Advertisment

ଆଜି କୋକିଳକଣ୍ଠୀ ଲତା ଦିଦିଙ୍କ ଜୟନ୍ତୀ: ପିଲାବେଳୁ ମୁଣ୍ଡେଇ ଥିଲେ ପରିବାର ବୋଝ

ସଙ୍ଗୀତର ଶିଖର ଛୁଇଁଥିବା ଲତା ମଙ୍ଗେଶକର ଦର୍ଶକଙ୍କୁ ହଜାର ହଜାର ଗୀତ ଭେଟିଦେଇଛନ୍ତି। ସ୍ୱର କୋଳିଳ ଲତା ମଙ୍ଗେଶକରଙ୍କ ଜନ୍ମଦିନ ଅବସରରେ ଅଯୋଧ୍ୟାରେ ଉଦ୍‌ଘାଟିତ ହେବ ଲତା ମଙ୍ଗେଶକର ଛକ।

ଅଦ୍ୟତନ ହୋଇଛି
Lata Mangeshkar Birthday

Lata Mangeshkar Birth Anniversary

Advertisment

ସ୍ୱର କୋଳିଳ ଲତା ମଙ୍ଗେଶକରଙ୍କ ଜନ୍ମଦିନ ଅବସରରେ ଅଯୋଧ୍ୟାରେ ଉଦ୍‌ଘାଟିତ ହେବ ଲତା ମଙ୍ଗେଶକର ଛକ। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିବେ। ଏହି ଉତ୍ସବ ପାଇଁ ଲତା ମଙ୍ଗେଶକରଙ୍କ ପରିବାର ସଦସ୍ୟ, ଭଉଣୀ ଉଷା ମଙ୍ଗେଶକର ଇତ୍ୟାଦିଙ୍କୁ ନିମନ୍ତ୍ରଣ କରାଯାଇଛି।

Advertisment

ଏନେଇ ପ୍ରାୟ ଆଠ କୋଟି ଟଙ୍କା ଖର୍ଚ୍ଚରେ ୪୦ଫୁଟ ଉଚ୍ଚ,୧୦ ଫୁଟ ଚଉଡା, ୧୪ ଟନ୍ ଓଜନର ଏକ ବୀଣା ଆକର୍ଷଣର କେନ୍ଦ୍ର ହୋଇଛି। ଦେବୀ ସରସ୍ୱତୀ ଏବଂ ମୟୁର ଚିତ୍ର ଏଥିରେ ଖୋଦିତ ହୋଇଛି। ଏହାକୁ ଅନିଲ ରାମ ସୂତାରଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଛି। ଏହାକୁ ଲତାଙ୍କ ଉଦ୍ଦେଶ୍ୟରେ ସମର୍ପିତ କରାଯାଇଛି। ଏହି ଅବସରରେ ଆସନ୍ତୁ ଜାଣିନେବା ଲତାଙ୍କୁ ନେଇ କିଛି ରୋଚକ କଥା।

ଲତା ମଙ୍ଗେଶକର ୨୮ ସେପ୍ଟେମ୍ବର ୧୯୨୯ରେ ଇନ୍ଦୋରରେ ଜନ୍ମଗ୍ରହଣ କରିଥିଲେ। ସେ ମଧ୍ୟବିତ୍ତ ମରାଠା ପରିବାରର ହୋଇଥିବା ବେଳେ ପିଲାଦିନେ ତାଙ୍କୁ 'ହେମା' ନାମରେ ଡକାଯାଉଥିଲା। ଲତା ମଙ୍ଗେଶକର ତାଙ୍କର ପାଞ୍ଚ ଭାଇଭଉଣୀଙ୍କ ମଧ୍ୟରୁ ବଡ ଥିଲେ। ଜୀବନରେ ସଙ୍ଗୀତକୁ ନିଜର ବ୍ରତ ଭାବେ ଗ୍ରହଣ କରିନେଇଥିବା ଲତା ମଙ୍ଗେଶକର ସାରାଦିନ ପାଇଁ ବାଡୁଅ ହୋଇ ରହିଗଲେ। ତେବେ ସେ କାହିଁକି ବିବାହ କଲେ ନାହିଁ ତା ପଛରେ ବି ରହିଛି କାରଣ। ଆସନ୍ତି ସେ ବିଷୟରେ ନଜର ପକେଇନେବା।

Advertisment

ଲତା ମଙ୍ଗେଶକରଙ୍କ ବାପା ଦୀନାନାଥ ମଙ୍ଗେଶକର ଜଣେ ଥିଏଟର କଳାକାର ଏବଂ ସଙ୍ଗୀତକାର ଥିଲେ। ବାପାଙ୍କ ପଦାଙ୍କ ଅନୁସରଣ କରି ଲତା ମଙ୍ଗେଶକର ସଙ୍ଗୀତ ପ୍ରତି ଆକର୍ଷିତ ହୋଇଥିଲେ ଆଉ ସଙ୍ଗୀତ ସହିତ ନିଜକୁ ଜଡିତ କରିଥିଲେ। ତାଙ୍କ ବାପା ଥିଲେ ପରିବାରର ମେରୁଦଣ୍ଡ। ଯେପର୍ଯ୍ୟନ୍ତ ତାଙ୍କ ବାପା ବଞ୍ଚିଥିଲେ ପରିବାରରେ ସବୁକିଛି ଠିକ୍ ଥିଲା। କିନ୍ତୁ ଭାଗ୍ୟର ବିଡମ୍ବନା କିଛି ଭିନ୍ନ ଥିଲା। ଯେତେବେଳେ ଲତା ମଙ୍ଗେଶକରଙ୍କୁ ମାତ୍ର ୧୩ ବର୍ଷ ହୋଇଥିଲା ସବୁଦିନ ପାଇଁ ତାଙ୍କ ମୁଣ୍ଡରୁ ବାପାଙ୍କ ହାତ ଉଠିଗଲା। ବାପାଙ୍କ ପରେ ସେ ଘରର ଜ୍ୟେଷ୍ଠ ଥିଲେ ଏବଂ ଏହି କାରଣରୁ ସମସ୍ତ ଦାୟିତ୍ୱ ତାଙ୍କ କୁନି କାନ୍ଧରେ ପଡ଼ିଲ।

ପିତାଙ୍କ ମୃତ୍ୟୁ ପରେ ଲତା ମଙ୍ଗେଶକର ଘରର ଦାୟିତ୍ୱ୍ ନେବାକୁ ବାହାରିଲେ। ଏହି କାରଣରୁ ତାଙ୍କୁ ଅଧାରୁ ପାଠ ଛାଡିବାକୁ ପଡିଲା। ଘରର ଦାୟିତ୍ୱ ତୁଲାଉଥିବାରୁ ଲତା ମଙ୍ଗେଶକର ବିବାହ କରିପାରି ନଥିଲେ। ସେ ନିଜେ ତାଙ୍କର ଏକ ସାକ୍ଷାତକାରରେ ଏ କଥା ପ୍ରକାଶ କରିଥିଲେ। ସେ କହିଥିଲେ ଯେ ଏନେଇ ସେ ଅନେକ ଥର ଭାବିଥିଲେ ମଧ୍ୟ କିନ୍ତୁ ଏହାକୁ କାର୍ଯ୍ୟକାରୀ କରିପାରିଲେ ନାହିଁ। ଫଳରେ ଆଜୀବନ ଅବିବାହିତ ରହିଗଲେ।

Advertisment

ଲତା ମଙ୍ଗେଶକର ଭାରତର ଗର୍ବ କିନ୍ତୁ ଏମିତି ଏକ ସମୟ ଥିଲା ଯେତେବେଳେ ତାଙ୍କୁ ତାଙ୍କ ସ୍ୱର ଯୋଗୁଁ ରିଜେକ୍ଟ କରାଯାଇଥିଲା। ତାଙ୍କର ପତଳା କଣ୍ଠ ଯୋଗୁଁ ତାଙ୍କୁ ଫିଲ୍ମରୁ ବାହାର କରି ଦିଆଯାଇଥିଲା। କିନ୍ତୁ ନିଜର ସାଧନା ଓ ପରିଶ୍ରମ କାରଣରୁ ସେ ଦୁନିଆରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଥିଲେ।

ଲତା ମଙ୍ଗେଶକର ୩୦ ହଜାରରୁ ଅଧିକ ଗୀତ ଗାଇଛନ୍ତି। ସେ ଭାରତର ତିନୋଟି ସର୍ବୋଚ୍ଚ ନାଗରିକ ସମ୍ମାନ (ଭାରତ ରତ୍ନ, ପଦ୍ମ ଭୂଷଣ ଏବଂ ପଦ୍ମ ବିଭୂଷଣ) ସମେତ ତିନୋଟି ଜାତୀୟ ଏବଂ ଚାରିଟି ଫିଲ୍ମଫେୟାର ପୁରସ୍କାର ମଧ୍ୟ ପାଇଛନ୍ତି।

ପ୍ରକାଶଥାଉ ଯେ ୯୨ ବର୍ଷରେ ଲତା ମଙ୍ଗେଶକର ଙ୍କୁ କରୋନା ସହିତ ନିମୋନିଆ ହୋଇଯାଇଥିଲା। ଏହି କାରଣରୁ ତାଙ୍କୁ ମୁମ୍ବାଇର ବ୍ରେକ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏଠାରେ ତାଙ୍କୁ ଆଇସିୟୁରେ ରଖାଯାଇଥିଲା। ପ୍ରଶଂସକମାନେ ମଧ୍ୟ ତାଙ୍କ ପାଇଁ ପ୍ରାର୍ଥନା କରିଥିଲେ। କିନ୍ତୁ ଚଳିତ ବର୍ଷ ଫେବୃୟାରୀ ୬ରେ ସେ ସମସ୍ତଙ୍କୁ ଦୁଃଖ ସାଗରରେ ଭସେଇ ଆରପାରିକୁ ଚାଲିଗଲେ ଲତା

Lata Mangeshkar Lata Mangeshkar Birthday
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ