/odishatv-khabar/media/post_attachments/uploadimage/library/16_9/16_9_0/IMAGE_1696333629.jpg)
urfi javed secretly engaged roka ceremony photo viral
ତାଙ୍କର ଅନ୍ତରଙ୍ଗୀ ପୋଷାକ ଏବଂ ଅଜବ ଗଜବ ଫ୍ୟାଶନ ଯୋଗୁଁ ଉର୍ଫି ଜାଭେଦ ପ୍ରାୟତଃ ଲୋକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥାନ୍ତି। ସେ ଏପରି କିଛି ପିନ୍ଧନ୍ତି ଯେ ସୋସିଆଲ ମିଡିଆରେ ନିଆଁ ଲଗେଇ ଦିଅନ୍ତି। ତାଙ୍କର ଚମତ୍କାର ଫ୍ୟାଶନ୍ ସେନ୍ସ ପାଇଁ ଅଭିନେତା ରଣବୀର ସିଂହ ମଧ୍ୟ ତାଙ୍କୁ ପ୍ରଶଂସା କରିଛନ୍ତି। ଅନେକ ସମୟରେ ତାଙ୍କର ବିଚିତ୍ର ପୋଷାକ ପୋଷାକ ପାଇଁ ତାଙ୍କୁ ଖୁବ୍ ଟ୍ରୋଲ ହେବାକୁ ପଡେ। ସେ କିନ୍ତୁ ଏଥିପ୍ରତି ଖାତିର ନ କରି ନିଜ ଇଛା ଅନୁସାରେ ପିନ୍ଧି ନେଟିଜେନ୍ସଙ୍କୁ ମନୋରଂଜନ କରି ଚାଲନ୍ତି।
ଆଜିକାଲି କିନ୍ତୁ ଉର୍ଫି ତାଙ୍କ ପୋଷାକ ପାଇଁ ନୁହେଁ, ଏକ ନୂଆ କାରଣ ପାଇଁ ଚର୍ଚ୍ଚାକୁ ଆସିଛନ୍ତି। ଖବର ହେଉଛି ଯେ ଉର୍ଫି ଲୁଚିଛପି ଏନ୍ଗେଜ୍ମେଣ୍ଟ୍ କରିନେଇଛନ୍ତି। ସୋସିଆଲ ମିଡିଆରେ ତାଙ୍କର କିଛି ଚିତ୍ର ସାମ୍ନାକୁ ଆସିଛି, ଯେଉଁଥିରେ ସେ ଜଣେ ପୁରୁଷଙ୍କ ସହ ଯଜ୍ଞକୁଣ୍ଡ ପାଖରେ ପୂଜାରେ ବସିଥିବାର ନଜର ଆସିଛନ୍ତି। ପୂଜା କେଉଁ କାରଣରୁ ହେଉଛି ତାହା ଜଣା ନାହିଁ। ତେବେ ଫଟୋରେ ପୁଅର ମୁହଁକୁ ଲୁଚାଯାଇଛି। ତେବେ ଏହି ମିଷ୍ଟ୍ରୀ ମ୍ୟାନ୍ କିଏ? ଏହା ଜାଣିବାକୁ ନେଟିଜେନ୍ସଙ୍କ ମନରେ ଉତ୍କଣ୍ଠା ବଢିବାରେ ଲାଗିଛି। ସୋସିଆଲ୍ ମିଡିଆରେ ମଧ୍ୟ ଏହି ଫଟୋ ଭାଇରାଲ୍ ହେବାରେ ଲାଗିଛି।
ଭାଇରାଲ ଫଟୋରେ ଉର୍ଫି ଜଣେ ବ୍ୟକ୍ତିଙ୍କୁ ମୁଦି ପିନ୍ଧଉଥିବାର ନଜର ଆସିଛନ୍ତି। ହିନ୍ଦୁ ରୀତିନୀତି ଅନୁଯାୟୀ ଏହି ଏନ୍ଗେଜ୍ମେଣ୍ଟ୍ ହୋଇଛି। ଏହି ଫଟୋଗୁଡ଼ିକ ସାମ୍ନାକୁ ଆସିବା ପରେ ସେଗୁଡିକ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଲୋକମାନେ ଏହି ଫଟୋ ଉପରେ କ୍ରମାଗତ ଭାବରେ ପ୍ରତିକ୍ରିୟା ଦେଉଛନ୍ତି। ଜଣେ ଉପଭୋକ୍ତା ଲେଖିଛନ୍ତି, “ଲାଗୁଛି ସେ ଜଣେ ହିନ୍ଦୁ ପିଲା।” ଅନ୍ୟ ଜଣେ ଲେଖିଛନ୍ତି, “ମୁଁ ପ୍ରକୃତରେ ଆଶ୍ଚର୍ଯ୍ୟ ହୋଇଯାଇଛି।”
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)