Advertisment

Tarang Plus: ଦର୍ଶକଙ୍କ ଅପେକ୍ଷାର ଅନ୍ତ; ଷ୍ଟ୍ରିମିଙ୍ଗ୍ ହେଲା ‘ଛାଡ଼ପତ୍ର’

ଦର୍ଶକଙ୍କ ଅପେକ୍ଷାର ଅନ୍ତ ଘଟିଛି। ଶେଷରେ ସେମାନଙ୍କ ପ୍ରିୟ ନାୟକ ଜଗଜିତ୍ ଓ ନାୟିକା ଶ୍ରଦ୍ଧାଙ୍କ ଅଭିନୀତ ୱେବ୍ ସିରିଜ୍ ‘ଛାଡ଼ପତ୍ର’ ଷ୍ଟ୍ରିମିଙ୍ଗ୍ ହୋଇଛି। ଦର୍ଶକମାନେ ଏହାକୁ ଏବେ ‘ତରଙ୍ଗ ପ୍ଲସ୍‌’ରେ ଦେଖିପାରିବେ। ଚ୍ୟାନେଲ୍ ଏହାର ପ୍ରଥମ ସିଜିନ୍‌ରେ ୬ଟି ଏପିସୋଡ୍ ରିଲିଜ୍ କରିଛି।

author-image
Pramod Behera
ଅଦ୍ୟତନ ହୋଇଛି
Odia Web Series Chhadapatra Start Streaming

Web Series Chhadapatra Start Streaming

ଦର୍ଶକଙ୍କ ଅପେକ୍ଷାର ଅନ୍ତ ଘଟିଛି। ଶେଷରେ ସେମାନଙ୍କ ପ୍ରିୟ ନାୟକ ଜଗଜିତ୍ ଓ ନାୟିକା ଶ୍ରଦ୍ଧାଙ୍କ ଅଭିନୀତ ୱେବ୍ ସିରିଜ୍ ‘ଛାଡ଼ପତ୍ର’ ଷ୍ଟ୍ରିମିଙ୍ଗ୍ ହୋଇଛି। ଦର୍ଶକମାନେ ଏହାକୁ ଏବେ ‘ତରଙ୍ଗ ପ୍ଲସ୍‌’ରେ ଦେଖିପାରିବେ। ଚ୍ୟାନେଲ୍ ଏହାର ପ୍ରଥମ ସିଜିନ୍‌ରେ ୬ଟି ଏପିସୋଡ୍ ରିଲିଜ୍ କରିଛି।

Advertisment

ବିବାହ, କଳହ ଓ ଛାଡପତ୍ରକୁ ନେଇ କାହାଣୀ ଆଗେଇ ଚାଲିଛି। ଦର୍ଶକ ଏହି ସିରିଜ୍‌ରେ ଏକ ଭିନ୍ନ ଧରଣର କାହାଣୀ ପାଇବାର ସୁଯୋଗ ପାଇବେ।

ପ୍ରଡକ୍ସନ ହାଉସ୍ ପୂର୍ବରୁ ତରଙ୍ଗ ପ୍ଲସ୍‌ ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲ୍‌ରେ ଏହାର ଟିଜର ଆଉ ୨ଟି ଟ୍ରେଲର୍ ରିଲିଜ୍ କରିଥିଲା। ଏହାକୁ ଦେଖିବା ପରେ ଦର୍ଶକ ଉତ୍ସାହର ସହିତ ଏହି ସିରିଜ୍‌ର ଅପେକ୍ଷାରେ ଥିଲେ। ଏବେ ସେମାନଙ୍କ ଅପେକ୍ଷାର ଅନ୍ତ ହୋଇଛି।

Advertisment

ଏହି ସିରିଜ୍‌ରେ ଆକାଶ ଭୂମିକାରେ ଅଭିନୟ କରୁଥିବା ଜଗଜିତ ତାଙ୍କ ପତ୍ନୀ ଭୂମି(ଶ୍ରଦ୍ଧା)ଙ୍କ ଉପରେ ଖୁସି ନଥିବା ଦେଖାଯାଏ। ସେ ତାଙ୍କ ପତ୍ନୀଙ୍କୁ ନେଇ ସବୁବେଳେ ଅଶାନ୍ତି ରୁହନ୍ତି। ଏଥିପାଇଁ ଘରେ କଳି ଝଗଡା ହେବା ଦେଖାଯାଏ। ସିରିଜ୍‌ର ମୁଖ୍ୟ ନାୟିକା ଜଣେ ଅଭିନେତ୍ରୀ ହୋଇଥିବା ବେଳେ ଆକାଶ ତାଙ୍କ ବୃତ୍ତିରେ ସନ୍ତୁଷ୍ଟ ନୁହେଁ। ଏହାକୁ ନେଇ ସେ ତାଙ୍କୁ ସବୁବେଳେ ତାତ୍ସଲ୍ୟ କରନ୍ତି ଆଉ ତାଙ୍କ ପେଶାକୁ ନାପସନ୍ଦ କରନ୍ତି।

ଏହାରି ଭିତରେ ଆକାଶଙ୍କ ଅନ୍ୟଜଣେ ଯୁବତୀଙ୍କ ସହ ପ୍ରେମ ସଂପର୍କ ଗଢିଉଠେ। ସେ ତାଙ୍କ ପ୍ରେମରେ ଏତେମାତ୍ରାରେ ଉବୁଟୁବୁ ହୋଇଯାଆନ୍ତି ଯେ ଏନେଇ ନିଜ ପତ୍ନୀଙ୍କୁ ମଧ୍ୟ ଛାଡିବାକୁ ପ୍ରସ୍ତୁତ ହୋଇଯାଆନ୍ତି। କଥା କୋର୍ଟ ପର୍ଯ୍ୟନ୍ତ ଯାଏ, ଚାଲେ କେସ୍ ଆଉ ମାମଲା ଜିତିବାର ପ୍ରୟାସ। ତେବେ ଶେଷରେ କାହାର ହେଉଛି ବିଜୟ ତାହା ପୂରା ସିରିଜ୍ ହିଁ କହିବ।

ଏହି ୱେବ୍ ସିରିଜ୍‌ର କାହାଣୀକୁ କ୍ରିଏଟିଭ୍ ହେଡ୍ ରଞ୍ଜନ ଶତପଥୀ ଲେଖିଥିବା ବେଳେ ଏହାର ସଂଳାପ ସଜେଇଛନ୍ତି ପ୍ରିୟବ୍ରତ ପଣ୍ଡା। ସିରିଜ୍‌କୁ ରାଜେନ୍ଦ୍ର ମହାନ୍ତ ନିର୍ଦ୍ଦେଶନା ଦେଉଥିବା ବେଳେ ଦେବୀଦତ୍ତ ମହାନ୍ତି ଏହାର ମୁଖ୍ୟ କାର୍ଯ୍ୟକାରୀ ପ୍ରଯୋଜନା ଦାୟିତ୍ୱ ନେଇଛନ୍ତି। ମୁଖ୍ୟ ଭୂମିକାରେ ଜଗଜିତ ପାଲ୍(ଆକାଶ) ଓ ଶ୍ରଦ୍ଧା ପାଣିଗ୍ରାହୀ(ଭୂମି)ଙ୍କ ସହ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ବିଏମ୍ ବୈଶାଳୀ, ମନସ୍ୱନୀ ପତି, ଶକ୍ତି ବରାଳ, ମିହିର ସ୍ୱାଇଁ ପ୍ରମୁଖ ଅଭିନୟ କରିଛନ୍ତି।

Tarang Cine Productions Tarang Plus Tarang TV
Advertisment
Advertisment