Advertisment

ଅଜବ ନାଁ, ଅନେକ ଚରିତ୍ର, ନିଖୁଣ ଅଭିନୟ

୮୦ ଦଶକର ଫିଲ୍ମ ଜାନେ ଭି ଦୋ ୟାରା ଜରିଆରେ ଆରମ୍ଭ କରିଥିଲେ ଅଭିନୟ କ୍ୟାରିଅର

ଅଦ୍ୟତନ ହୋଇଛି
Satish Kaushik

Satish Kaushik

Advertisment

କିଏ ତାଙ୍କୁ ମିଷ୍ଟର ଇଣ୍ଡିଆର କ୍ୟାଲେଣ୍ଡର ଭାବେ ଜାଣିଛି... କିଏ ସ୍ୱର୍ଗ୍ ଚଳଚ୍ଚିତ୍ରର ଏୟାରପୋର୍ଟ ଚରିତ୍ର ପାଇଁ । କେତେବେଳେ ପାନିପୁରୀ ଶର୍ମା, ପପ୍ପୁ ପେଜର୍, ପ୍ରଫେସର ଚସମିସ୍, ଲାଲୁ ଲାଲ୍ ଲଙ୍ଗୋଟିଆ... ଏମିତି ଅନେକ ଅଜବ ନାଁରେ ଖାଲି ପରଦାରେ ନଜର ଆସିନାହାନ୍ତି, ଅଗଣିତ ପ୍ରଶଂସକଙ୍କ ମନରେ ଚିରଦିନ ଲାଗି ଛାପ ଛାଡ଼ିଯାଇଛନ୍ତି ସତୀଶ କୌଶିକ । ଶତାଧିକ ଫିଲ୍ମରେ ଅଭିନୟ, ୧୦ରୁ ଅଧିକ ଫିଲ୍ମର ନିର୍ଦ୍ଦେଶନା... ତେରେ ନାମ୍ ଓ ହମାରା ଦିଲ୍ ଆପକେ ପାଶ ହୈ ଭଳି ଏକାଧିକ ସୁପରହିଟ୍ ଫିଲ୍ମ ।

Advertisment

୧୩ ଏପ୍ରିଲ ୧୯୫୬ରେ ହରିୟାଣାର ମହେନ୍ଦ୍ରଗଡ଼ରେ ସତୀଶ(Satish Kaushik)ଙ୍କ ଜନ୍ମ । ଦିଲ୍ଲୀର କିରୋରୀମାଲ୍ କଲେଜରେ ଗ୍ରାଜୁଏସନ୍, ନ୍ୟାସନାଲ୍ ସ୍କୁଲ୍ ଅଫ୍ ଡ୍ରାମା ଏବଂ ପୁଣେ ସ୍ଥିତ ଫିଲ୍ମ ଆଣ୍ଡ ଟେଲିଭିଜନ୍ ଇନ୍ ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆରେ ଶିକ୍ଷାଗ୍ରହଣ । ଏହା ପରେ ୧୦ ଅଗଷ୍ଟ ୧୯୭୯ ମସିହାରେ ମୁମ୍ବାଇରେ ପାଦ ଥାପିଲେ ସତୀଶ କୌଶିକ୍ । ଇଏ ସେହିଦିନର ଫଟୋ, ଯେବେ ପଶ୍ଚିମ ଏକ୍ସପ୍ରେସରେ ଯୁବ ସତୀଶ ବମ୍ବେକୁ ଆସିଥିଲେ ନିଜର ସ୍ବପ୍ନ ପୂରଣ କରିବା ପାଇଁ ।

ଅଧିକ ପଢ଼ନ୍ତୁ: ବଲିଉଡକୁ 'ହୃଦଘାତ' ଝଟକା: ଅନେକ ତାରକାଙ୍କ ଜୀବନ ନେଇଛି ହାର୍ଟ ଆଟାକ୍

Advertisment

୮୦ ଦଶକର ଫିଲ୍ମ ଜାନେ ଭି ଦୋ ୟାରା ଜରିଆରେ ଆରମ୍ଭ କରିଥିଲେ ଅଭିନୟ କ୍ୟାରିଅର। ସେହି ବର୍ଷ ମଧ୍ୟ ତାଙ୍କର ଅନ୍ୟ ୩ଟି ଫିଲ୍ମ- ୱ ସାତ୍ ଦିନ୍, ମାସୁମ୍ ଓ ମଣ୍ଡି ମଧ୍ୟ ରିଲିଜ୍ ହୋଇଥିଲା । ୧୯୮୭ରେ ରିଲିଜ୍ ହୋଇଥିବା ସୁପରହିଟ୍ ଫିଲ୍ମ ମିଷ୍ଟର ଇଣ୍ଡିଆରେ କ୍ୟାଲେଣ୍ଡର ଭୂମିକାରେ ସ୍ୱତନ୍ତ୍ର ପରିଚୟ ଓ ଖ୍ୟାତି ସାଉଁଟିଥିଲେ ସେ । ଦିୱାନା ମସ୍ତାନାରେ ତାଙ୍କର ଭୂମିକା ପପ୍ପୁ ପେଜର ମଧ୍ୟ ବେସ୍ ଲୋକପ୍ରିୟ। ଏଥିରେ ସୁପରଷ୍ଟାର୍ ଗୋବିନ୍ଦା ଓ ଅନୀଲ କପୁରଙ୍କ ସହ ତାଙ୍କର କମେଡିକୁ ଦର୍ଶକ ବେସ୍ ପସନ୍ଦ କରିଥିଲେ।

ନିଖୁଣ ଅଭିନୟ ପାଇଁ ସେ ଦୁଇ ଦୁଇଥର ଫିଲ୍ମ ଫେୟାର ଆୱାର୍ଡ ମଧ୍ୟ ଜିତିଛନ୍ତି। ୧୯୯୦ରେ ରାମ ଲଖନ ଏବଂ ୧୯୯୭ରେ ସାଜନ ଚଲେ ଶଶୁରାଲ୍ ପାଇଁ ତାଙ୍କୁ ମିଳିଛି ଫିଲ୍ମ ଫେୟାର ବେଷ୍ଟ କମେଡିଆନ୍ ଆୱାର୍ଡ । ଛତ୍ରିୱାଲି ଥିଲା ତାଙ୍କ ଅଭିନୀତ ଶେଷ ଫିଲ୍ମ।...

Advertisment

ଫିଲ୍ମ ନିର୍ଦ୍ଦେଶନା କ୍ଷେତ୍ରରେ ମଧ୍ୟ ସତୀଶ ଛାଡ଼ିଯାଇଛନ୍ତି ଅନେକ ଛାପ । ସତୀଶଙ୍କ ନିର୍ଦ୍ଦେଶିତ ଅନେକ ବ୍ଲକ୍ ବଷ୍ଟ ମୁଭି ମଧ୍ୟରୁ ସଲମାନ ଖାନ୍ ଙ୍କ ଅଭିନୀତ ତେରେନାମ୍, ଅର୍ଜୁନ ରାମପାଲ୍ ଙ୍କ ଅଭିନୀତ ୱାଦା ଭଳି ଫିଲ୍ମ ସାମିଲ ରହିଛି। ତେବେ ରୂପ୍ କୀ ରାନୀ ଚୋରୋଁ କା ରାଜା ଥିଲା ତାଙ୍କ ନିର୍ଦ୍ଦେଶିତ ପ୍ରଥମ ଫିଲ୍ମ । ଏଥିରେ ଅଭିନେତ୍ରୀ ଶ୍ରୀଦେବୀ ଓ ଅନିଲ କପୁରଙ୍କ ଯୋଡ଼ିକୁ ଦର୍ଶକ ଖୁବ୍ ପସନ୍ଦ କରିଥିଲେ।

ସେହିପରି ତାଙ୍କ ନିର୍ଦ୍ଦେଶିତ ଅନ୍ୟତମ ହିଟ୍ ଫିଲ୍ମ ଥିଲା ୧୯୯୫ରେ ରିଲିଜ୍ ହୋଇଥିଲା ଫିଲ୍ମ ପ୍ରେମ୍ । ଏହା ପରେ ମଧ୍ୟ ହମ୍ ଆପ୍ କେ କିଲ୍ ମେ ରେହତେ ହୈ, କ୍ୟୁଁ କି ଭଳି ଅନେକ ସୁପହିଟ୍ ଫିଲ୍ମ ଦେଇଛନ୍ତି ସତୀଶ।...

ସତୀଶଙ୍କ ବ୍ୟକ୍ତିଗତ ଜୀବନ କଥା ଦେଖିଲେ, ଶଶି କୌସିକଙ୍କୁ ବିବାହ କରିଥିଲେ । ଏହା ପରେ ତାଙ୍କର ଏକ ପୁତ୍ର ସନ୍ତାନ ହୋଇଥିଲା । ତେବେ ମାତ୍ର ୨ ବର୍ଷ ବୟସରେ ୧୯୯୬ରେ ତାଙ୍କ କୁନି ପୁଅର ମୃତ୍ୟୁ, ଅଦିନ ଝଡ଼ ଭଳି ଦୋହଲାଇ ଦେଇଥିଲେ କୌଶିକ ଦାମ୍ପତ୍ୟଙ୍କ ଜୀବନକୁ। ଏହାପରେ ୨୦୧୨ରେ ସରୋଗେସି ମାଧ୍ୟମରେ ଏକ କନ୍ୟା ସନ୍ତାନ ପାଇଥିଲେ ସେମାନେ ।

ଆଜି ସତୀଶ କୌଶିକ ଏ ଦୁନିଆରେ ନାହାନ୍ତି ସତ, ହେଲେ ତାଙ୍କର ଅଭିନୟ ଚିର ଦିନ ଲାଗି ଦର୍ଶକଙ୍କୁ ହସାଉଥିବ ଓ ସିନେଜଗତ ପ୍ରତି ତାଙ୍କ ଅବଦାନକୁ ଅମର ରଖିଥିବ ।

Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ