Advertisment

ଭେଟେରାନ୍‌ ଅଭିନେତା ସରଥ ବାବୁଙ୍କ ପରଲୋକ

ସେ ୨୦୦ରୁ ଅଧିକ ଫିଲ୍ମରେ ଅଭିନୟ କରିଥିଲେ। ତାଙ୍କର ଅଭିନୀତ ପ୍ରତିଟି ଫିଲ୍ମ ଆଜିବି ଅଭୁଲା...

Veteran Actor Sarath Babu

Veteran Actor Sarath Babu

Advertisment

ଭେଟେରାନ୍‌ ଅଭିନେତା ସରଥ ବାବୁଙ୍କ ପରଲୋକ । ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା। ତାଙ୍କର ମୃତ୍ୟୁରେ ଫିଲ୍ମ ଜଗତରେ ଶୋକର ଛାୟା ଖେଳିଯାଇଛି।

Advertisment

ବୟସାଧିକ ରୋଗରେ ପୀଡିତ ହୋଇ ସେ ମେଡିକାଲରେ ଭର୍ତ୍ତି ହୋଇଥିଲେ। ତାଙ୍କର ଏକାଧିକ ଅଙ୍ଗ ନଷ୍ଟ ହୋଇଯାଇଥିଲା। ଆଜି ତାଙ୍କର ପରଲୋକ ଘଟିଛି। ତାଙ୍କର ବିୟୋଗରେ ଅଭିନେତା, ଅଭିନେତ୍ରୀ ଓ ଫ୍ୟାନ୍ସମାନେ ଶୋକପ୍ରକାଶ କରିଛନ୍ତି। ତେବେ ଗତ ମେ ୩ରେ ତାଙ୍କର ମୃତ୍ୟୁ ଖବର ନେଇ ସୋସିଆଲ ମିଡିଆରେ ଫେକ୍‌ ନ୍ୟୁଜ୍‌ ଭାଇରାଲ ହୋଇଥିଲା।   

ଦୀର୍ଘ ୪ ଦଶନ୍ଧି ଧରି ଅନେକ ତାମିଲ ଓ ତେଲୁଗୁ ଫିଲ୍ମରେ ନିଜ ଅଭିନୟର ଯାଦୁ ଦେଖାଇଥିଲେ ସରଥ ବାବୁ। ସେ ୨୦୦ରୁ ଅଧିକ ଫିଲ୍ମ ଅଭିନୟ କରିଥିଲେ। ୧୯୭୩ରେ ସେ ଡେବ୍ୟୁ କରିଥିଲେ। କିନ୍ତୁ ୧୯୭୮ରେ ତାମିଲ ଫିଲ୍ମ Nizhal Nijamagiradhuରେ ତାଙ୍କର ଅଭିନୟ ବଡ ମାଇଲେଜ୍‌ ଦେଇଥିଲା। 

Advertisment

ସେ ୮ ଥର ନନ୍ଦି ଆୱାର୍ଡ ପାଇଛନ୍ତି। ସରଥଙ୍କ ଶେଷ ଫିଲ୍ମ  Malli Pelliରେ ପେଡୟାନା ଚରିତ୍ରରେ ନଜରରେ ଆସିଥିଲେ। ଶରତ ବାବୁ ଟେଲିଭିଜନ୍‌ ଦୁନିଆରେ ସେ ବିଭିନ୍ନ ଚରିତ୍ରରେ ଅଭିନୟ କରିଛନ୍ତି। 

Veteran Actors
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ