Advertisment

Sunjay Kapur: ଉତ୍ତରାଧିକାରୀ କିଏ ହେବ ସେନେଇ ଚର୍ଚ୍ଚା ଜୋର, କରିସ୍ମା କପୁରଙ୍କ ସନ୍ତାନଙ୍କୁ ମିଳିବ କଣ ?

ସଂଜୟ କପୁରଙ୍କ ମୃତ୍ୟୁ ପରେ ପରିବାରରେ ଉତ୍ତରାଧିକାରୀ ନେଇ ବିବାଦ ମଧ୍ୟ ସାମ୍ନାକୁ ଆସିଛି। ତାଙ୍କ ମାଆ ରାନୀ କପୁର ଅଭିଯୋଗ କରିଛନ୍ତି ଯେ ଶୋକ ସମୟରେ ତାଙ୍କୁ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତିରୁ ଦୂରେଇ ରଖାଯାଇଥିଲା ଏବଂ କିଛି ଦଲିଲରେ ଚାପ ଦେଇ ତାଙ୍କୁ ହସ୍ତାକ୍ଷର କରାଯାଇଥିଲା।

Sunjay Kapur

Sunjay Kapur

Advertisment

ବଲିଉଡ୍ ଅଭିନେତ୍ରୀ କରିଶ୍ମା କପୁରଙ୍କ ପୂର୍ବତନ ସ୍ଵାମୀ ତଥା ଅରବପତି ବ୍ୟବସାୟୀ ସଂଜୟ କପୁରଙ୍କର ୧୨ ଜୁନ୍‌ରେ ଲଣ୍ଡନରେ ମୃତ୍ୟୁ ଘଟିଥିଲା । ସେ ପୋଲୋ ମ୍ୟାଚ୍ ଖେଳୁଥିବା ସମୟରେ ଅସୁସ୍ଥ ଅନୁଭବ କରିଥିଲେ ଏବଂ କିଛି ସମୟ ପରେ ତାଙ୍କୁ ହୃଦ୍‌ଘାତ ହୋଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।

Advertisment

ସଂଜୟ କପୁର ସୋନା କମଷ୍ଟାରର ଅଧ୍ୟକ୍ଷ ଥିଲେ, ଯାହା ବିଶ୍ଵର ପ୍ରମୁଖ ଅଟୋ କମ୍ପୋନେଣ୍ଟ କମ୍ପାନୀମାନଙ୍କ ମଧ୍ୟରୁ ଅନ୍ୟତମ। ୨୦୧୫ରେ ତାଙ୍କ ପିତା ଡକ୍ଟର ସୁରିନ୍ଦର କପୁରଙ୍କ ମୃତ୍ୟୁ ପରେ ସେ କମ୍ପାନୀର ନେତୃତ୍ଵ ନେଇଥିଲେ । କମ୍ପାନୀର ବଜାର ମୂଲ୍ୟ ପ୍ରାୟ ୩୧,୦୦୦ କୋଟି ଟଙ୍କା (୪ ବିଲିୟନ ଡଲାର)।

ସଂଜୟଙ୍କ ମୃତ୍ୟୁ ପରେ କଂପାନୀର ଶେୟାରରେ ୭% ହ୍ରାସ ହୋଇଥିଲା ଏବଂ କମ୍ପାନୀରେ ଉତ୍ତରାଧିକାରୀ କିଏ ହେବ ସେନେଇ ଚର୍ଚ୍ଚା ମଧ୍ୟ ଜୋର ହେଉଛି । କମ୍ପାନୀ ଏକ ବିବୃତି ଜାରି କରି କହିଛି, " ସଂଜୟ କପୁରଙ୍କ ଚିନ୍ତାଧାରା ଓ କଠିନ ପରିଶ୍ରମ ଆମ କମ୍ପାନୀ ପାଇଁ ସବୁବେଳେ ପ୍ରେରଣା ହେବ। ଆମେ ଆମ ଗ୍ରାହକ, କର୍ମଚାରୀ ଓ ଶେୟାରହୋଲ୍ଡରମାନଙ୍କୁ ଆଶ୍ଵାସନା ଦେଉଛୁ ଯେ କମ୍ପାନୀର କାର୍ଯ୍ୟ ସ୍ଵାଭାବିକ ଭାବେ ଚାଲିବ।"

Advertisment

ଅଧିକ ପଢନ୍ତୁ:ଅବତାର ୩'ର ଟ୍ରେଲର ରିଲିଜ୍ , ସୋସିଆଲ ମିଡିଆରେ ଚହଳ

ସଂଜୟ କପୁରଙ୍କ ମୃତ୍ୟୁ ପରେ ପରିବାରରେ ଉତ୍ତରାଧିକାରୀ ନେଇ ବିବାଦ ମଧ୍ୟ ସାମ୍ନାକୁ ଆସିଛି। ତାଙ୍କ ମାଆ ରାନୀ କପୁର ଅଭିଯୋଗ କରିଛନ୍ତି ଯେ ଶୋକ ସମୟରେ ତାଙ୍କୁ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତିରୁ ଦୂରେଇ ରଖାଯାଇଥିଲା ଏବଂ କିଛି ଦଲିଲରେ ଚାପ ଦେଇ ତାଙ୍କୁ ହସ୍ତାକ୍ଷର କରାଯାଇଥିଲା। ସେ କମ୍ପାନୀ ବୋର୍ଡ ଉପରେ ଅଭିଯୋଗ କରିଛନ୍ତି ଯେ ପରିବାରର ସହମତି ବିନା ସଂଜୟ ଙ୍କ ପତ୍ନୀ ପ୍ରିୟା ସଚଦେବ କପୁରଙ୍କୁ ନନ୍‌-ଏକ୍ଜିକ୍ୟୁଟିଭ୍ ଡାଇରେକ୍ଟର କରାଯାଇଛି। ଯଦିଓ କମ୍ପାନୀ ଏହି ଅଭିଯୋଗକୁ ଖାରଜ କରି କହିଛି ଯେ ରାଣୀ କପୁରଙ୍କ ପାଖରେ ୨୦୧୯ ଠାରୁ କୌଣସି ଶେୟାର ନାହିଁ ଏବଂ ସମସ୍ତ ନିଷ୍ପତ୍ତି ନିୟମ ଅନୁଯାୟୀ ନିଆଯାଇଛି।

ରିପୋର୍ଟ ଅନୁସାରେ ସଂଜୟ କପୁରଙ୍କ ମୋଟ ସମ୍ପତ୍ତି ପ୍ରାୟ ୧.୨ ବିଲିୟନ ଡଲାର (୧୦,୩୦୦ କୋଟି ଟଙ୍କା) ଥିଲା। ତାଙ୍କର ଉଇଲ୍ ଏବଂ ଟ୍ରଷ୍ଟ ଅନୁଯାୟୀ ସମ୍ପତ୍ତିର ଦାୟିତ୍ଵ ଏବେ ତାଙ୍କ ପତ୍ନୀ ପ୍ରିୟା ସଚଦେବ କପୁରଙ୍କୁ ମିଳିବ।

Advertisment

ସଂଜୟଙ୍କର ଦ୍ଵିତୀୟ ବିବାହ ବଲିଉଡ୍ ଅଭିନେତ୍ରୀ କରିସ୍ମା କପୁରଙ୍କ ସହ ହୋଇଥିଲା। ୨୦୧୬ରେ ଉଭୟଙ୍କର ବିବାହ ବିଚ୍ଛେଦ ହୋଇଥିଲା। ସଂଜୟ ଓ କରିସ୍ମାଙ୍କ ସନ୍ତାନ ସମାୟରା (୨୦) ଓ କିୟାନ (୧୪) ପାଇଁ ମଧ୍ୟ ଆର୍ଥିକ ବ୍ୟବସ୍ଥା ପୂର୍ବରୁ କରାଯାଇଥିଲା। ରିପୋର୍ଟ ଅନୁଯାୟୀ, ଉଭୟ ପିଲାଙ୍କୁ ୧୪ କୋଟି ଟଙ୍କାର ବଣ୍ଡ ଉପହାର ଦିଆଯାଇଥିଲା। ଏହା ସହିତ, ସେମାନଙ୍କୁ ପ୍ରତି ମାସରେ ୧୦-୧୦ ଲକ୍ଷ ଟଙ୍କା ନିୟମିତ ଦିଆଯାଉଛି । ଏହା ବ୍ୟତୀତ ସଂଜୟ କପୁରଙ୍କ ପିତାଙ୍କ ନାମରେ ଥିବା ଏକ ସମ୍ପତ୍ତି (ଘର) ମଧ୍ୟ କରିସ୍ମା କପୁରଙ୍କୁ କଷ୍ଟଡି ଆଲଟମେଣ୍ଟ ସମୟରେ ଦିଆଯାଇଥିଲା।

ଅଧିକ ପଢନ୍ତୁ:ସବୁ କିଛି କେବଳ ବାହାନା ଥିଲା , କାରଣ ଏବେ ଜଣାପଡ଼ିଲା

Karisma Kapoor
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ