Advertisment

କଙ୍ଗନାଙ୍କୁ ରିଟର୍ଣ୍ଣ ଗିଫ୍ଟ ପଠେଇଲେ ଭିକ୍ଟ୍ରିନା

କଙ୍ଗନାଙ୍କୁ ରିଟର୍ଣ୍ଣ ଗିଫ୍ଟ ପଠାଇଛନ୍ତି ବଲିଉଡର ନବ ବିବାହିତ ଦମ୍ପତି ବିକି କୌଶଲ ଓ କ୍ୟାଟ୍ରିନା କୈଫ୍ । ଆଉ ଏହି ଗିଫ୍ଟର ଫଟୋ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ବିକି ଓ କ୍ୟାଟ୍ରିନାଙ୍କୁ ଏନେଇ ଧନ୍ୟବାଦ ଜଣାଇଛନ୍ତି କଙ୍ଗନା ।

ଅଦ୍ୟତନ ହୋଇଛି
Katrina Kaif and Vicky Kaushal

Katrina Kaif and Vicky Kaushal

Advertisment

ବଲିଉଡରେ ଏବେ ବାହାଘରର ଋତୁ ଚାଲିଛି । ବର୍ତ୍ତମାନର ଷ୍ଟାର ଓ ଚର୍ଚ୍ଚିତ କପଲ୍ ହେଉଛନ୍ତି ବିକି କୌଶଲ ଓ କ୍ୟାଟ୍ରିନା କୈଫ୍ । ତେବେ ଡିସେମ୍ବର ୯ରେ ଉଭୟେ ରାଜସ୍ଥାନର ସିକ୍ସ ସେନ୍ସ ଫର୍ଟରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଏହି ଷ୍ଟାର କପଲଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଏହି କପଲ୍ ବାହାଘର ପରେ ସେଲିବ୍ରେଟି ମାନଙ୍କୁ ରିଟର୍ଣ୍ଣ ଗିଫ୍ଟ ପଠାଇଛନ୍ତି । ତେବେ ଅଭିନେତ୍ରୀ କଙ୍ଗନା ଏହି ରିଟର୍ଣ୍ଣ ଗିଫ୍ଟର ଫଟୋ ସେୟାର କରିଛନ୍ତି, ଯାହା ଏବେ ଖୁବ୍ ଚର୍ଚ୍ଚାରେ ରହିଛି ।

Advertisment

ଅଭିନେତ୍ରୀ କଙ୍ଗନା ରାଣାୱତ ନିଜ ଇନଷ୍ଟାଗ୍ରାମ ଷ୍ଟୋରିରେ ଭିକ୍କି ଓ କ୍ୟାଟ୍ରିନା ପଠାଇଥିବା ଗିଫ୍ଟର ଫଟୋ ସେୟାର କରିଛନ୍ତି। ଏହି ଫଟୋରେ ଗିଫ୍ଟ ସହ ବିଭିନ୍ନ ରଙ୍ଗର ଫୁଲ ଓ ଦେଶୀ ଘିଅର ଲଡୁ ମଧ୍ୟ ରହିଛି। ତେବେ ଏହି ଫଟୋ ସେୟାର କରି କଙ୍ଗନା କ୍ୟାପସନରେ ଲେଖିଛନ୍ତି ଯେ ବହୁତ ସୁଆଦିଆ ଦେଶୀ ଘିଅର ଲଡ଼ୁ ,କ୍ୟାଟ୍ରିନା କୈଫ୍ ଓ ବିକ୍କି କୌଶଲଙ୍କ ତରଫରୁ, ଧନ୍ୟବାଦ ଓ ଶୁଭକାମନା।

Katrina Kaif and Vicky KaushalKatrina Kaif and Vicky Kaushal

ସୂଚନା ଅନୁସାରେ ଗତ କିଛି ଦିନ ପୂର୍ବରୁ ଅଭିନେତ୍ରୀ କଙ୍ଗନା ସୋସିଆଲ ମିଡିଆରେ କିଛି ପୋଷ୍ଟ ସେୟାର କରିଥିଲେ । ସେ ତାଙ୍କ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଥିଲେ । ଏଥିରେ ସେ କ୍ୟାଟ୍ରିନା କୈଫ୍ ଓ ବିକ୍କି କୌଶଲଙ୍କ ବିଷୟରେ ଉଲ୍ଲେଖ କରିଥିଲେ। କଙ୍ଗନା ଲେଖିଥିଲେ – ଆମେ ପୂର୍ବରୁ ବହୁ କାହାଣୀ ଶୁଣିଛୁ। ସେଥିରେ ଖୁବ ଗରିବ ଝିଅ ଧନୀ ପୁଅକୁ ବିବାହ କରିଥାନ୍ତି । ମହିଳାମାନେ ଯଦି ସ୍ୱାମୀଙ୍କ ଠାରୁ ଅଧିକ ସଫଳ ହୋଇଥାନ୍ତି ତେବେ ଏହା ବଡ଼ ସମସ୍ୟା ହୋଇଯାଏ।

Advertisment
Katrina Kaif and Vicky KaushalKatrina Kaif and Vicky Kaushal

କଙ୍ଗନା ନିଜ ପୋଷ୍ଟରେ ଲେଖିଥିଲେ ଯେ ମହିଳାଙ୍କ ପାଇଁ ଏକ ବୟସ ପରେ ବିବାହ କରିବା ଅସମ୍ଭବ ହୋଇଯାଏ। କିନ୍ତୁ ଏବେ ଏସବୁ ଦେଖି ଖୁସି ଲାଗୁଛି ଯେ ସଫଳ ଓ ଧନୀ ମହିଳା, ଭାରତୀୟ ଫିଲ୍ମ ଜଗତର ଲିଡିଂ ଲେଡି ଏହି ପ୍ରଥାକୁ ଭାଙ୍ଗିଛନ୍ତି । ଏଭଳି ମହିଳା ଓ ପୁରୁଷ ଅଧିକ ପ୍ରଶଂସାଯୋଗ୍ୟ।

Katrina Kaif & Vicky Kaushal
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ