• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

୨୦୨୧ ଶେଷ ହେବାକୁ ଆଉ କେଇଟା ଦିନ ବାକି ଅଛି। ସମସ୍ତେ ନୂଆ ବର୍ଷକୁ ସ୍ୱାଗତ କରିବା ନେଇ ପ୍ରସ୍ତୁତ। ବଲିଉଡ ମଧ୍ୟରୁ ଏଥିରୁ ବାଦ ପଡିନି। ନୂଆ ବର୍ଷରେ ଦର୍ଶକଙ୍କୁ ମନୋରଞ୍ଜନ କରିବାକୁ ସିନେ ଦୁନିଆ ବି ପ୍ରସ୍ତୁତି ପଥରେ। ନିର୍ମାତା ଓ ନିର୍ଦ୍ଦେଶକମାନେ ନୂଆ ଫିଲ୍ମର ରିଲିଜ୍ ତାରିଖ ଘୋଷଣା କରିବା ଆରମ୍ଭ କରିଦେଇଛନ୍ତି। ୨୦୨୨ରେ, ଅନେକ ଆଗଧାଡିର ତାରକାଙ୍କୁ ନେଇ ବଡ ଧରଣର ଚଳଚ୍ଚିତ୍ର ମୁକ୍ତିଲାଭ କରିବା ଅପେକ୍ଷାରେ। ଅଭିନେତା ପ୍ରଭାସଙ୍କ ଫିଲ୍ମ 'ଆଦିପୁରୁଷ' ଠାରୁ ଆରମ୍ଭ କରି ରଣବୀର କପୁରଙ୍କ ଫିଲ୍ମ 'ବ୍ରହ୍ମାସ୍ତ୍ର' ଏବଂ କଙ୍ଗନା ରାଣାୱତଙ୍କ ଚଳଚ୍ଚିତ୍ର ‘ଧାକଡ’ ଓ ‘ତେଜସ୍’ ପର୍ଯ୍ୟନ୍ତ ଅନେକ ଫିଲ୍ମ ବଡ ପରଦାରେ ମୁକ୍ତିଲାଭ କରିବ। ଏଭଳି ପରିସ୍ଥିତିରେ, ଆସନ୍ତା ନୂଆ ବର୍ଷରେ ଦର୍ଶକମାନେ ବହୁତ ମନୋରଞ୍ଜନ କରିବାକୁ ଯାଉଛନ୍ତି।

ରାଧେଶ୍ୟାମ ଓ ଆଦିପୁରୁଷ:

୨୦୨୨ରେ ହେବାକୁ ଥିବା ବଡ ଫିଲ୍ମର ମୁକ୍ତିଲାଭ ମଧ୍ୟ ଜାନୁଆରୀ ୧୪ରୁ ଆରମ୍ଭ ହେବା, ତାହା ପୁଣି ପ୍ରଭାସଙ୍କ ଫିଲ୍ମ 'ରାଧେଶ୍ୟାମ'ରୁ। ସେହିପରି ନିର୍ଦ୍ଦେଶକ ଓମ୍ ରାଓତଙ୍କ ମେଗା-ବଜେଟ୍ ଚଳଚ୍ଚିତ୍ର ‘ଆଦିପୁରୁଷ’ ମଧ୍ୟ ଆସନ୍ତା ବର୍ଷ ଅଗଷ୍ଟ ୧୧ରେ ମୁକ୍ତିଲାଭ କରିବ ବୋଲି ଜଣାଯାଇଛି। ଏହି ଚଳଚ୍ଚିତ୍ରରେ ମଧ୍ୟ ସୁପରଷ୍ଟାର ପ୍ରଭାସଙ୍କୁ ଦେଖିବାକୁ ମିଳିବ।

ପୃଥ୍ୱୀରାଜ:

ଅନେକ ନିର୍ମାତା ୨୦୨୨ର ଶୁକ୍ରବାରକୁ ବୁକିଂ କରିବା ଆରମ୍ଭ କରିଦେଇଛନ୍ତି। ୟଶ ରାଜ ବ୍ୟାନରର ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ 'ପୃଥ୍ୱୀରାଜ' ନୂଆ ବର୍ଷ ଆରମ୍ଭରେ ବଡ ପରଦାରେ ଆସିବାକୁ ଯାଉଛି। ଏନେଇ ଜାନୁୟାରୀ ୨୧ ତାରିଖ ସ୍ଥିର କରାଯାଇଛି। ଏହି ଫିଲ୍ମ ମାଧ୍ୟମରେ ମିସ୍ ୱାର୍ଲ୍ଡ ମାନୁଷୀ ଛିଲ୍ଲର୍ ବଲିଉଡରେ ଡେବ୍ୟୁ କରିବେ।

ଜୟଶଭାଇ ଜୋରଦାର:

ଅଭିନେତା ରଣବୀର ସିଂ ଏବଂ ଶାଲିନୀ ପାଣ୍ଡେ ଅଭିନୀତ 'ଜୟଶଭାଇ ଜୋରଦାର' ମଧ୍ୟ ନୂଆବର୍ଷର ଦ୍ୱିତୀୟ ମାସରେ ମୁକ୍ତିଲାଭ କରିବ। ରଣବୀର ସିଂଙ୍କ ଚଳଚ୍ଚିତ୍ର 'ଜୟଶଭାଇ ଜୋରଦାର' ଫେବୃଆରୀ ୨୫ରେ ପ୍ରେକ୍ଷାଳୟରେ ଦର୍ଶକଙ୍କୁ ମନୋରଞ୍ଜନ କରିବ।

ଶମଶେରା ଓ ବଚ୍ଚନ ପାଣ୍ଡେ:

ୟଶ ରାଜ ବ୍ୟାନରରେ ନିର୍ମିତ ରଣବୀର କପୁରଙ୍କ ଅଭିନୀତ ଚଳଚ୍ଚିତ୍ର ମଧ୍ୟ ନୂଆବର୍ଷରେ ଦର୍ଶକଙ୍କୁ ମନୋରଞ୍ଜନ କରିବାକୁ ପ୍ରସ୍ତୁତ। ମାର୍ଚ୍ଚ ୧୮କୁ ରଣବୀର କପୁରଙ୍କ ଫିଲ୍ମ 'ଶମଶେରା' ପାଇଁ ସ୍ଥିର କରାଯାଇଛି। ଏହା ବ୍ୟତୀତ ଅକ୍ଷୟ କୁମାରଙ୍କ ଫିଲ୍ମ 'ବଚ୍ଚନ ପାଣ୍ଡେ' ମାର୍ଚ୍ଚ ୪ ରେ ରିଲିଜ ହେବାକୁ ଯାଉଛି।

ଲାଲ ସିଂ ଚଡ୍‌ଢା:

ବଡ ପରଦାରେ ଆସିବା ପାଇଁ ଅମୀର ଖାନଙ୍କ ଫିଲ୍ମ 'ଲାଲ ସିଂ ଚଡ୍‌ଢା' ଦୀର୍ଘ ସମୟ ଧରି ଅପେକ୍ଷା କରି ରହିଛି। ୨୦୨୨ରେ ଏହି ଅପେକ୍ଷା ଶେଷ ହେବାକୁ ଯାଉଛି। ଅମିର ଖାନ ଓ କରୀନା କପୁରଙ୍କ ଅଭିନୀତ ଏହି ଫିଲ୍ମ ଏପ୍ରିଲ ୧୪ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ।

ଧାକଡ:

ସେହିପରି କଙ୍ଗନାଙ୍କ ପ୍ରଶଂସକଙ୍କ ଅପେକ୍ଷା ମଧ୍ୟ ଅନ୍ତ ହେବାକୁ ଯାଉଛି। କାରଣ ତାକ ଚଳଚ୍ଚିତ୍ର ‘ଧାକଡ’ ମଧ୍ୟ ଏପ୍ରିଲ ୮ରେ ରିଲିଜ ହେଉଛି। ଏହି ଚଳଚ୍ଚିତ୍ରର ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି।

ଟାଇଗର ୩:

ସଲମାନ ଖାନଙ୍କ ଅଭିନୀତ ଫିଲ୍ମ 'ଟାଇଗର୍‌' ଓ 'ଟାଇଗର୍‌ ଜିନ୍ଦା ହେ' ଦର୍ଶକଙ୍କୁ ଖୁବ ମନୋରଞ୍ଜନ କରିଛି। ବର୍ତ୍ତମାନ ସଲମାନଙ୍କ ଫିଲ୍ମ ‘ଟାଇଗର ୩’ ମଧ୍ୟ ରିଲିଜ ପାଇଁ ପ୍ରସ୍ତୁତ। ସଲମାନ ଖାନ, କ୍ୟାଟ୍ରିନା କୈଫ ଓ ଇମ୍ରାନ ହାଶ୍‌ମୀଙ୍କ ଏହି ଫିଲ୍ମ ରିଲିଜ ପାଇଁ ଅଗଷ୍ଟ ୧୫ ସ୍ଥିର କରାଯାଇଛି।

ରକ୍ଷା ବନ୍ଧନ:

ନୂଆ ବର୍ଷ ଆରମ୍ଭ ସ୍ୱତନ୍ତ୍ରତାର ମାସ। ଏହି ଅବସରରେ ଅଗଷ୍ଟ ୧୧ରେ ଅକ୍ଷୟ କୁମାରଙ୍କ ନିର୍ଦ୍ଦେଶକ ଆନନ୍ଦ ଏଲ୍ ରାୟଙ୍କ ସହ ନିର୍ମିତ ‘ରକ୍ଷା ବନ୍ଧନ’ ମୁକ୍ତିଲାଭ କରିବ।

ବ୍ରହ୍ମାସ୍ତ୍ର ଓ ତେଜସ୍:

ଧର୍ମା ପ୍ରଡକ୍ସନ୍ସର ବହୁ ଚର୍ଚ୍ଚିତ ଚଳଚ୍ଚିତ୍ର 'ବ୍ରହ୍ମାସ୍ତ୍ର'କୁ ମଧ୍ୟ ଦର୍ଶକମାନେ ବହୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ରଣବୀର କପୁରଙ୍କ ଅଭିନୀତ ‘ବ୍ରହ୍ମାସ୍ତ୍ର’ ଆସନ୍ତା ବର୍ଷ ସେପ୍ଟେମ୍ବର ୯ ରେ ମୁକ୍ତିଲାଭ କରିବ। ଏହି ଫିଲ୍ମରେ ରଣବୀର ଓ ଆଲିଆ ଭଟ୍ଟଙ୍କ ସହିତ ମୌନୀ ରୟ, ଅମିତାଭ ବଚ୍ଚନ ମଧ୍ୟ ନଜର ଆସିବେ। ସେହିପରି କଙ୍ଗନା ରାଣାୱତଙ୍କ ଫିଲ୍ମ ‘ତେଜସ୍’ ମଧ୍ୟ ଆସନ୍ତା ବର୍ଷ ଅକ୍ଟୋବର ୫ରେ ରିଲିଜ୍ ହେବ।

ଗଣପଥ:

ଆସନ୍ତା ବର୍ଷ, ଖ୍ରୀଷ୍ଟମାସର ଶୁକ୍ରବାର ଦିନ ଅର୍ଥାତ୍ ଡିସେମ୍ବର ୨୩ରେ ଫିଲ୍ମ 'ଗଣପଥ' ରିଲିଜ୍ ହେବାକୁ ଘୋଷଣା କରାଯାଇଛି। ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଟାଇଗର୍‌ ଶ୍ରଫ୍ ଏବଂ କ୍ରିତି ସାନନ୍ ନଜର ଆସିବେ।