Advertisment

ଶାରୀରିକ ସଂପର୍କ ରଖିବାକୁ ମନା କରିଥିଲେ ବର୍ଷା: ଅନୁଭବ

ପତି-ପତ୍ନୀ ଉଭୟ ଗୋଟିଏ ରୁମରେ ଏକାଠି ରହୁଥିଲେ।

ଅଦ୍ୟତନ ହୋଇଛି
ଅନୁଭବ-ବର୍ଷା ବିବାଦ

ଅନୁଭବ-ବର୍ଷା ବିବାଦ

Advertisment

ସୋସିଆଲ ମିଡିଆରେ ସାଂସଦ ଅନୁଭବ ମହାନ୍ତିଙ୍କ ଆଉ ଏକ ଭିଡିଓକୁ ନେଇ ଚର୍ଚ୍ଚା। ଦୁଇ ଦିନ ତଳେ ପ୍ରଥମ ଭିଡିଓରେ ଅନୁଭବ ନିଜ ମନର କ୍ଷୋଭ ପ୍ରକାଶ କରିବା ପରେ ଆଜି ଦ୍ୱିତୀୟ ଭିଡିଓରେ ସିଧାସଳଖ ପତ୍ନୀ ବର୍ଷା ପ୍ରିୟଦର୍ଶନୀଙ୍କ ନାଁ ନେଇ ତାଙ୍କ ବୈବାହିକ ଜୀବନରେ ଝଡ ସମ୍ପର୍କରେ ମୁହଁ ଖୋଲିଛନ୍ତି ଅନୁଭବ।କହିଛନ୍ତି, ୨୦୧୪ରେ ବର୍ଷାଙ୍କୁ ସେ ପ୍ରେମ ବିବାହ କରିଥିଲେ। ତେବେ ବିବାହର ୮ ବର୍ଷ ଯାଏଁ ସେ ସ୍ୱାମୀର ଅଧିକାର ପାଇନଥିଲେ। 

Advertisment

ପତି-ପତ୍ନୀ ଉଭୟ ଗୋଟିଏ ରୁମରେ ଏକାଠି ରହୁଥିଲେ ମଧ୍ୟ ଏହି ପବିତ୍ର ସମ୍ପର୍କରୁ ବର୍ଷା ତାଙ୍କୁ ବଞ୍ଚିତ କରି ରଖିଥିଲେ। ପତି-ପତ୍ନୀଙ୍କ ମଧ୍ୟରେ ଥିବା ଏହି ପବିତ୍ର ସମ୍ପର୍କରେ ରକ୍ଷା ନକରିବା ଲାଗି ବର୍ଷା ତାଙ୍କୁ ଆରମ୍ଭରୁ କହିଥିଲେ।

Advertisment

ତେବେ ୮ ବର୍ଷ ଧରି ଅପେକ୍ଷା ପରେ ସେ ହିଁ ପ୍ରଥମେ ଦିଲ୍ଲୀ କୋର୍ଟରେ ଛାଡ଼ପତ୍ର ମାମଲା ଦାଏର କରିଥିଲେ ବୋଲି କହିଛନ୍ତି ଅନୁଭବ। ସେପଟେ ଅନୁଭବଙ୍କ ଏ ଭିଡିଓକୁ ନେଇ ପତ୍ନୀ ବର୍ଷା ପ୍ରିୟଦର୍ଶନୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। 

BJD Anubhav Mohanty MP Barsha Priyadarshini
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ