Astrospeak
  • Live TV
  • Read In English

ଏକାଠି ଅଛନ୍ତି ଭିକି କୌଶଲ ଏବଂ କ୍ୟାଟ୍ରିନା ! ଦୁହିଁଙ୍କ ସଂପର୍କକୁ ନେଇ ମିଳିଲା ସୂଚନା

ବି-ଟାଉନରେ ଏବେ ଦୁଇ ନୂଆ ଯୋଡ଼ିଙ୍କୁ ନେଇ ଚର୍ଚ୍ଚା । ଆମେ କହୁଛୁ ଉରି ଫିଲ୍ମ ଷ୍ଟାର୍‌ ଭିକି କୌଶଲ ଏବଂ କ୍ୟାଟ୍ରିନା କୈଫଙ୍କ କଥା । ଭିକି କୌଶଲ ନିଜର ଦମଦାର ଆକ୍ଟିଂ ଜରିଆରେ ଲୋକଙ୍କ ମନକୁ କିଣିଥିବା ବେଳେ କ୍ୟାଟ୍ରିନା ନିଜ ସୁନ୍ଦରତା ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। କିନ୍ତୁ ଏଥର ଆକ୍ଟର ଭିକି କୌଶଲ ଏବଂ କ୍ୟାଟ୍ରିନା କୈଫଙ୍କ ସମ୍ପର୍କକୁ ନେଇ ଚାରିଆଡେ ଚର୍ଚ୍ଚା ହେଉଛି । ଶୁଣିବାକୁ ମିଳୁଛି ଯେ, ଏମାନେ ବହୁତ ଶୀଘ୍ର ଏନଗେଜମେଣ୍ଟ କରିବାକୁ ଯାଉଛନ୍ତି।

katrina kaif and vicky kaushal
katrina kaif and vicky kaushal

News Summary

ଭିକି କୌଶଲ ଏବଂ କ୍ୟାଟ୍ରିନାଙ୍କୁ ନେଇ ଚର୍ଚ୍ଚା

 ଦୁହିଁଙ୍କ ନିର୍ବନ୍ଧକୁ ନେଇ ଅନେକ ପୋଷ୍ଟ ଭାଇରାଲ

ମୁମ୍ବାଇ : ବି-ଟାଉନରେ ଏବେ ଦୁଇ ନୂଆ ଯୋଡ଼ିଙ୍କୁ ନେଇ ଚର୍ଚ୍ଚା । ଆମେ କହୁଛୁ ଉରି ଫିଲ୍ମ ଷ୍ଟାର ଭିକି କୌଶଲ ଏବଂ କ୍ୟାଟ୍ରିନା କୈଫଙ୍କ କଥା । ଭିକି କୌଶଲ ନିଜର ଦମଦାର ଆକ୍ଟିଂ ଜରିଆରେ ଲୋକଙ୍କ ମନକୁ କିଣିଥିବା ବେଳେ କ୍ୟାଟ୍ରିନା ନିଜ ସୁନ୍ଦରତା ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। କିନ୍ତୁ ଏଥର ଆକ୍ଟର ଭିକି କୌଶଲ ଏବଂ କ୍ୟାଟ୍ରିନା କୈଫଙ୍କ ସମ୍ପର୍କକୁ ନେଇ ଚାରିଆଡେ ଚର୍ଚ୍ଚା ହେଉଛି । ଶୁଣିବାକୁ ମିଳୁଛି ଯେ, ଏମାନେ ବହୁତ ଶୀଘ୍ର ଏନଗେଜମେଣ୍ଟ କରିବାକୁ ଯାଉଛନ୍ତି। କିଛି ଦିନ ପୂର୍ବରୁ ସେମାନେ ରିଲେସନସି ପରେ ରହିବାର ଖବରର ଶୁଣିବାକୁ ମିଳିଛି। ନିକଟ ଅତୀତରେ ସେମାନେ ନିର୍ବନ୍ଧ କରିବାର ଖବର ମିଡିଆ ସାମ୍ନାକୁ ଆସିଥିଲା। ତେବେ ଭିକି ଓ କ୍ୟାଟ୍ରିନାଙ୍କ ନିର୍ବନ୍ଧକୁ ନେଇ ଅନେକ ପୋଷ୍ଟ ଏବେ ଭାଇରାଲ ହେବାରେ ଲାଗିଛି ।

ତେବେ ସୋସିଆଲ ମିଡିଆରେ ହୋଇଥିବା ପୋଷ୍ଟକୁ ନେଇ ଏହି ଚର୍ଚ୍ଚା ଆରମ୍ଭ ହୋଇଛି। ଏହି ଦୁଇ ଷ୍ଟାର ନିଜର ଭଲ ଓ ଲାଟେଷ୍ଟ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରନ୍ତି । ଏହି ପୋଷ୍ଟରେ ଅନେକ ଲାଇକ ଏବଂ କମେଣ୍ଟ ମଧ୍ୟ ମିଳିଥାଏ । କିନ୍ତୁ ଏବେ ଏମାନଙ୍କ ସମ୍ପର୍କକୁ ନେଇ ଏବେ ସବୁଠି ଚର୍ଚ୍ଚ। । ଏହି ଖବର ଏବେ ସବୁଠି ଭାଇରାଲ ହେଉଛି। ଏହି ଖବରକୁ ପ୍ରାଇଭେଟରେ ରଖି ଉଭୟ ଏକ ସମ୍ପର୍କରେ ଯୋଡି ହେବାକୁ ଯାଉଛନ୍ତି ବୋଲି ଶୁଣିବାକୁ ମିଳିଛି । କିନ୍ତୁ ଏହି ଖବରକୁ ନେଇ ଭିକି ଓ କ୍ୟାଟରିନାଙ୍କ ପକ୍ଷରୁ କୌଣସି ସୂଚନା ମିଳି ପାରିନାହିଁ । ସେମାନେ ଏହି ଖବରକୁ ଅଫିସିଆଲ ଆନାଉସମେଣ୍ଟ କରିନାହାନ୍ତି । ନିକଟରେ ସିଦ୍ଧାର୍ଥ ମଲହୋତ୍ରାଙ୍କ ଫିଲ୍ମ ‘ଶେରସାହା’ ପାଇଁ ଏକ ସ୍କ୍ରିନିଂରେ ଯୋଗଦେବା ଦେଖିବାକୁ ମିଳିଥିଲା ।

ତେବେ ଏହି ଖବରକୁ ନେଇ ପପୁଲାର ଫଟୋଗ୍ରାଫର ଭାଇରଲ ଭୟାନୀ ନିଜ ମତ ଦେଇଛନ୍ତି। ତାଙ୍କ ଟିମର କହିବା ଅନୁଯାୟୀ, ନିର୍ବନ୍ଧ ହେବାର ଖବର ସତ ନୁହେଁ, କିନ୍ତୁ ଉଭୟେ ଏକାଠି ଅଛନ୍ତି ବୋଲି ସେ କହିଛନ୍ତି , ଏହା ସତ ବୋଲି ସେ ମତ ଦେଇଛନ୍ତି । ସୂଚନା ଅନୁସାରେ ପୂର୍ବରୁ ଏକ ଆୱାଡ ସୋ ରେ ଭିକି କୌଶଲ କ୍ୟାଟ୍ରିନାଙ୍କୁ ପସନ୍ଦ କରନ୍ତି ବୋଲି କହିଥିଲେ ଓ ତାଙ୍କର ପ୍ରଂଶସା ମଧ୍ୟ କରିଥିଲେ । କ୍ୟାଟ୍ରିନା ବି ତାଙ୍କ ସହ ବେଶ ଖୁସି ଥିବା ନଜର ଆସିଥିଲେ ।