Advertisment

Viral Video: ପ୍ରଶଂସକଙ୍କ ଆଗରେ ମୁହଁ ଲୁଚାଇଲେ ଶାହରୁଖ; ହେଲେ କାହିଁକି, ଜାଣନ୍ତୁ…

ମଙ୍ଗଳବାର ରାତିରେ ମୁମ୍ବାଇର ଏକ କ୍ଲିନିକରେ ଶାହରୁଖ ଖାନଙ୍କୁ ଦେଖିବାକୁ ମିଳିଥିଲା। ସେ ମୁଣ୍ଡରେ ଜ୍ୟାକେଟ୍‌ର ହୁଡି ପିନ୍ଧି ମୁହଁ ଘୋଡାଇ ଦେଇଥିଲେ। ହେଲେ କାହିଁକି ଜାଣିବା ପାଇଁ ପଢନ୍ତୁ।

author-image
Pramod Behera
ଅଦ୍ୟତନ ହୋଇଛି
Why Shah Rukh Khan hides face in hoodie

Why Shah Rukh Khan hides face in hoodie

ଗତ ବର୍ଷ ମୁକ୍ତିଲାଭ କରିଥିବା ତାଙ୍କର ତିନୋଟି ଫିଲ୍ମ 'ପଠାନ୍', 'ଜବାନ୍' ଏବଂ 'ଡଙ୍କି' ମାଧ୍ୟମରେ ଶାହରୁଖ ଖାନ୍ ପ୍ରମାଣ କରିଦେଇଛନ୍ତି ଯେ ତାଙ୍କୁ କାହିଁକି ବଲିଉଡର କିଙ୍ଗ୍‌ କୁହାଯାଏ। ଶାହାରୁଖଙ୍କ ଟିକିଏ ଝଲକ ପାଇବାକୁ ପ୍ରଶଂସକମାନଙ୍କ ପ୍ରବଳ ଉତ୍ସାହ। ଏହି କାରଣରୁ କିଙ୍ଗ୍‌ ଖାନ୍‌ଙ୍କ ଏକ ଭାଇରାଲ ଭିଡିଓ ସୋସିଆଲ ମିଡିଆରେ ଦୃଷ୍ଟି ଆକର୍ଷଣ କରୁଛି।

Advertisment

ନିକଟରେ ଅଭିନେତାଙ୍କୁ ଇଣ୍ଡିଆନ୍ ଅଫ୍ ଦି ଇୟର ପୁରସ୍କାର ପ୍ରଦାନ କରାଯାଇଛି। ଏହି ସମୟରେ ଇଣ୍ଟରନେଟରେ ତାଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ମୁମ୍ବାଇର ଏକ କ୍ଲିନିକ୍‌ରୁ ବାହାରକୁ ଆସୁଥିବାର ନଜର ଆସିଛନ୍ତି। କିନ୍ତୁ ଏହି ଭିଡିଓରେ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳେ ଯାହା ନେଟିଜେନ୍ସଙ୍କୁ ଆଶ୍ଚର୍ଯ୍ୟ କରୁଛି।

ମଙ୍ଗଳବାର ରାତିରେ ମୁମ୍ବାଇର ଏକ କ୍ଲିନିକରେ ଶାହରୁଖ ଖାନଙ୍କୁ ଦେଖିବାକୁ ମିଳିଥିଲା। କିଙ୍ଗ୍‌ ଖାନ୍‌ ଏକ ଜ୍ୟାକେଟ୍ ପିନ୍ଧିଥିଲେ ଏବଂ ଜ୍ୟାକେଟ୍‌ର ହୁଡିରେ ତାଙ୍କ ମୁହଁ ଲୁଚି ରହିଥିଲା ଏପଟେ କିନ୍ତୁ ସୁପରଷ୍ଟାରଙ୍କ ଝଲକ ଟିକେ ପାଇବା ଆଶାରେ ଫଟୋଗ୍ରାଫର ଏବଂ ପ୍ରଶଂସକଙ୍କ ଭିଡ ବାହାରେ ଲାଗିଥିଲା। ଶାହରୁଖ କିନ୍ତୁ ମୁଣ୍ଡରେ ହୁଡି ପିନ୍ଧି ମୁହଁ ଘୋଡାଇ ଦେଇଥିଲେ। ତାଙ୍କୁ ଛତା ଦ୍ୱାରା ମଧ୍ୟ ଆଢୁଆଳରେ ନିଆଯାଉଥିଲା। କାରଣ ଅଳ୍ପ ପ୍ରୋଫାଇଲ୍ ବଜାୟ ରଖିବାକୁ ଚେଷ୍ଟା କରିଥିଲେ। ତେବେ ତାଙ୍କର ଏହି ଉଦ୍ୟମ କିନ୍ତୁ ବିଫଳ ହୋଇଥିଲା।

Advertisment

ଇନଷ୍ଟାଗ୍ରାମରେ ଜଣେ ପାପାରାଜିଙ୍କ ଦ୍ୱାରା ଶେୟାର କରାଯାଇଥିବା ଏକ ଭିଡିଓରେ ଶାହରୁଖ ସହରର ଏକ କ୍ଲିନିକରୁ ବାହାରକୁ ଆସୁଥିଲେ, ତାଙ୍କ ମ୍ୟାନେଜର ତାଙ୍କ ସାଙ୍ଗରେ ଥିଲେ ଏବଂ Y ପ୍ଲସ୍‌ ସୁରକ୍ଷା ତାଙ୍କୁ ଭିଡରୁ ରକ୍ଷା କରୁଥିଲା। ସାଧାରଣତଃ ସବୁବେଳେ ଖୁସି ମିଜାସ୍‌ରେ ରହୁଥିବା 'ଡଙ୍କି' ଅଭିନେତାଙ୍କ ମୁଡ ଖୁବ ଖରାପ ଥିବା ପରି ମନେ ହେଉଥିଲା। ତେବେ ଭାଇରାଲ୍ କ୍ଲିପ୍‌ରେ ଶାହାରୁଖ କାହାକୁ ହାତରେ ଆଡେଇ ଦେଉଥିବାର ନଜର ଆସିଛନ୍ତି। ତେବେ, ତାହା କ’ଣ ଭିଡିଓରେ ଦେଖିବାକୁ ମିଳୁନି।

ତେବେ ଏହା ଦେଖିବା ପରେ କଳ୍ପନାଜଳ୍ପନାର ବଜାର ଗରମ ହୋଇଉଠିଛି। ସୋସିଆଲ ମିଡିଆ ବ୍ୟବହାରକାରୀମାନେ ବିଶ୍ୱାସ କରନ୍ତି ଯେ କିଙ୍ଗ୍ ଖାନ୍ ତାଙ୍କର ଜଣେ ପ୍ରଶଂସକଙ୍କ ଫୋନ୍ ଛଡ଼ାଇ ନେଇଥିଲେ କାରଣ ସେ ବି-ଟାଉନ୍ ତାରକାଙ୍କ ଫଟୋ ଉଠାଇବାକୁ ଚେଷ୍ଟା କରୁଥିଲେ।

ଏହି ଭିଡିଓ ଉପରେ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ସେମାନଙ୍କର ପ୍ରତିକ୍ରିୟା ଦେଉଛନ୍ତି। ଜଣେ ଲେଖିଛନ୍ତି, “ସର୍ବଶେଷରେ, ସମସ୍ତ ଷ୍ଟାର୍‌ମାନେ ମଧ୍ୟ ମଣିଷ, ସେମାନଙ୍କର ମଧ୍ୟ ଭଲ ଏବଂ ଖରାପ ଦିନ ଆସିପାରେ, କିନ୍ତୁ ଲୋକମାନେ ଏହା ବୁଝନ୍ତି ନାହିଁ।”

ଅନ୍ୟ ଜଣେ ଲେଖିଛନ୍ତି, “ତାଙ୍କର ଅହଂକାରକୁ ଦେଖନ୍ତୁ, ସେ କିପରି କାହାକୁ ଆଭଏଡ୍ କରିବାକୁ ଚେଷ୍ଟା କରୁଛନ୍ତି।” ଆଉ ଜଣେ ଲେଖିଛନ୍ତି, “ହଠାତ ଏମିତି ହୋଇଯାଏ... କିନ୍ତୁ ପରେ ସେମାନେ ଅନୁତାପ କରନ୍ତି।”

Shah Rukh Khan Bollywood Social Media Viral Video King Khan
Advertisment
Advertisment