Advertisment

ଭିଡିଓ ସେୟାର କଲେ କିଆରା ଆଡଭାନୀ, ସିଦ୍ଧାର୍ଥ ଓ କିଆରାଙ୍କ କେମେଷ୍ଟ୍ରୀକୁ ପସନ୍ଦ କଲେ ଦର୍ଶକ

ବଲିଉଡରେ ଏବେ ନୂଆ ଯୋଡ଼ିକୁ ସିଦ୍ଧାର୍ଥ ମଲହୋତ୍ରା ଓ କିଆରା ଆଡଭାନୀଙ୍କୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ଅଗଷ୍ଟ ୧୨ରେ ଦୁହଁଙ୍କର ଫିଲ୍ମ ଶେରସାହା ରିଲିଜ ହୋଇଛି । ଫିଲ୍ମରେ ଦୁହିଁଙ୍କର କେମେଷ୍ଟ୍ରୀକୁ ଦର୍ଶକେ ବେସ୍ ପସନ୍ଦ କରିଛନ୍ତି । ନିକଟରେ କିଆରା ଆଡଭାନୀ ନିଜ ଇନଷ୍ଟାଗ୍ରାମରେ ସିଦ୍ଧାର୍ଥ ମଲହୋତ୍ରାଙ୍କ ସହିତ ଏକ ସୁନ୍ଦର ଭିଡିଓ ପୋଷ୍ଟ କରିଛନ୍ତି । ଏହି ଭିଡିଓରେ ଦୁହିଁଙ୍କ ଅନ୍ଦାଜ୍ ଫ୍ୟାନ୍ସ ମାନଙ୍କୁ ବହୁତ ପସନ୍ଦ ଆସିଛି ।

ଅଦ୍ୟତନ ହୋଇଛି
Sidharth and Kiara

Sidharth and Kiara

Advertisment

ନୂଆଦିଲ୍ଲୀ: ବଲିଉଡରେ ଏବେ ନୂଆ ଯୋଡ଼ିକୁ ସିଦ୍ଧାର୍ଥ ମଲହୋତ୍ରା ଓ କିଆରା ଆଡଭାନୀଙ୍କୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । କେତେବେଳେ ୨ ଜଣଙ୍କର ସଂପର୍କକୁ ନେଇ ତ କେତେବେଳେ ଫିଲ୍ମରେ ଏକାଠି କାମ କରିବାକୁ ନେଇ ସବୁବେଳେ ଲାଇମଲାଇଟ୍ ରେ ରହୁଛନ୍ତି ଏହି ଦୁଇ ଯୋଡ଼ି । ଅଗଷ୍ଟ ୧୨ରେ ଦୁହଁଙ୍କର ଫିଲ୍ମ ଶେରସାହା ରିଲିଜ ହୋଇଛି । ଫିଲ୍ମରେ ଦୁହିଁଙ୍କର କେମେଷ୍ଟ୍ରୀକୁ ଦର୍ଶକେ ବେସ୍ ପସନ୍ଦ କରିଛନ୍ତି । ନିକଟରେ କିଆରା ଆଡଭାନୀ ନିଜ ଇନଷ୍ଟାଗ୍ରାମରେ ସିଦ୍ଧାର୍ଥ ମଲହୋତ୍ରାଙ୍କ ସହିତ ଏକ ସୁନ୍ଦର ଭିଡିଓ ପୋଷ୍ଟ କରିଛନ୍ତି । ଏହି ଭିଡିଓରେ ଦୁହିଁଙ୍କ ଅନ୍ଦାଜ୍ ଫ୍ୟାନ୍ସ ମାନଙ୍କୁ ବହୁତ ପସନ୍ଦ ଆସିଛି ।

Advertisment

ଏହି ଭିଡିଓକୁ ଏପର୍ଯ୍ୟନ୍ତ ୩.୧ ମିଲିୟନ୍ ଥର ଦେଖାଯାଇ ସାରିଲାଣି । ଭିଡିଓରେ ଦେଖିବାକୁ ମିଳିଛି ଯେ କିଆରା ଧଳା ରଙ୍ଗର ଲେହେଙ୍ଗା ପିନ୍ଧିଥିବା ବେଳେ ଏବଂ ହଳଦିଆ ରଙ୍ଗର ଓଢଣୀ ପକାଇଛନ୍ତି । ସିଦ୍ଧାର୍ଥଙ୍କୁ ଏକ ବ୍ରାଉନ୍ ଜ୍ୟାକେଟ୍ ଏବଂ କଳା ପ୍ୟାଣ୍ଟ ସାର୍ଟରେ ଦେଖିବାକୁ ମିଳିଛି । ଉଭୟଙ୍କୁ ଖୁବ ଶୀଘ୍ର କପିଲ ଶର୍ମାଙ୍କ ଶୋ’ରେ ଦେଖିବାକୁ ମିଳିବ । ତେବେ ଶେରସାହାରେ ଉଭୟଙ୍କ ଯୋଡ଼ିକୁ ଦର୍ଶକେ ବେସ୍ ପସନ୍ଦ କରୁଛନ୍ତି ।

ଆଗକୁ ସିଦ୍ଧାର୍ଥ ମଲହୋତ୍ରା ‘ଥ୍ୟାଙ୍କ ଗଡ୍’ ଓ ମିସନ ମଞ୍ଜୁ’ ଫିଲ୍ମରେ ନଜର ଆସିବେ । ଦର୍ଶକେ ଏହି ଫିଲ୍ମ ମିସନ ମଞ୍ଜୁ’ ରେ ସିଦ୍ଧାର୍ଥଙ୍କ ବିପକ୍ଷରେ ଜଣେ ନୂଆ ନାୟିକାଙ୍କୁ ଦେଖିବାକୁ ପାଇବେ। ଏହି ଫିଲ୍ମ ମାଧ୍ୟମରେ ବଲିଉଡରେ ରଶ୍ମିକା ମନ୍ଦାନା ଡେବ୍ୟୁ କରିବାକୁ ଯାଉଛନ୍ତି। ତେବେ ଶେର୍‌ଶାହ’ ଫିଲ୍ମର ସଫଳତା ନେଇ ସିଦ୍ଧାର୍ଥ ମଲ୍‌ହୋତ୍ରା ବହୁତ ଖୁସିଥିବା ଜଣାପଡିଛି ।

Advertisment

ନିକଟରେ ଶେର୍‌ଶାହ ର ସଫଳତାକୁ ନେଇ ଏକ ସାକ୍ଷାତକାରରେ ସିଦ୍ଧାର୍ଥଙ୍କୁ ପଚରା ଯାଇଥିଲା ଯେ ଫିଲ୍ମ ପାଇଁ ସେ ଜାତୀୟ ପୁରସ୍କାର ପାଇବା ନେଇ ଆଶାବାଦୀ କି । ସେ କହିଥିଲେ ଯେ ମୁ ବର୍ତ୍ତମାନ କୌଣସି ପୁରସ୍କାର ବିଷୟରେ ଚିନ୍ତା କରୁନି, କିନ୍ତୁ ଫିଲ୍ମକୁ ମିଳୁଥିବା ପ୍ରଶଂସାରେ ମୁ ଖୁସି ଅଛି। କିଆରା ଫିଲ୍ମ ଫଗଲିରୁ କ୍ୟାରିୟର ଆରମ୍ଭ କରିଥିଲେ । ଏବେ ଫିଲ୍ମ ଭୁଲଭୁଲେୟା-୨ ପାଇଁ ସେ ବହୁତ ବ୍ୟସ୍ତ ଅଛନ୍ତି । ଆଗକୁ ଅନେକ ଫିଲ୍ମ ତାଙ୍କ ହାତରେ ଅଛି ।

Entertainment News Sidharth And Kiara
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ