାଙ୍କ କାନ୍ଧରେ ପକାଇ ଦେଉଛନ୍ତି।

Advertisment

ଯାହା ବି ହେଉ, ୩୫ ବର୍ଷ ତଳେ ଅଭିନୟ କରିଥିବା ରାମ ଓରଫ ଅରୁଣ ଗୋଭିଲ ଏବେ ଲୋକଙ୍କ ହୃଦୟରେ ଅଛନ୍ତି। ତାଙ୍କ ଅଭିନୟ ଛାପ ଏବେ ବି ଦର୍ଶକଙ୍କ ମନରେ ଏବେ ବି ସତେଜ ରହିଛି।

Arun Govil Ramayan Social Media Viral Video Airport
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ