Advertisment

ଏବେ ସିନା ସୁନ୍ଦରୀ, ସେବେ ଥିଲେ ଅତି ସାଧାରଣ

ବଲିଉଡ୍ ଅଭିନେତ୍ରୀମାନେ ଆଜି ସିନା ଇଣ୍ଡଷ୍ଟ୍ରିରେ ଏତେ ବଡ ନାଁ କମେଇପାରିଛନ୍ତି, କିନ୍ତୁ ମଡେଲିଂର ରାମ୍ପରେ ବର୍ଷ ବର୍ଷ ଧରି ଘୋଷାଡି ହେଲା ପରେ ଆଜି ସେମାନେ ଏହି ଜାଗାରେ ପହଞ୍ଚିବାରେ ସଫଳ ହୋଇଛନ୍ତି। ଏହି ତାରକାମାନଙ୍କ ସଂଘର୍ଷ ଦିନର ଫଟୋ ଆଜି ସେମାନଙ୍କ ସହିତ ମେଳ ଖାଉ ନାହିଁ। ଆପଣ ବି ଦେଖିଲେ ଚିହ୍ନିବା କଷ୍ଟ ହୋଇଯିବ।

author-image
Pramod Behera
Unseen photos of bollywood stars from their modeling days

Unseen photos of bollywood stars from their modeling days

ବଲିଉଡ୍‌ ସୁନ୍ଦରୀମାନଙ୍କ ଖଣି କହିଲେ ଅତ୍ୟୁକ୍ତି ହେବନି। ଏଠି ଆକର୍ଷଣୀୟ ଚେହେରାର ଅଭାବ ନାହିଁ। ଆପଣ ଆଜି ବଲିଉଡ୍‌ର ଯେଉଁ ତରୁଣୀଙ୍କୁ ଦେଖିବେ ତାଙ୍କ ପ୍ରତି ଆକର୍ଷିତ ହୋଇଯିବେ। କିନ୍ତୁ ଏମିତି ଏକ ସମୟ ଥିଲା ଯେତେବେଳେ ସେମାନଙ୍କର ଲୁକ୍ ମଧ୍ୟ ଅତି ସାଧାରଣ ଥିଲା। ଏହି ଅଭିନେତ୍ରୀମାନେ ଆଜି ସିନା ଇଣ୍ଡଷ୍ଟ୍ରିରେ ଏତେ ବଡ ନାଁ କମେଇପାରିଛନ୍ତି, କିନ୍ତୁ ସେମାନଙ୍କ ପ୍ରାଥମିକ ଜୀବନ ଏତେ ସହଜ ନ ଥିଲା।

Advertisment

ଆଜିର ଏହି ସେଲିବ୍ରିଟିମାନେ ମଡେଲିଂର ରାମ୍ପରେ ବର୍ଷ ବର୍ଷ ଧରି ଘୋଷାଡି ହେଲା ପରେ ଆଜି ଏହି ଜାଗାରେ ପହଞ୍ଚିବାରେ ସଫଳ ହୋଇଛନ୍ତି। ଏହି ତାରକାମାନଙ୍କ ସଂଘର୍ଷ ଦିନର ଫଟୋ ଆଜି ସେମାନଙ୍କ ସହିତ ମେଳ ଖାଉ ନାହିଁ। ଆପଣ ବି ଦେଖିଲେ ଚିହ୍ନିବା କଷ୍ଟ ହୋଇଯିବ।

କ୍ୟାଟ୍ରିନା କୈଫ୍‌:

Unseen photos of bollywood stars from their modeling daysକାଟ୍ରିନା କୈଫ୍

ମଡେଲିଂ ଦୁନିଆରେ ନିଜର ଏକ ପରିଚୟ ସୃଷ୍ଟି କରିବା ପରେ ହିଁ କ୍ୟାଟ୍ରିନା କୈଫ୍‌ଙ୍କୁ ବଲିଉଡରେ ସୁଯୋଗ ମିଳିଥିଲା। କ୍ୟାଟ୍ରିନା ତାଙ୍କ ମଡେଲିଂ ଦିନରେ ପୂରା ଅଲଗା ଦେଖାଯାଉଥିଲେ। ତାଙ୍କର ପୂର୍ବ ଫଟୋ ଓ ବର୍ତ୍ତମାନ ଫଟୋ ଭିତରେ ଆକାଶ ପାତାଳ ତଫାତ ରହିଛି।

Advertisment

ପ୍ରିୟଙ୍କା ଚୋପ୍ରା:

Unseen photos of bollywood stars from their modeling daysପ୍ରିୟଙ୍କା ଚୋପ୍ରା

ପ୍ରିୟଙ୍କା ଚୋପ୍ରା ବର୍ତ୍ତମାନ ଜଣେ ଆନ୍ତର୍ଜାତୀୟ ତାରକା ପାଲଟିଯାଇଛନ୍ତି। ସେ ନିଜେ ତାଙ୍କ ପରିଶ୍ରମ ବଳରେ ଏହି ସଫଳତା ହାସଲ କରିଛନ୍ତି। ପ୍ରିୟଙ୍କା ମଧ୍ୟ ମଡେଲିଂରୁ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ। ବର୍ତ୍ତମାନ ପ୍ରିୟଙ୍କା ସମ୍ପୂର୍ଣ୍ଣ ଭିନ୍ନ ଦେଖାଯାଉଛନ୍ତି। ଚେହେରାର ପରିବର୍ତ୍ତନ ନେଇ ସେ ସର୍ଜରୀ ମଧ୍ୟ କରିଛନ୍ତି।

ଦୀପିକା ପାଦୁକୋନ:

Unseen photos of bollywood stars from their modeling daysଦୀପିକା ପାଦୁକୋନ୍

ଦୀପିକା ପାଦୁକୋନ ମଧ୍ୟ ଚଳଚ୍ଚିତ୍ରରେ ପ୍ରବେଶ କରିବା ପୂର୍ବରୁ ମଡେଲିଂ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ସେ କିଙ୍ଗ୍‌ଫିସର୍‌ ଏୟାରଲାଇନ୍ସ, ଲେଭି ଷ୍ଟ୍ରସ୍ ଏବଂ ଟିସୋଟ୍‌ ଏସ୍‌ଏ ପରି ବଡ ବଡ ବ୍ରାଣ୍ଡ୍‌ର ରାଷ୍ଟ୍ରଦୂତ ହୋଇଛନ୍ତି।

ମଲାଇକା ଅରୋରା:

Unseen photos of bollywood stars from their modeling daysମଲାଇକା ଅରୋରା

ଦିନେ ମଡେଲ୍ ଦୁନିଆର ଟପ୍‌ରେ ଥିବା ମଲାଇକା ଅରୋରା ମଧ୍ୟ ୯୦ ଦଶକରେ ଅନେକ ମ୍ୟୁଜିକ୍ ଭିଡିଓରେ କାମ କରିଛନ୍ତି। ଏକ ଶୋ’ରେ ପ୍ରକାଶ କରିବାବେଳେ ମଲାଇକା କହିଥିଲେ ଯେ ତାଙ୍କ କ୍ୟାରିୟରର ଆରମ୍ଭରେ ତାଙ୍କୁ ତାଙ୍କ ରଙ୍ଗ ପାଇଁ ଉପହାସ କରାଯାଉଥିଲା। ବର୍ତ୍ତମାନ ମଲାଇକା ବଲିଉଡ୍‌ର ଫିଟ୍ ଅଭିନେତ୍ରୀମାନଙ୍କ ମଧ୍ୟରେ ଗଣା ଯାଉଛନ୍ତି।

ଐଶ୍ୱର୍ଯ୍ୟା ରାୟ:

Unseen photos of bollywood stars from their modeling daysଐଶ୍ୱର୍ଯ୍ୟା ରାୟ

ଯେତେବେଳେ ଐଶ୍ୱର୍ଯ୍ୟା ରାୟ ୯ମ ଶ୍ରେଣୀରେ ପଢୁଥିଲେ ସେ କାମଲିନ୍ କମ୍ପାନୀ ତରଫରୁ ପ୍ରଥମ ମଡେଲିଂ ଅଫର୍ ପାଇଥିଲେ। ମଡେଲିଂରେ ପାଦ ଦେଇଥିବା ଐଶ୍ୱର୍ଯ୍ୟା ୧୯୯୧ରେ ସୁପର୍‌ମଡେଲ୍‌ କଣ୍ଟେଷ୍ଟ୍‌ ଜିତିଥିଲେ।

ସିଦ୍ଧାର୍ଥ ମାଲହୋତ୍ରା:

ସିଦ୍ଧାର୍ଥ ମାଲହୋତ୍ରା ମାତ୍ର ୧୮ ବର୍ଷ ବୟସରେ ମଡେଲିଂରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ମଡେଲିଂ କ୍ଷେତ୍ରରେ ସେ ଅନେକ ସଫଳତା ହାସଲ କରିଥିଲେ। କେବଳ ନିଜ ଦେଶରେ ନୁହେଁ ବିଦେଶରେ ମଧ୍ୟ ସେ ସେ ଅନେକ ନାଁ କମେଇଛନ୍ତି।

Bollywood
Advertisment
Advertisment