/odishatv-khabar/media/post_attachments/uploadimage/library/16_9/16_9_0/IMAGE_1670742244.jpg)
Veteran actress Veena Kapoor killed by son
ଭେଟେରାନ୍ ଅଭିନେତ୍ରୀ ବୀଣା କପୁରଙ୍କୁ ହତ୍ୟା କରିଯାଇଥିବା ଅଭିଯୋଗ ହୋଇଛି। ହତ୍ୟାକାରୀ ଆଉ କେହି ନୁହନ୍ତି ବରଂ ତାଙ୍କ ପୁଅ ବୋଲି ଜଣାପଡ଼ିଛି। ଏହି ମାମଲାରେ ମୁମ୍ବାଇ ପୋଲିସ୍ ବୀଣାଙ୍କ ପୁଅ ଓ ତାଙ୍କ ଘରେ କାମ କରୁଥିବା ଜଣେ ଯୁବକଙ୍କୁ ଗିରଫ କରିଛି। ବେସ୍ବଲ୍ ବ୍ୟାଟରେ ବୀଣାଙ୍କ ମୁଣ୍ଡକୁ ବାରମ୍ବାର ପିଟିବା ଯୋଗୁ ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁପରେ ମୃତଦେହକୁ ରାଇଗଡ଼ ଜିଲ୍ଲାର ନଦୀରେ ଫିଙ୍ଗି ଦିଆଯାଇଥିଲା। ସମ୍ପତ୍ତି ବିବାଦକୁ ନେଇ ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି।
୭୪ ବର୍ଷୀୟ ବୀଣାଙ୍କୁ ହତ୍ୟା ଅଭିଯୋଗରେ ଜୁହୁ ପୋଲିସ୍ ୪୩ ବର୍ଷୀୟ ତାଙ୍କ ପୁଅ ଓ ତାଙ୍କ ଘରେ କାମ କରୁଥିବା ୨୫ ବର୍ଷୀୟ ଯୁବକଙ୍କୁ ଗିରଫ କରିଛି। ସୂଚନା ଅନୁସାରେ, ମଙ୍ଗଳବାର ରାତିରେ କଲପଟାରୁ ସୋସାଇଟିର ସିକ୍ୟୁରିଟି ସୁପରଭାଇଜର, ବୀଣା କପୁର ନିଖୋଜ ନେଇ ଜୁହୁ ପୋଲିସ୍ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୋଲିସ୍ ଖୋଜାଖୋଜି ଆରମ୍ଭ କରିଥିଲା। ଛାନ୍ଭିନ୍ ବେଳେ ବୀଣାଙ୍କ ମୋବାଇଲ୍ ଲୋକେସନ୍ ତାଙ୍କ ବିଲ୍ଡିଂ ନିକଟରୁ ଠାବ କରାଯାଇଥିବା ବେଳେ ତାଙ୍କ ପୁଅ ପାନ୍ଭେଲ୍ରେ ଥିବା ଜଣାପଡ଼ିଥିଲା।
ଏହା ପରଦିନ ବୀଣାଙ୍କ ପୁଅ ଓ ତାଙ୍କ ଘରେ କାମ କରୁଥିବା ଯୁବକଙ୍କୁ ଥାନାକୁ ଅଣାଯାଇ ପଚରାଉଚରା କରାଯାଇଥିଲା। ଜେରା ବେଳେ ବୀଣାଙ୍କ ପୁଅ ଅପରାଧ ସ୍ୱୀକାର କରିଥିଲେ। ସେ କହିଥିଲେ ଯେ, ମା’ଙ୍କ ସହ ଯୁକ୍ତିତର୍କ ହେବା ପରେ ସେ ବେସ୍ବଲ୍ ବ୍ୟାଟରେ ତାଙ୍କ ମୁଣ୍ଡକୁ ବାରମ୍ବାର ପିଟିଥିଲେ। ସେମାନଙ୍କ ମଧ୍ୟରେ ସମ୍ପତ୍ତିକୁ ନେଇ ବିବାଦ ଲାଗି ରହିଥିଲା। ଯେଉଁଥିପାଇଁ ସେ ଏଭଳି କାଣ୍ଡ ଘଟାଇଥିଲେ। ହତ୍ୟା ପରେ ମୃତଦେହକୁ ରାଇଗଡ଼ ଜିଲ୍ଲାର ମାଥେରନ୍ ନିକଟରେ ନଦୀକୁ ଫିଙ୍ଗି ଦେଇଥିଲେ।
ଘଟଣାକୁ ନେଇ ବୀଣାଙ୍କ ପୁଅ ଓ ତାଙ୍କୁ ଏଥିରେ ସହାୟତା କରିଥିବା ଅନ୍ୟ ଜଣେ ଯୁବକଙ୍କ ବିରୋଧରେ ପୋଲିସ୍ ମାମଲା ରୁଜୁ କରିଛି। ଏହାସହ ଘଟଣାର ତଦନ୍ତ ଚଳାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)