Advertisment

Love And God: ତିଆରି ପାଇଁ ଲାଗିଥିଲା ୨୪ବର୍ଷ, ରିଲିଜ ପୂର୍ବରୁ ଆକ୍ଟର-ଡିରେକ୍ଟରଙ୍କ ଦେହାନ୍ତ

"ଲଭ୍ ଆଣ୍ଡ ଗଡ" ଫିଲ୍ମର ସୁଟିଂ ୧୯୬୩ ମସିହାରେ ଆରମ୍ଭ ହୋଇଥିଲା। ସେହି ସମୟରେ ଏହି ଫିଲ୍ମରେ ମୁଖ୍ୟ ଅଭିନେତା ଅର୍ଥାତ୍ କୈସ ଭୂମିକାରେ ଗୁରୁଦତ୍ତଙ୍କୁ ସାଇନ କରାଯାଇଥିଲା। ସେହିପରି ଲୈଲା ଭୂମିକାରେ ନିମ୍ମୀ ନାମକ ଜଣେ ଅଭିନେତ୍ରୀ ଥିଲେ।

ଅଦ୍ୟତନ ହୋଇଛି
Love And God

Love And God

Advertisment

ଅଭିଶପ୍ତ କଣ୍ଢେଇ, ମନ୍ଦିର, ଘର ବିଷୟରେ ଶୁଣିଥିବେ । କିନ୍ତୁ ଫିଲ୍ମ ବି ଅଭିଶପ୍ତ ହେଇପାରେ । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଛି ତଥାପି ସତ । ଯାହାକି ଆମେ କହୁନୁ କିନ୍ତୁ ଲୋକମାନେ ଦାବି କରୁଛନ୍ତି । ବଲିଉଡରେ ଏପରି ଅନେକ ଫିଲ୍ମ ଅଛି, ଯାହାକୁ ତିଆରି କରିବାରେ ବହୁତ ସମୟ ଲାଗିଥିଲା। ସେହି ଫିଲ୍ମଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି "ଲଭ୍ ଆଣ୍ଡ ଗଡ", ଯାହାକୁ "କୈସ ଓ ଲୈଲା" ନାମରେ ବି ଫିଲ୍ମପ୍ରେମୀ ମାନେ ଜାଣିଛନ୍ତି ।

Advertisment

ଫିଲ୍ମଟି ୧୯୮୬ ମସିହା ମେ ୨୭ ତାରିଖରେ ବଡ଼ ପରଦାରେ ରିଲିଜ ହୋଇଥିଲା। କିନ୍ତୁ ଆପଣ ଜାଣନ୍ତି କି, ଏହି ଫିଲ୍ମ ନିର୍ମାଣ ସମୟରେ ନିର୍ଦ୍ଦେଶକଙ୍କଠାରୁ ଆରମ୍ଭ କରି ଅଭିନେତାଙ୍କ ପର୍ଯ୍ୟନ୍ତ ମୃତ୍ୟୁ ହୋଇଥିଲା। ଜଣେ ଅଭିନେତାଙ୍କ ମୃତ୍ୟୁ ପରେ ଅନ୍ୟ ଜଣେ ଅଭିନେତାଙ୍କୁ ନିଆଯାଇଥିଲା, କିନ୍ତୁ ତାଙ୍କର ମଧ୍ୟ ମୃତ୍ୟୁ ହୋଇଗଲା।

"ଲଭ୍ ଆଣ୍ଡ ଗଡ" ଫିଲ୍ମର ସୁଟିଂ ୧୯୬୩ ମସିହାରେ ଆରମ୍ଭ ହୋଇଥିଲା। ସେହି ସମୟରେ ଏହି ଫିଲ୍ମରେ ମୁଖ୍ୟ ଅଭିନେତା ଅର୍ଥାତ୍ କୈସ ଭୂମିକାରେ ଗୁରୁଦତ୍ତଙ୍କୁ ସାଇନ କରାଯାଇଥିଲା। ସେହିପରି ଲୈଲା ଭୂମିକାରେ ନିମ୍ମୀ ନାମକ ଜଣେ ଅଭିନେତ୍ରୀ ଥିଲେ।

Advertisment

କିନ୍ତୁ ୧୯୬୪ରେ ଗୁରୁଦତ୍ତଙ୍କର ଅଚାନକ ମୃତ୍ୟୁ ହୋଇଗଲା ଏବଂ ଏହି ଫିଲ୍ମ ଅଧାରେ ରହିଗଲା। ଏହାପରେ ଫିଲ୍ମଟିର ସୁଟିଂ ବନ୍ଦ କରାଯାଇଥିଲା। ପରେ ଫିଲ୍ମର ନିର୍ଦ୍ଦେଶକ କେ. ଆସିଫ ସଞ୍ଜୀବ କୁମାରଙ୍କୁ ମୁଖ୍ୟ ଅଭିନେତା ଭାବେ ସାଇନ କଲେ। ୧୯୭୦ରେ ପୁଣି ଥରେ ଫିଲ୍ମର ସୁଟିଂ ଆରମ୍ଭ ହେଲା, କିନ୍ତୁ ସୁଟିଂ ଚାଲିଥିବା ବେଳେ ଫିଲ୍ମର ନିର୍ଦ୍ଦେଶକ ତଥା ପ୍ରଯୋଜକ କେ. ଆସିଫଙ୍କର ମୃତ୍ୟୁ ହୋଇଗଲା।

ଏହା ଥିଲା ତାଙ୍କର ନିର୍ମାଣ କରାଯାଇଥିବା ପ୍ରଥମ ଏବଂ ଶେଷ ଫିଲ୍ମ, ଯାହାର ରିଲିଜ ସେ ଦେଖି ପାରିନଥିଲେ।ଏହାପରେ ୧୯୭୧ରେ ଫିଲ୍ମର ସୁଟିଂ ବନ୍ଦ ହୋଇଗଲା। ପରେ କେ. ଆସିଫଙ୍କ ପତ୍ନୀ ଅଖତର ଆସିଫ କେସି ବୋକାଡ଼ିଆଙ୍କ ସାହାଯ୍ୟରେ ଫିଲ୍ମଟିକୁ ରିଲିଜ କରିବାକୁ ନିଷ୍ପତ୍ତି ନେଲେ।

Advertisment

ଫିଲ୍ମର ବାକି ସୁଟିଂ ତିନୋଟି ଭିନ୍ନ ଷ୍ଟୁଡିଓରେ ଶେଷ କରାଯାଇ ଫିଲ୍ମଟି ରିଲିଜ କରାଗଲା। କିନ୍ତୁ ରିଲିଜ ପୂର୍ବରୁ ୧୯୮୫ରେ ଫିଲ୍ମର ମୁଖ୍ୟ ଅଭିନେତା ସଞ୍ଜୀବ କୁମାରଙ୍କର ମଧ୍ୟ ମୃତ୍ୟୁ ହୋଇଗଲା। ତାଙ୍କ ମୃତ୍ୟୁ ପରେ ଯେକୌଣସି ଉପାୟରେ ଏହି ଫିଲ୍ମଟି ୧୯୮୬ ମସିହା ମେ ୨୭ ତାରିଖରେ ବଡ଼ ପରଦାରେ ରିଲିଜ ହେଲା। ଏହା ହିଁ କାରଣ ଯେ ଏହି ଫିଲ୍ମକୁ ଅଭିଶପ୍ତ ଫିଲ୍ମ କୁହାଯାଏ, କାରଣ ଏହାକୁ ନିର୍ମାଣ କରିବା ସମୟରେ ଅଭିନେତାଙ୍କଠାରୁ ଆରମ୍ଭ କରି ନିର୍ଦ୍ଦେଶକ ଓ ପ୍ରଯୋଜକଙ୍କ ପର୍ଯ୍ୟନ୍ତ ମୃତ୍ୟୁ ହୋଇଥିଲା।

Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ