Advertisment

Web Series Cheat Fund: ‘ତରଙ୍ଗ ପ୍ଲସ୍’ ଓଟିଟି ଫ୍ଲାଟ୍‌ଫର୍ମରେ ଷ୍ଟ୍ରିମିଂ ହୋଇଛି ‘ଚିଟ୍‌ଫଣ୍ଡ୍‌; ପ୍ରଥମ ଏପିସୋଡ୍ ମାଗଣା

‘ତରଙ୍ଗ ପ୍ଲସ୍’ ଓଟିଟି ଫ୍ଲାଟ୍‌ଫର୍ମରେ ଜାନୁଆରୀ ୨ ରୁ ଷ୍ଟ୍ରିମିଂ ହୋଇଛି ନୂଆ ୱେବ୍‌ସିରିଜ୍ ‘ଚିଟ୍‌ଫଣ୍ଡ୍‌’। ପ୍ରଥମ ଥର ପାଇଁ ପରଦାକୁ ଆସିଛି ବହୁଚର୍ଚ୍ଚିତ ଚିଟ୍‌ଫଣ୍ଡ୍‌ ସ୍କାମ୍‌ର ସେହି ଦୁଃଖଭରା କାହାଣୀ। ତେବେ ସବୁଠାରୁ ବିଶେଷ କଥା ହେଉଛି ଏହାର ପ୍ରଥମ ଏପିସୋଡ୍ ମାଗଣାରେ ଦେଖିପାରିବେ।

ଅଦ୍ୟତନ ହୋଇଛି
Web Series Cheat Fund streaming on OTT platform; The first episode is free

Web Series Cheat Fund streaming on OTT platform; The first episode is free

Advertisment

‘ତରଙ୍ଗ ପ୍ଲସ୍’ ଓଟିଟି ଫ୍ଲାଟ୍‌ଫର୍ମରେ ଜାନୁଆରୀ ୨ ରୁ ଷ୍ଟ୍ରିମିଂ ହୋଇଛି ନୂଆ ୱେବ୍‌ସିରିଜ୍ ‘ଚିଟ୍‌ଫଣ୍ଡ୍‌’। ପ୍ରଥମ ଥର ପାଇଁ ପରଦାକୁ ଆସିଛି ବହୁଚର୍ଚ୍ଚିତ ଚିଟ୍‌ଫଣ୍ଡ୍‌ ସ୍କାମ୍‌ର ସେହି ଦୁଃଖଭରା କାହାଣୀ। ଏଥିରେ ଓଡ଼ିଶାରେ ୫୦୦ କୋଟିର ଏହି ମହାଠକେଇ ପଛର ବଡ଼ ବଡ଼ ଚେହେରା, ନେତାଙ୍କ ସଂପୃକ୍ତି ଓ ଠକେଇର ତରିକାକୁ ଅତି ନିଖୁଣ ଭାବେ ଦର୍ଶାଯାଇଛି।

Advertisment

ସବୁଠୁ ବଡ଼ କଥା ହେଲା, କେମିତି କମ୍ପାନୀମାନେ ମିଛ ସ୍ୱପ୍ନ ଦେଖାଇ ଲୋକଙ୍କ ପକେଟ୍ ଖାଲି କରୁଥିଲେ? କେମିତି ଏହି ଗୋଲକ ଧନ୍ଦାରେ ପଡ଼ି ନିରୀହ ଲୋକେ ସବୁକିଛି ହରାଇଛନ୍ତି? ସେ ସବୁ ଦେଖିବାକୁ ଲୋକଙ୍କ ମଧ୍ୟରେ ରୋମାଞ୍ଚ ବଢ଼ିଛି। ତେବେ ସବୁଠାରୁ ବିଶେଷ କଥା ହେଉଛି ଏହାର ପ୍ରଥମ ଏପିସୋଡ୍ ମାଗଣାରେ ଦେଖିପାରିବେ। ଯେଉଁମାନେ ଦେଖି ନାହାନ୍ତି ଏହାର ସୁଯୋଗ ନେଇପାରିବେ।

କିପରି ଥିଲା ସେହି ଦୃଶ୍ୟ:

ଏ ଶତାଦ୍ଦିର ସବୁଠୁ ବଡ଼ ସ୍କାମ୍, ବଡ଼ ଠକେଇ, ବଡ଼ ଧୋକା ହେଉଛି ଚିଟ୍ ଫଣ୍ଡ୍‌ ସ୍କାମ୍। ବିଶ୍ୱାସରେ ବିଷ ଦେଇ ଟଙ୍କା ନେଇ ଛୁ’ ମାରିଥିଲେ ଅନେକ କମ୍ପାନୀ। ବର୍ଷ ବର୍ଷର ଝାଳ ବୁହାଇ ଲୋକେ ଭବିଷ୍ୟତକୁ ଦୃଷ୍ଟିରେ ରଖି ଟଙ୍କା ରଖୁଥିଲେ। କିଏ ଝିଅ ବାହା ଘର ପାଇଁ ତ ଆଉ କିଏ ପୁଅର ପଢା ଖର୍ଚ୍ଚ ବାବଦକୁ ହେଉ ବା ଆଉ କିଏ ଭବିଷ୍ୟତର ଆଉ କିଛି ବଡ ଯୋଜନା ଉଦ୍ଦେଶ୍ୟରେ ଟଙ୍କା ସଞ୍ଚୁଥିଲେ।

Advertisment

ପେଟକୁ ମାରି ଯାହା ରଖିଥିଲେ ସେ ସବୁ ବୁଡ଼ିଯାଇଥିଲା। ସର୍ବସ୍ୱାନ୍ତ ହୋଇଯାଇଥିଲା ପରିବାର। ସବୁ ହରାଇ ଅନେକ ମଧ୍ୟ ଚାପଗ୍ରସ୍ତ ହୋଇପଡିଥିଲେ। ରାଜ୍ୟରେ ଘଟିଥିବା ଏହି କୋଟି କୋଟି ଟଙ୍କାର ଠକେଇ ଉପରେ ପ୍ରଥମ ଥର ପାଇଁ ପ୍ରସ୍ତୁତ ହୋଇଛି ୱେବ୍ ସିରିଜ୍ ‘ଚିଟ୍ ଫଣ୍ଡ୍‌’।

ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କ କାହାଣୀ:

‘ତରଙ୍ଗ ପ୍ଲସ୍’ ଓଟିଟି ଆପ୍‌ରେ ରିଲିଜ୍ ହୋଇଥିବା ଏହି ଟେଲି ସିରିଜ୍‌ରେ ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କ କାହାଣୀ, ଠକେଇର ତରିକା, ରାଜନୈତିକ ପୃଷ୍ଠପୋଷକତା, ମିଡିଲ୍ ମ୍ୟାନ୍‌ଙ୍କ ଅତ୍ୟାଚାରରେ ପେଶୀ ହୋଇଥିବା ପରିବାରର ଆଖି ଦେଖା ଓ ଅଙ୍ଗେ ନିଭା କାହାଣୀକୁ ଅତି ସୁନ୍ଦର ଭାବେ ବର୍ଣ୍ଣନା କରାଯାଇଛି।

Advertisment

୮ଟି ଏପିସୋଡ୍‌:

ଛୋଟ ଗାଁର ବଡ଼ ସ୍ୱପ୍ନ ରଖିଥିବା ଯୁବକମାନେ ସଫଳତା ପାଇବା ଆଶାରେ କେମିତି ଚିଟ୍‌ଫଣ୍ଡର ମାୟା ଜାଲରେ ଛନ୍ଦି ହୋଇଯାଇଥିଲେ ତାକୁ ଅତି ନିଖୁଣ ଭାବେ ଏଠି ଦର୍ଶାଯାଇଛି। ୮ଟି ଏପିସୋଡ୍‌ ବିଶିଷ୍ଟ ଏହି ସିରିଜ୍‌ରେ ଦେଖିବାକୁ ମିଳିଛି ଚିଟଫଣ୍ଡ ଠକେଇର ବିଭିନ୍ନ ସେଡ୍। କିଛି ଦିନ ପୂର୍ବରୁ ଏହାର ଟ୍ରେଲର୍ ରିଲିଜ୍ ହୋଇଥିଲା। ଏହାକୁ ମଧ୍ୟ ଦର୍ଶକମାନେ ଖୁବ ପସନ୍ଦ କରିଛନ୍ତି।

କାହାଣୀ:

ଓଡ଼ିଶାର ଦୁର୍ଗମ ଅଞ୍ଚଳର ଗରିବ ପରିବାର ବି ଚିଟ୍‌ଫଣ୍ଡର ଏହି ଗୋଲକ ଧନ୍ଦାରେ ଫସି ଯାଇଥିଲା। ମିଡିଲ୍ ମ୍ୟାନ୍‌ ଓ କମ୍ପାନୀଙ୍କ ମିଛ-ସତ କଥାରେ ମୁଣ୍ଡର ଝାଳ ତୁଣ୍ଡରେ ମାରି ଯାହା ରଖିଥିଲା ସେସବୁ ଏମାନଙ୍କ ହାତରେ ଟେକି ଦେଇଥିଲା।

ଏମିତିକି ବର୍ଷ ବର୍ଷ ଧରି କ୍ଷମତାରେ ଥିବା ଶାସନାଧୀନ ସରକାରର ବଡ଼ବଡ଼ିଆଙ୍କ ଆଶୀର୍ବାଦ ଓ ପୃଷ୍ଠପୋଷକତାରେ ବଢ଼ିଥିବା ଓ ପ୍ରସାରିତ ହୋଇଥିବା ଏହି ସଂସ୍ଥାର କାର୍ଯ୍ୟକୁ ବି ବେଶ୍ ଆକର୍ଷଣୀୟ ଓ ରୋମାଞ୍ଚକ ଭାବେ ‘ଚିଟ୍‌ଫଣ୍ଡ୍‌’ ସିରିଜ୍‌ରେ ଦର୍ଶାଯାଇଛି।

୫୦୦ କୋଟିର ସ୍କାମ୍‌:

ପ୍ରକାଶଥାଉ ଯେ ୯୦ ଦଶକରୁ ଆରମ୍ଭ ହୋଇଥିବା ଚିଟ୍‌ଫଣ୍ଡ କମ୍ପାନୀମାନେ ୨୦୧୪ ଆସୁ ଆସୁ ଓଡ଼ିଶାରେ ନିଜ ନିଜ କାୟା ବିସ୍ତାର କରିସାରିଥିଲେ। ୫୦୦ କୋଟିର ଏହି ସ୍କାମ୍‌ ପଛରେ ତତ୍କାଳୀନ ସରକାରର ଅନେକ ନେତା, ମନ୍ତ୍ରୀ ଓ ପ୍ରଶାସକଙ୍କ ନାଁ ସାମ୍ନାକୁ ଆସିଥିଲା। ମାମଲାରେ ଏବେ ସିବିଆଇ ତଦନ୍ତ କରୁଥିବା ବେଳେ ଏଯାଏଁ ଟଙ୍କା ଫେରି ପାଇବାକୁ ଅନେଇ ବସିଛନ୍ତି ସାଧାରଣ ଲୋକେ।

ମୋହନ ମାଝୀ ଠକେଇର ଶିକାର:

କିଛି ଦିନ ତଳେ ନିଜେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବି ଚିଟ୍‌ଫଣ୍ଡ୍‌ ଠକେଇର ଶିକାର ହୋଇଥିବା ଦର୍ଶାଇଥିଲେ। ଏଭଳି ସ୍ଥିତିରେ ପ୍ରଥମ ଥର ପାଇଁ ଓଡ଼ିଆ ଭାଷାରେ ‘ଚିଟ୍‌ଫଣ୍ଡ୍‌’ ୱେବ୍‌ସିରିଜ୍‌ରେ ଅନେକ ପରଦା ପଛର କାହାଣୀକୁ ଜୀବନ କରି ଚର୍ଚ୍ଚାକୁ ଆସିଛି।

ଏହି ସିରିଜ୍‌ର କାହାଣୀ ରଂଜନ ଶତପଥୀଙ୍କ ଦ୍ୱାରା ରଚନା ହୋଇଥିବା ବେଳେ ମୟଙ୍କ ଶତପଥୀ ଏହାର ନିର୍ଦ୍ଦେଶନା ଦେଇଛନ୍ତି। ଏଥିରେ ବିଭିନ୍ନ ଭୂମିକାରେ ସାର୍ଥକ, ମୀରା, ବିରଞ୍ଚି ନାୟକ, କଲ୍ୟାଣ, ଉମାକାନ୍ତ ସାହୁ, ତଥାଗତ ଭଳି କଳାକାରମାନଙ୍କୁ ଦେଖିବାକୁ ମିଳେ।

Web Series Tarang Plus
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ