Advertisment

ତୃପ୍ତିଙ୍କ ମାଉସୀଙ୍କ ପ୍ରତିକ୍ରିୟା: ଏକାଠି ହେବେ ବାବୁସାନ୍-ତୃପ୍ତି !

ପତି-ପତ୍ନୀଙ୍କ ବିବାଦକୁ ସମାଧାନ ପାଇଁ ଉଦ୍ୟମ କରାଯାଉଥିବା ଜଣାପଡ଼ିଛି।

ଅଦ୍ୟତନ ହୋଇଛି
Babushan Trupti

Babushan Trupti

Advertisment

ବାବୁସାନ ଓ ତାଙ୍କ ପତ୍ନୀ ତୃପ୍ତିଙ୍କ ମଧ୍ୟରେ ଆପୋସ ସମାଧାନ ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଭୁବନେଶ୍ୱର ସତ୍ୟନଗରରେ ଥିବା ତୃପ୍ତିଙ୍କ ଘରକୁ ଯାଇ ତାଙ୍କ ସହିତ ଆଲୋଚନା କରିଛନ୍ତି ଅଭିନେତା ରବି ମିଶ୍ର। ପତି-ପତ୍ନୀଙ୍କ ବିବାଦକୁ ସମାଧାନ ପାଇଁ ଉଦ୍ୟମ କରାଯାଉଥିବା ଜଣାପଡ଼ିଛି। ଆଗରୁ ଚେନ୍ନାଇ ଯାଇ ବାବୁସାନଙ୍କୁ ଆଣିଥିଲେ ରବି। ଉଭୟ ବାବୁସାନ ଓ ତୃପ୍ତିଙ୍କ ସହିତ ତାଙ୍କର ଉତ୍ତମ ସଂପର୍କ ଥିବାରୁ ପତି-ପତ୍ନୀଙ୍କ ବିବାଦର ସମାଧାନ ପାଇଁ ସେ ଚେଷ୍ଟା କରି ତୃପ୍ତିଙ୍କ ଘରକୁ ଯାଇଥିବା ଜଣାପଡ଼ିଛି। ଆଇ ୱିଲ୍ ୱେଟ୍ ଆଣ୍ଡ ୱାଚ୍ ତୃପ୍ତି କହିଥିବା ଜଣାପଡ଼ିଛି।

Advertisment

ତେବେ ବାବୁସାନଙ୍କ ବିବାଦ ଫିଲ୍ମ କାହାଣୀ ପରି ହୋଇଥିଲେ ମଧ୍ୟ କଥାଟା କିନ୍ତୁ ରିୟଲ। ବାବୁସାନଙ୍କ ପାରିବାରିକ ବନ୍ଧୁ ବାବୁ ମିଶ୍ର ତୃପ୍ତିଙ୍କ ଘରକୁ ଆସିଥିଲେ। 

ଗତ ଜୁଲାଇ ୨୩ ତାରିଖ ସକାଳେ ଅଭିନେତା ବାବୁସାନ ଏବଂ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ଏକାଠି ପାଇ ହଙ୍ଗାମା ମଚାଇଥିଲେ ବାବୁସାନଙ୍କ ପତ୍ନୀ ତୃପ୍ତି ଶତପଥୀ। ବାବୁଶାନ-ପ୍ରକୃତିଙ୍କ ସହ ଝଗଡ଼ା କରିବା ସହ ମାଡ଼ ବି ମାରିଥିବା ଅଭିଯୋଗ ହୋଇଥିଲା। ସ୍ଥିତି ଏମିତି ହୋଇଥିଲା ଯେ, ବାବୁସାନ୍‌ଙ୍କ ସହ ବସିଥିବା ଗାଡ଼ିରୁ ଓହ୍ଲାଇ ଖସିଯିବାକୁ ଚେଷ୍ଟା କରିଥିଲେ ପ୍ରକୃତି। ଯାହାର ଭିଡ଼ିଓ ଭାଇରାଲ୍ ହୋଇଥିଲା।  

Advertisment
Babushaan Mohanty
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ