Advertisment

ଗୋଟିଏ ଯୁଗର ଅନ୍ତ ! ଆରପାରିରେ ଓଲିଉଡ୍‌ର 'କାକା'

ଓଲିଉଡ୍‌ର କାକା ଭାବେ ପରିଚିତ ଭେଟ୍‌ରାନ୍‌ ଅଭିନେତା ମିହିର ଦାସଙ୍କ ଘର ମୟୂରଭଞ୍ଜ ଜିଲ୍ଲାରେ । ପିଲା ବେଳେ କଳା ପ୍ରତି ତାଙ୍କର ଦୁର୍ବଳତା ଥିଲା । ସେ ପ୍ରଥମେ ଆର୍ଟ ଫିଲ୍ମ ‘ସ୍କୁଲ୍‌ ମାଷ୍ଟର’ରୁ ନିଜ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ ।

ଅଦ୍ୟତନ ହୋଇଛି
Actor Mihir Das

Actor Mihir Das

Advertisment

ଭୁବନେଶ୍ୱର: ଓଲିଉଡ୍‌ର ଭେଟେରାନ୍‌ ଅଭିନେତା ମିହିର ଦାସଙ୍କ ପରଲୋକ ସହ ଗୋଟିଏ ଯୁଗର ଅନ୍ତ ଘଟିଛି। ୧୯୭୯ ମସିହାରେ ମିହିର ଦାସଙ୍କ ଅଭିନୀତ ପ୍ରଥମ ଫିଲ୍ମ ‘ମଥୁରା ବିଜୟ’ ରିଲିଜ ହୋଇଥିଲା। ଆଉ ସେଇଠୁ ଆରମ୍ଭ ହୋଇଥିଲା ଓଡ଼ିଆ ସିନେମାରେ ମିହିରଙ୍କ କ୍ୟାରିୟର। ସେ ତିନି ଦଶନ୍ଧୀ ଧରି ଓଲିଉଡ୍‌ରେ ରାଜ କରିଆସୁଥିଲେ। ହିରୋ ହେଉ କି ଭିଲେନ୍ ଅବା କମେଡିଆନ୍‌ ଯେକୌଣସି ଚରିତ୍ରରେ ତାଙ୍କର ଅଭିନୟ ଅତ୍ୟନ୍ତ ଉତ୍କଣ୍ଠାପୂର୍ଣ୍ଣ ଓ ହୃଦୟସ୍ପର୍ଶୀ ଥିଲା।

Advertisment

ଓଲିଉଡ୍‌ର କାକା ଭାବେ ପରିଚିତ ଭେଟ୍‌ରାନ୍‌ ଅଭିନେତା ମିହିର ଦାସଙ୍କ ଘର ମୟୂରଭଞ୍ଜ ଜିଲ୍ଲାରେ । ପିଲା ବେଳେ କଳା ପ୍ରତି ତାଙ୍କର ଦୁର୍ବଳତା ଥିଲା । ସେ ପ୍ରଥମେ ଆର୍ଟ ଫିଲ୍ମ ‘ସ୍କୁଲ୍‌ ମାଷ୍ଟର’ରୁ ନିଜ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ । ଯାହା ତାଙ୍କୁ ଆଗକୁ ବଢ଼ିବା ପାଇଁ ରାସ୍ତା ଦେଖାଇଥିଲା । ତା’ପରେ ସେ ବ୍ୟବସାୟୀକ ଫିଲ୍ମରେ ଅଭିନୟ କରିବାର ସୁଯୋଗ ପାଇଥିଲେ । 

ଫେରି ଆ ମୋ ସୁନା ଭଉଣୀ ଚଳଚ୍ଚିତ୍ରରେ ମଧ୍ୟ ସେ ଚମତ୍କାର ଅଭିନୟ କରି ଶ୍ରେଷ୍ଠ ଅଭିନେତାର ପୁରସ୍କାର ପାଇଥିଲେ । ସେହିଭଳି ଶ୍ରେଷ୍ଠ ସହକଳାକାର ଭାବେ ମଧ୍ୟ ଅନେକ ଫିଲ୍ମ ପାଇଁ ତାଙ୍କୁ ପୁରସ୍କୃତ କରାଯାଇଥିଲା । ୨୦୦୨ରେ ରାକ୍ଷୀ ବାନ୍ଧିଲି ମୋ ରଖିବ ମାନ ଚଳଚ୍ଚିତ୍ର ପାଇଁ ତାଙ୍କୁ ଶ୍ରେଷ୍ଠ ସହକଳାକାର ଭାବେ ବିବେଚନା କରାଯାଇଥିଲା ।

Advertisment

ଏହାସହ ୨୦୧୦ରେ ପ୍ରେମ ଅଢ଼େଇ ଅକ୍ଷର ପାଇଁ ମଧ୍ୟ ତାଙ୍କୁ ପୁରସ୍କାର ଦିଆଯାଇଛି । ଓଟିଭିର ଲୋକପ୍ରିୟ କାର୍ଯ୍ୟକ୍ରମ ଆଶାର ଆଲୋକର ସଂଚାଳକ ଥିଲେ।
ମିହିରଙ୍କ ମିଠା କଥା ଅନେକ ଭଙ୍ଗା ମନ ଓ ପରିବାରକୁ ଯୋଡ଼ି ପାରିଥିଲା। ତାଙ୍କ ପତ୍ନୀ ଜଣେ କଣ୍ଠଶିଳ୍ପୀ ହେବା ସହ ଭଲ ଅଭିନେତ୍ରୀ ଥିଲେ । 

Ollywood Mihir Das Passes Away
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ