ବିବାହ ବିଚ୍ଛେଦ ମାମଲା; ହାଇକୋର୍ଟ ଗଲେ ଅନୁଭବ ମହାନ୍ତି

ଫ୍ୟାମିଲି କୋର୍ଟ ତାଙ୍କ ଆବେଦନକୁ ଖାରଜ କରିବା ପରେ ସୋସିଆଲ୍ ମିଡିଆରେ ପୁଣି ଭିଡିଓ ଛାଡ଼ି ଛାଡ଼ପତ୍ର ସ୍ୱୀକାର କରିବାକୁ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଅନୁରୋଧ କରିଥିଲେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ।

ହାଇକୋର୍ଟ ଗଲେ ଅନୁଭବ ମହାନ୍ତି

ହାଇକୋର୍ଟ ଗଲେ ସାଂସଦ ଅନୁଭବ ମହାନ୍ତି । ବର୍ଷା-ଅନୁଭବ ବିବାହ ବିଚ୍ଛେଦ ମାମଲାରେ ସାଂସଦ ଅନୁଭବ ମହାନ୍ତି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଫ୍ୟାମିଲି କୋର୍ଟର ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଅପିଲ କରିଛନ୍ତି ସାଂସଦ ଅନୁଭବ ମହାନ୍ତି । ପୂର୍ବରୁ ଫ୍ୟାମିଲି କୋର୍ଟ ଅନୁଭବଙ୍କ ମାମଲାକୁ ଖାରଜ କରିଥିଲେ । ଯାହାକୁ ନେଇ ନେଇ ପୁଣି ଥରେ ହୋଇକୋର୍ଟ ଯାଇଛନ୍ତି ଅନୁଭବ ।

ଫ୍ୟାମିଲି କୋର୍ଟ ତାଙ୍କ ଆବେଦନକୁ ଖାରଜ କରିବା ପରେ ସୋସିଆଲ୍ ମିଡିଆରେ ପୁଣି ଭିଡିଓ ଛାଡ଼ି ଛାଡ଼ପତ୍ର ସ୍ୱୀକାର କରିବାକୁ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଅନୁରୋଧ କରିଥିଲେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି । ଗତ ୧୦ ତାରିଖରେ ଏକ ନୂଆ ଭିଡିଓ ଛାଡ଼ି ଅନୁଭବ କହିଥିଲେ, ଏବେ ତାଙ୍କ ବାପାଙ୍କ ଦେହ ବହୁତ ଅସୁସ୍ଥ ରହିଛି । ତେଣୁ ଏଭଳି ସମୟରେ ଅତିକମରେ ଜଣେ ଭଲ ବନ୍ଧୁ ହିସାବରେ ବର୍ଷା ତାଙ୍କ ଛାଡ଼ପତ୍ର ସ୍ୱୀକାର କରିନିଅନ୍ତୁ ଓ ମିଛ ଡ୍ରାମା ବନ୍ଦ କରନ୍ତୁ ।

ଅଦାଲତ ଦେଇଥିବା ଐତିହାସିକ ରାୟକୁ ଚ୍ୟାଲେଞ୍ଜ କରିବେ ବୋଲି କହିଛନ୍ତି ଅନୁଭବ । ଏମିତିକି ବର୍ଷା, ତାଙ୍କ ମାଆ ଓ ଦୁଇ ଭଉଣୀଙ୍କୁ ବି ତାଙ୍କ କଥା ଶୁଣିବାକୁ ଭିଡିଓରେ ଅନୁରୋଧ କରିଛନ୍ତି ଅନୁଭବ ।