Advertisment

ଅଭିନେତା ବାବୁସାନ୍‌ଙ୍କୁ ଭେଟିଲେ ପତ୍ନୀ ତୃପ୍ତି

ଅସୁସ୍ଥ ହୋଇ ହସ୍ପିଟାଲ୍‌ରେ ଚିକତ୍ସିତ ହେଉଥିବା ଓଲିଉଡ୍‌ର ଚକୋଲେଟ୍‌ ହିରୋ ବାବୁସାନ୍‌ ମହାନ୍ତିଙ୍କୁ ପତ୍ନୀ ତୃପ୍ତି ଭେଟିଛନ୍ତି।

ଅଦ୍ୟତନ ହୋଇଛି
Trupti Satpathy meets her husband actor Babusaan at a private hospital in Bhubaneswar

Trupti Satpathy meets her husband actor Babusaan at a private hospital in Bhubaneswar

Advertisment

ଅସୁସ୍ଥ ହୋଇ ହସ୍ପିଟାଲ୍‌ରେ ଚିକତ୍ସିତ ହେଉଥିବା ଓଲିଉଡ୍‌ର ଚକୋଲେଟ୍‌ ହିରୋ ବାବୁସାନ୍‌ ମହାନ୍ତିଙ୍କୁ ପତ୍ନୀ ତୃପ୍ତି ଭେଟିଛନ୍ତି। ବାବୁସାନ୍‌ଙ୍କୁ ଦେଖା କରିବାକୁ ଆଜି ଏକ ଘରୋଇ ହସ୍ପିଟାଲରେ ତୃପ୍ତି ପହଞ୍ଚିଥିଲେ। ଏହାପରେ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହୋଇ ବାବୁସାନ୍‌ ଘରକୁ ଫେରିଛନ୍ତି। ଚିକିତ୍ସା ପରେ ସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଡିସ୍‌ଚାର୍ଜ କରାଯାଇଛି।

Advertisment

ପତ୍ନୀ ତୃପ୍ତିଙ୍କ ସହ ବାବୁସାନ୍‌ ହସ୍ପିଟାଲରୁ ଏକାଠି ବାହାରିଲେ। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ବାବୁସାନ୍‌ଙ୍କ ଚିକିତ୍ସା ଚାଲିଥିଲା। ଶରୀରରେ ଅକ୍ସିଜେନ ସ୍ତର କମି ଯିବାରୁ ସେ ଅସୁସ୍ଥ ହୋଇ ପଡିଥିଲେ। ଏହାପରେ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଗତ ୭ ଦିନ ହେବ ବାବୁସାନ୍‌ଙ୍କ ଚିକିତ୍ସା ଚାଲିଥିଲା।

ସୂଚନା ଅନୁସାରେ, ଫିଲ୍ମ ‘ଦମନ୍‌’ର ପ୍ରମୋସନ୍‌ ପାଇଁ ଲେହେରୁ ପାଙ୍ଗଙ୍ଗ୍‌ ଯାଇଥିବା ବେଳେ ସେଠାରେ ସେ ଅସୁସ୍ଥ ହୋଇପଡ଼ିଥିଲେ। ଶରୀରରେ ଅକ୍ସିଜେନ୍‌ ସ୍ତର କମି ଯିବା ପରେ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା।ବର୍ତ୍ତମାନ ବାବୁସାନ୍‌ଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଥିବା ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ୬ ଜଣିଆ ଡାକ୍ତରୀ ଟିମ୍‌ ତାଙ୍କର ଚିକିତ୍ସା କରୁଥିଲେ। 

Advertisment

ସୂଚନାଥାଉ କି, ପାରିବାରିକ ବିବାଦକୁ ନେଇ ବାବୁସାନ୍‌ ଓ ପତ୍ନୀ ତୃପ୍ତି ପରସ୍ପର ଠାରୁ ଅଲଗା ରହି ଆସୁଥିଲେ।

Ollywood Babushaan Mohanty
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ