Advertisment

ସିନେମା ହଲ୍‌ରେ ହେବ ଜୋରଦାର ଲଢ଼େଇ, ଅକ୍ଷୟ କୁମାର vs ସନ୍ନି ଦେଓଲ

ଭାରତୀୟ ସିନେମାର ସବୁଠୁ ବଡ଼ ଆକ୍ସନ୍ ଫିଲ୍ମ ଭାବେ ୨୦୦୧ରେ ରିଲିଜ୍ ହୋଇଥିବା ଗଦରକୁ ପୁଣି ଥରେ ଦେଖିବାକୁ ସିନେମା ପ୍ରେମୀଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ।

ଅଦ୍ୟତନ ହୋଇଛି
Gadar 2 OMG 2 Movie Release Live Updates

Bollywood

Advertisment

ଏଥର ସୁପର ଫ୍ରାଇଡେ। ରିଲିଜ୍ ହୋଇଛି ବଲିଉଡର ଦୁଇ ବହୁପ୍ରତିକ୍ଷିତ ଫିଲ୍ମ । ୨୧ ବର୍ଷ ପରେ ଗଦରର ସିକ୍ୱେଲରେ ନଜର ଆସିଛନ୍ତି ସନ୍ନି ଦେଓଲ । ସେହିପରି ଅକ୍ଷୟ କୁମାରଙ୍କ ମହାଦେବ ଅବତାରକୁ OMG 2ରେ ଦେଖିବେ ଦର୍ଶକ ।

Advertisment

କମେଡି vs ଆକ୍ସନ । ଦୁଇଟି ପାର୍ଟ ଟୁ, ଦୁଇଟି ବହୁ ପ୍ରତିକ୍ଷିତ ଫିଲ୍ମ । ଏବର୍ଷର ଦୁଇଟି ମୋଷ୍ଟ ଆୱେଟେଡ୍ ଫିଲ୍ମ ରିଲିଜ୍ ହୋଇଛି । ପରଦାକୁ ଆସିଛି ସନ୍ନି ପାଜିଙ୍କ ଗଦରର ସିକ୍ୱେଲ୍ ଗଦର ପାର୍ଟ-୨ । ପୁଣି ଥରେ ପାକିସ୍ତାନ ଯାଇ ତାରା ସିଂହ ମଚାଇଛନ୍ତି ଗଦର । ଭାଙ୍ଗିଛନ୍ତି, ଉପାଡ଼ିଛନ୍ତି, ଗୋଡ଼ାଇ ଗୋଡ଼ାଇ ପିଟିଛନ୍ତି । ଭାରତୀୟ ସିନେମାର ସବୁଠୁ ବଡ଼ ଆକ୍ସନ୍ ଫିଲ୍ମ ଭାବେ ୨୦୦୧ରେ ରିଲିଜ୍ ହୋଇଥିବା ଗଦରକୁ ପୁଣି ଥରେ ଦେଖିବାକୁ ସିନେମା ପ୍ରେମୀଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ।

ଅଧିକ ପଢ଼ନ୍ତୁ: ଆସୁଛି ‘ଡନ୍-୩’; ଶାହରୁଖ୍ ନୁହେଁ କି ଅମିତାଭ ନୁହେଁ, ଡନ୍ ହେବେ ନୂଆ ନାୟକ

Advertisment

ଆଡଭାନ୍ସ ବୁକିଂରେ ରେକର୍ଡ ସୃଷ୍ଟି କରିଥିବା ଗଦର୍ ୨କୁ ଏକ ବଡ଼ ଓପେନିଂ ମିଳିଛି । ସନ୍ନି ଦେଓଲ୍ ଓ ଅମିଷା ପଟେଲଙ୍କ ଏହି ଫିଲ୍ମ ଅଢ଼େଇ ଲକ୍ଷରୁ ଅଧିକ ଟିକେଟ୍ ବିକ୍ରି ସରିଛି । ତେଣୁ ଆଶା କରାଯାଉଛି ଆଜି ପ୍ରଥମ ଦିନରେ ୧୦ କୋଟିରୁ ଅଧିକ ଆୟ କରିପାରେ ଫିଲ୍ମ ।

ଗଦରକୁ ଟକ୍କର ଦେଉଛି ଖିଲାଡ଼ି କୁମାରଙ୍କ ଫିଲ୍ମ ‘ଓଃ ମାଇ୍ ଗଡ୍’ ପାର୍ଟ ଟୁ । ଗତଥର କୃଷ୍ଣ ଏଥର ମହାଦେବ । ଅକ୍ଷୟ କୁମାରଙ୍କ ଏହି ଲୁକ୍ ସୋସିଆଲ୍ ମିଡିଆରେ ସେନସେସନ୍ ଖେଳାଇଛି । ଏଥର ପଙ୍କଜ ତ୍ରିପାଠୀଙ୍କ ସହ ସିରିଏସ୍ କମେଡି ଅବତାରରେ ନଜର ଆସିବେ । ସେକ୍ସ  ଏଜୁକେସନ୍‌କୁ ନେଇ ଆଧାରିତ OMG-2 ରିଲିଜ୍ ପୂର୍ବରୁ ଡାଇଲଗ୍ ଓ ଦୃଶ୍ୟକୁ ନେଇ ବିବାଦରେ ଫସିଛି । ତଥାପି ଆଡଭାନ୍ସ ବୁକିଂରେ ଏତେଟା ଉତ୍ସାହ ଦେଖିବାକୁ ମିଳିନି । ଆଶା କରାଯାଉଛି ଫିଲ୍ମ ରିଲିଜ୍ ପରେ ଏହାକୁ ପିକଅପ୍ ମିଳିପାରେ । 

Advertisment

ଗଦରରେ ଯେଉଁଠୁ କାହାଣୀ ସରିଥିଲା ସେଠୁ ଆରମ୍ଭ ହେଉଥିବା ବେଳେ OMG 2ରେ ଅନେକ କିଛି ନୂଆ ଦେଖିବାକୁ ମିଳିବା ଏହି ଦୁଇଟି ଫିଲ୍ମରୁ କାହାକୁ ଦର୍ଶକଙ୍କ ଥମସ ଅପ୍ ମିଳୁଛି ତାଉପରେ ନଜର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ