Advertisment

ନୂଆ ଏକ୍ସପେରିମେଣ୍ଟ ସହ ରୂପେଲି ପରଦାକୁ ଆସୁଛି ‘ଝୁଣ୍ଡ’

ରିଲିଜ୍ ହୋଇଛି ଅମିତାଭଙ୍କ ବହୁ ପ୍ରତିକ୍ଷିତ ସିନେମା ‘ଝୁଣ୍ଡ’ର ଟ୍ରେଲର। ଏଥିରେ କ୍ରୀଡା ଶିକ୍ଷକ ଭାବେ ନଜର ଆସିଛନ୍ତି ବିଗ୍ ବି। ପ୍ରତିଥର କିଛି ନୂଆ ଚରିତ୍ରରେ ଅମିତାଭଙ୍କୁ ଦେଖିବାକୁ ମିଳେ ଆଉ ଏଥର ବି ସେପରି କିଛି ସ୍ୱାଦ ଦର୍ଶକ ଏଥିରେ ପାଇବେ।

ଅଦ୍ୟତନ ହୋଇଛି
Trailer of Jhund realese

Trailer of Jhund realese

Advertisment

ମହାନାୟକ ଅମିତାଭ ବଚ୍ଚନ ଯେବେ ଯେବେ ସିନେମାକୁ ଆସନ୍ତି, ସେବେ କିଛି ନୂଆ ଲୁକ୍ ଆଉ ଅନ୍ଦାଜରେ। ଏଥର ବି କିଛି ନୂଆ ଆଉ ଭିନ୍ନ କାହାଣୀକୁ ନେଇ ରିଲିଜ୍ ହେବାକୁ ଯାଉଛି ବିଗ୍‌ ବିଙ୍କ ଫିଲ୍ମ୍ ‘ଝୁଣ୍ଡ’। ବସ୍ତି ପିଲାଙ୍କୁ ନେଇ ଭାରତୀୟ ଫୁଟ’ବଲ୍ ଟିମ୍ ଗଠନର ସ୍ୱପ୍ନ ଦେଖିଥିବା ସମାଜସେବୀ ବିଜୟ ଭର୍ସେଙ୍କ ବାୟୋପିକ୍‌ ହେଉଛି ‘ଝୁଣ୍ଡ’। ମହାନାୟକ ଅମିତାଭ ବଚ୍ଚନଙ୍କ ଚର୍ଚ୍ଚିତ ବିଜୟ ଚରିତ୍ର ପୁଣି ଥରେ ସିଲ୍‌ଭର୍‌ ସ୍କ୍ରିନରେ ଦେଖିବାକୁ ମିଳିବ, ଏଥର କିଛି ନୂଆ ଆଉ ଭିନ୍ନ ଏକ୍ସପେରିମେଣ୍ଟ ସହ।

Advertisment

ଏବେ ରିଲିଜ୍ ହୋଇଛି ଅମିତାଭଙ୍କ ବହୁ ପ୍ରତିକ୍ଷିତ ସିନେମା ‘ଝୁଣ୍ଡ’ର ଟ୍ରେଲର। ଏଥିରେ କ୍ରୀଡା ଶିକ୍ଷକ ଭାବେ ନଜର ଆସିଛନ୍ତି ବିଗ୍ ବି। ପ୍ରତିଥର କିଛି ନୂଆ ଚରିତ୍ରରେ ଅମିତାଭଙ୍କୁ ଦେଖିବାକୁ ମିଳେ ଆଉ ଏଥର ବି ସେପରି କିଛି ସ୍ୱାଦ ଦର୍ଶକ ଏଥିରେ ପାଇବେ। ବସ୍ତିରେ ରହୁଥିବା, ଅପରାଧିକ ଗତିବିଧିରେ ସାମିଲ ଥିବା, ତା’ସହ ନିଶାର କଳା ବଦଳରେ ଘେରି ରହିଥିବା କିଛି ପିଲାଙ୍କୁ ନେଇ ଫୁଟବଲ୍ ଟିମ୍ ଗଠନ କରିବା ସ୍ୱପ୍ନ ଦେଖିଛନ୍ତି ବିଜୟ। ଆଉ ଏଥିରେ ଆସୁଥିବା ସଂଘର୍ଷ ଓ ଘାତ ପ୍ରତିଘାତକୁ ନେଇ ସିନେମାର କାହାଣୀ।

‘ଝୁଣ୍ଡ’ ଅର୍ଥାତ ଭିଡ଼... ସଂଖ୍ୟାରେ ଅଧିକ ହୋଇଥିଲେ ବି କ୍ରୀଡାଠୁ ସମ୍ପର୍କ ନଥିବା ବସ୍ତି ପିଲାଙ୍କୁ ସମ୍ମାନ ଦେବାକୁ ସିନେମାରେ ଏକାକୀ ଲଢ଼ୁଛନ୍ତି ବିଜୟ। ଫିଲ୍ମରେ ଅମିତାଭଙ୍କ ସହ ୨୦୧୬ର ଜାତୀୟ ପୁରସ୍କାର ପ୍ରାପ୍ତ ମରାଠୀ ସିନେମା ‘ସାଇରାଟ’ ଫେମ୍ ରିଙ୍କୁ ରାଜଗୁରୁ ଓ ଆକାଶ ଥୋଷର ଯୋଡ଼ି ପୁଣି ଏକାଠି ହୋଇଛନ୍ତି।

Advertisment

ଖାଲି ଏହି ଦୁଇ ଜଣ ନୁହଁନ୍ତି ‘ସାଇରାଟ’ ନିର୍ଦ୍ଦେଶକ ନାଗରାଜ ମଞ୍ଜୁଲେ ‘ଝୁଣ୍ଡ’ର ନିର୍ଦ୍ଦେଶନା ଦେଇଛନ୍ତି। ସିନେମାର ମ୍ୟୁଜିକ ହିଟ୍ ଯୋଡି ଅଜୟ- ଅତୁଲ ଦେଇଛନ୍ତି। ତେଣୁ ସିନେମାରେ ଚମତ୍କାର ଅଭିନୟ ସହ ସଙ୍ଗୀତରେ ମରାଠୀ ଛୁଙ୍କ ଦର୍ଶକଙ୍କୁ ଭରପୁର ମିଳିବ।

Trailer of Jhund realeseଝୁଣ୍ଡ୍ ଟିମ୍ ସହ ଅମିତାଭ ବଚ୍ଚନ

ନାଗପୁରର ବିଭିନ୍ନ ବସ୍ତିରୁ ପିଲାଙ୍କୁ ଏକଜୁଟ କରି ସ୍ଲମ୍ ସକର୍ ଗ୍ରୁପ୍ କରିଥିଲେ ସମାଜସେବୀ ବିଜୟ ଭର୍ସେ। ତାଙ୍କ ଜୀବନୀକୁ ନେଇ ଏହି ବାୟୋପିକ୍ ତିଆରି କରାଯାଇଛି। ଫିଲ୍ମକୁ ନେଇ ମହାରାଷ୍ଟ୍ର ସମେତ ଅମିତାଭଙ୍କ ଫ୍ୟାନ୍‌ ପ୍ରାୟ ୨ ବର୍ଷ ହେବ ଅପେକ୍ଷା କରିଛନ୍ତି। ତେଣୁ ଫିଲ୍ମଟି ଓଟିଟି ବଦଳରେ ବଡ଼ ପରଦାରେ ମାର୍ଚ୍ଚ ୪ ତାରିଖରେ ରିଲିଜ୍ ହେବ।

Advertisment
Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ