Advertisment

ଆଜି ବିଗ୍‌ ବି’ ଅମିତାଭ୍‌ଙ୍କ ଜନ୍ମଦିନ...ଜାଣିବା କେମିତି ଥିଲା ତାଙ୍କ ସିନେ ଜୀବନର ରୋମାଞ୍ଚକର ଯାତ୍ରା

ଅମତାଭ ବଚ୍ଚନ, ଗ୍ଲାମର ଦୁନିଆର ଜଣେ ଅତୁଳନୀୟ ଅଭିନେତା। ନିଜ ସଫଳ କାହାଣୀର ନଜେ ରଚୟିତା। ସମସ୍ତେ ତ ଏଇ ସଫଳ ମଣିଷଟିର ଆଗକୁ ଯିବାର ଦୃଶ୍ୟ ଦେଖିଛନ୍ତି, ହେଲେ ଏହି ସଫଳତା ପଛରେ ଲୁଚି ରହିଥିବା ସଂଘର୍ଷକୁ କେତେଜଣ ବୁଝିଛନ୍ତି ?

ଅଦ୍ୟତନ ହୋଇଛି
Amitabh Bachchan Birthday Today

Amitabh Bachchan Birthday Today

Advertisment

ଅକ୍ଟୋବର ୧୧ ତାରିଖ। ବଲିଉଡର ମହାନାୟକ ‘ବିଗ୍‌ ବି ଅମତାଭ ବଚ୍ଚନ’ ଆଜି ପାଳିବେ ୮୦ ତମ ଜନ୍ମଦିନ। ‘ବିଗ୍‌ ବି’ ଆଜି ବଲିଉଡ୍‌ରେ ମହାନାୟକ ଭାବେ ବଢି ଚାଲିଛନ୍ତି ଆଗକୁ ଆଗକୁ । ଗ୍ଲାମର ଦୁନିଆରେ ସେ ଜଣେ ଅତୁଳନୀୟ ଅଭିନେତା। ନିଜ ସଫଳ କାହାଣୀର ନଜେ ରଚୟିତା। ସମସ୍ତେ ତ ଏଇ ସଫଳ ମଣିଷଟିର ଆଗକୁ ଯିବାର ଦୃଶ୍ୟ ଦେଖିଛନ୍ତି, ହେଲେ ଏହି ସଫଳତା ପଛରେ ଲୁଚି ରହିଥିବା ସଂଘର୍ଷକୁ କେତେଜଣ ବୁଝିଛନ୍ତି ? ଏଇ ସଫଳ ମଣିଷର ସଂଘର୍ଷର କାହାଣୀ  କିଛି କମ ରୋମାଞ୍ଚକର ନୁହେଁ।  ସିନେମା ଜଗତରେ ପ୍ରବେଶ କରିବା ଆଜିର ଏଇ ମେଗା ଷ୍ଟାରଙ୍କ ପାଇଁ ସେଦିନ ଏତେ ସହଜ  ନ ଥିଲା। କାରଣ ସେତେବଳେ  ସେ ଷ୍ଟାର ମାଟେରିଆଲ ନ ଥିଲେ। ତାଙ୍କ ସହ କାମ କରିବା ପାଇଁ ନାୟିକା ରାଜି ହେଉ ନ ଥିଲେ। ଏପରିକି ପିତାଙ୍କ ପରି କବିତା ଲେଖିବାକୁ କେହି କେହି ତାଙ୍କୁ ପରାମର୍ଶ ବି ଦେଉଥିଲେ।  

Advertisment

ନିଜ ପୁସ୍ତକ ‘ଦ ଲିଜେଣ୍ଡସ୍‌ ଅଫ ବଲିଉଡ’ ପୁସ୍ତକରେ ସେ କହିଛନ୍ତି, ୧୯୬୭ ଅଗଷ୍ଟ-ସେପ୍ଟେମ୍ବରରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଅମିତାଭଙ୍କ ସାନ ଭାଇ ଅଜିତାଭ ଜାଣିଥିଲେ ତାଙ୍କର ଭାଇଙ୍କର ସ୍ୱପ୍ନ କ’ଣ। ତେଣୁ ସେ ସେହିବର୍ଷ ଆୟୋଜିତ ଫିଲ୍ମଫେୟାର ପ୍ରତିଭା ଅନ୍ୱେଷଣ ପ୍ରତିଯୋଗିତାରେ ତାଙ୍କର ନାମ ଭର୍ତ୍ତି କରିଥଲେ। ହେଲେ ତାଙ୍କୁ ସ୍ୱୀକୃତି ମିଳି ନ ଥିଲା। ଏହା ପରେ ତାଙ୍କର ମା’ ତେଜି ବଚ୍ଚନ ନିଜେ ଏ ନେଇ ପଦକ୍ଷେପ ନେଲେ। ସେ ତାଙ୍କର ବାନ୍ଧବୀ ତଥା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସହ ଏ ନେଇ ଯୋଗାଯୋଗ କରିଥିଲେ। ଇନ୍ଦିରାଜୀ ନରଗିସ୍‌ଙ୍କୁ ଫୋନ କରିଥିଲେ ଆଉ ନର୍ଗିସ ଏ ନେଇ ତାଙ୍କର ସ୍ୱାମୀ ସୁନୀଲ ଦତ୍ତଙ୍କୁ ଜଣାଇ କିଛି ବ୍ୟବସ୍ଥା କରିବାକୁ ଅନୁରୋଧ କରିଥିଲେ।

ଏହାପରେ ସୁନୀଲ ଦତ୍ତ ଅଜନ୍ତା ଆର୍ଟସର ପ୍ରଭାରୀ ରାଜ ଗ୍ରୋଭରଙ୍କୁ ଫିଲ୍ମଫେୟାରରୁ ବିଚାରାଧୀନ ଯୁବକଙ୍କ ଫଟୋ ବାଛିବାର ଦାୟିତ୍ୱ ଦେଇଥିଲେ। ପରଦିନ ନରର୍ଗିସ ଫିଲ୍ମ ନିର୍ମାତା ବି.ଆର.ଚୋପ୍ରାଙ୍କ ଘରକୁ ଯାଇଥିଲେ ଏବଂ ତାଙ୍କୁ ଅମିତାଭଙ୍କ ଫଟୋ ଦେଖାଇଥିଲେ। ଚୋପ୍ରା ଥରେ ଉକ୍ତ ଫଟୋ ଉପରେ ଆଖି ବୁଲାଇ ଆଣିଲେ ଏବଂ ତାକୁ ଚେୟାର ଉପରେ ରଖିଦେଲେ। ହେଲେ ତାଙ୍କୁ ଯେତେବେଳେ କୁହାଗଲା କି ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ତାଙ୍କ ପାଇଁ ସୁପାରିଶ କରିଛନ୍ତି ସେତେବେଳେ ସେ ତାଙ୍କ ଫଟୋ ଭଲ କରି ଦେଖିଲେ ଏବଂ ଟିପ୍ପଣୀ ଦେଇଥିଲେ ଯେ, ତାଙ୍କର ଚେହେରାରେ କିଛି ବିଶେଷତା ରହିଛି।

Advertisment

ପରେ ସେ ତାଙ୍କର ସହକର୍ମୀ ତଥା ଫିଲ୍ମ ନିର୍ମାତା ମୋହନ ସେହଗଲଙ୍କୁ ଫୋନ କରି ଅମିତାଭଙ୍କର ସ୍କ୍ରିନ ଟେଷ୍ଟ ନେବାପାଇଁ କହିଥିଲେ। ଏସବୁ ଠିକ ହେବା ପରେ ଅମିତାଭଙ୍କୁ ଶୀଘ୍ର ମୁମ୍ବାଇ ଆସିବା ପାଇଁ ଚୋପ୍ରା ନରଗିସଙ୍କୁ ଜଣାଇଥିଲେ । ଏହାପରେ  ସୁନୀଲ ଦତ୍ତ ଗ୍ରୋଭରଙ୍କୁ ଅମିତାଭଙ୍କ ଦାୟିତ୍ୱ ଦେଇଥିଲେ।  ଅମିତାଭ  ଆସିବା ପରେ ତାଙ୍କ ଘରକୁ ଆଣିବା ପାଇଁ କହିଥିଲେ । ସେଦିନ ଥିଲା ସେପ୍ଟେମ୍ବର ୯ ତାରିଖ। ଗ୍ରୋଭର ଯେତେବେଳେ ଅମିତାଭଙ୍କୁ ନେଇ ଆସିଥିଲେ ସେତେବେଳେ ସୁନୀଲ ସାଧନାଙ୍କ ଘରକୁ ଏକ ପାର୍ଟିରେ ଯୋଗ ଦେବାକୁ ଚାଲି ଯାଇଥିଲେ। ତେବେ ନର୍ଗିସ ଏକ ଛୋଟ ନୋଟ୍‌ ଛାଡି ଯାଇଥିଲେ ଯେଉଁଥିରେ ଗ୍ରୋଭରଙ୍କ ଉଦ୍ଦେଶ୍ୟରେ ଲେଖା ଯାଇଥିଲା, ‘ ତାଙ୍କୁ ନେଇ ଆସ। କିଛି ଫିଲ୍ମ ଆକ୍ଟରଙ୍କ ସହ ତାଙ୍କର ବି ସାକ୍ଷାତ ହୋଇଯିବ।’

ସେଠାରେ ଅମିତାଭ ଗ୍ରୋଭରଙ୍କ ସହ ପହଞ୍ଚିବା ସମୟରେ ସୁନୀଲ ଦତ୍ତଙ୍କର ଜଣେ ସମ୍ପର୍କୀୟ ବାହାରେ ଛିଡା ହୋଇଥିଲେ । ସେ ଅମିତାଭଙ୍କ ଆସିବା ଉପରେ ପ୍ରଶ୍ନ ଉଠାଇଥିଲେ। ପରେ ତାଙ୍କୁ ଯିବାକୁ ଅନୁମତି ଦେଇଥିଲେ ହେଲେ ବଡ ବିମୁଖ ମୁହଁରେ। ଗ୍ରୋଭର ଲେଖିଛନ୍ତି, ସେ ରାଗରେ ପୁରା ନାଲି ହୋଇ ଯାଇଥିଲେ। ଏପରିକି ସେ ବ୍ୟକ୍ତିଙ୍କ  କଲର ବି ଧରି ପକାଇଥିଲେ। ପରେ ସୁନୀଲ ଦତ୍ତ ପାଟି ଶୁଣି ବାହାରକୁ ଆସିଥିଲେ। କାହାକୁ କିଛି ନ କହି ରାତ୍ରି ଭୋଜନ କରିବା ଲାଗି ଅମିତାଭଙ୍କୁ ନେଇ ନିଜ ଘରକୁ ପଳାଇ ଆସିଥିଲେ।

Advertisment

ପରଦିନ ନରଗିସ ତାଙ୍କ ପାଇଁ ରାଜଶ୍ରୀ ଫିଲ୍ମସର ତାରାଚନ୍ଦ ବଡଜାତ୍ୟାଙ୍କୁ ସାକ୍ଷାତ କରାଇବାର ବ୍ୟବସ୍ଥା କରି ଥିଲେ। ତାରାଚନ୍ଦ  ଅମିତାଭଙ୍କୁ ଦେଖି ବିଶେଷ ପ୍ରଭାବିତ ହୋଇ ନ ଥିଲେ। ବରଂ ସେ କହିଥିଲେ, ସେ ଏତେ ଡେଙ୍ଗା ଯେ, ତାଙ୍କ ସହ ଅଭିନୟ କରିବା ପାଇ କେହି ଅଭିନେତ୍ରୀ ରାଜି ହେବେନି। ବରଂ ସେ ଏ ଦୁନିଆ ଛାଡ଼ି ତାଙ୍କ ବାପାଙ୍କ ପରି ଲେଖାଲେଖି କରିବା ଉଚିତ। ଏତିକି କଥା ପରେ ବଡଜାତ୍ୟା ଅମିତାଭଙ୍କ ଉପରେ ଗୁରୁତ୍ୱ ନ ଦେଇ ଗ୍ରୋବରଙ୍କୁ ସୁନୀଲଙ୍କ ହାଲଚାଲ ବିଷୟରେ ପଚାରି ବୁଝିଥିଲେ।

ତୃତୀୟ ଦିନରେ ବି ଅମିତାଙ୍କ ଭାଗ୍ୟ ନିର୍ଦ୍ଧାରଣ ହୋଇ ପାରି ନ ଥିଲା। ଗ୍ରୋଭର ଅମିତାଭଙ୍କୁ ନେଇ ଦାଦର ଷ୍ଟୁଡିଓ ଯାଇଥିଲେ। ସେଠାରେ ମୋହନ ସେହଗଲ ସୁଟିଂ କରୁଥିଲେ। ସେଠାରେ ସେ ତାଙ୍କୁ ମନୋଜ କୁମାରଙ୍କ ସହ ସାକ୍ଷାତ କରାଇଥିଲେ। ମନୋଜ କୁମାର ତାଙ୍କୁ ସ୍ୱାଗତ କରି ତାଙ୍କ ଶାନ୍ତ ଚେହେରା ଉପରେ ସକାରାତ୍ମକ ଟିପ୍ପଣୀ ଦେଇଥିଲେ ଏବଂ ତାଙ୍କର ଚୁପ୍‌ଚୁପ୍‌ ମଧୁର କଥା ମେଘର ଗର୍ଜନ ପରି ଗମ୍ଭୀର ଲାଗୁଛି ବୋଲି ମତ ଦେଇଥିଲେ । ତା ପରେ ସେ ଅମିତାଭଙ୍କ କାନ୍ଧ ଉପରେ ହାତ ରଖି ସେ ଯାହା ଖୋଜୁଛନ୍ତି ସମସ୍ତ ଗୁଣ ତାଙ୍କ ପାଖରେ ଅଛି ବୋଲି କହିଥିଲେ।

ଏହା ପରେ ସେହଗଲ ଆସିଲେ ଏବଂ କିଛି ସମୟ ଅମିତାଭଙ୍କ ସହ ଭଲରେ କଥା ହେଲେ। କିନ୍ତୁ ପରେ ଗ୍ରୋଭରଙ୍କୁ ବାହାରକୁ ନେଇ କହିଥିଲେ, ‘ ମତେ ଆଶ୍ଚର୍ଯ୍ୟ ଲାଗୁଛି, ନରଗିସ ଅମିତାଭଙ୍କ ପାଖରେ କ’ଣ ଦେଖିଲେ ?’  ପରେ ଗ୍ରୋଭର ଅମିତାଭଙ୍କୁ ଲଞ୍ଚରେ ନେଇଗଲେ। ଲଞ୍ଚ ପରେ ତାଙ୍କୁ ରାଜେଶ ଖାନ୍ନାଙ୍କ ସହ ସାକ୍ଷାତ ପାଇଁ ନେଇଗଲେ। ରାଜେଶ ଖାନ୍ନା ତାଙ୍କ ସହ ଭଲ କଥା ହେଲେ କିନ୍ତୁ ତାଙ୍କ ସହ ହାତ ମିଳାଇ ନ ଥିଲେ। ଏହାପରେ ଅମତାଭଙ୍କର ଟେଷ୍ଟ ହୋଇଥିଲା। ଏକ ପ୍ରେମପତ୍ରର କିଛି ପଂକ୍ତି ତାଙ୍କୁ ପଢିବାକୁ ଦିଆ ଯାଇଥିଲା। ପଢିବା ପରେ ସେହଗଲ ତାଙ୍କୁ ଶୁଭ କାମନା ଦେଇଥିଲେ । ହେଲେ ପ୍ରତିଶ୍ରୁତି ଦେଇ ନ ଥିଲେ।

ଅଧିକ ପଢ଼ନ୍ତୁ: ନାତୁଣୀର ରାଗ ଥଣ୍ତା କରିବାକୁ କ’ଣ କରନ୍ତି ବିଗ୍‌ ବି ଅମିତାଭ୍‌ ?

ପରେ ଗ୍ରୋଭର ସେହଗଲଙ୍କୁ ରେଜଲ୍ଟ ବିଷୟରେ ପଚାରିଥିଲେ। ହେଲେ ସେହଗଲ କହିଥିଲେ, ଖାଲି ସମୟର ଅପବ୍ୟବହାର କରବାକୁ ପଡ଼ିଲା। ଶେଷ ଦିନ ଅମିତାଭ ସୁନୀଲ ଦତ୍ତଙ୍କ ସହ କଟାଇଥିଲେ। ସୁନୀଲ ତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ ତାଙ୍କର ଆଗାମୀ ଫିଲ୍ମରେ ତାଙ୍କ ବିଷୟରେ ନିଶ୍ଚୟ ବିଚାର କରିବେ। ତା’ ପରେ ସେ କଲିକତା ନିଜ କାମରେ ଚାଲି ଯାଇଥିଲେ। ପରେ ଅବଶ୍ୟ ସୁନୀଲ ନିଜ କଥା ରଖିଥିଲେ ଏବଂ ତାଙ୍କର ଫିଲ୍ମ ରେଶ୍ମା ଔର ଶେରା (୧୯୭୧)ରେ ଅମିତାଙ୍କୁ କାମ କରିବାର ସୁଯୋଗ ଦେଇଥିଲେ। ତେବେ ‘ସାତ ହିନ୍ଦୁସ୍ଥାନୀ’ ଅମିତାଭଙ୍କର ରିଲିଜ ହୋଇଥିବା ପ୍ରଥମ ଫିଲ୍ମ ଥିଲା। ବାସ୍ ଏଇଠୁ ଆରମ୍ଭ ହୁଏ ଅଭିତାଭଙ୍କ ଅଭିନୟର ଯାତ୍ରା। ଆଜି ଜନ୍ମଦିନରେ ଏହି ମହାନାୟକଙ୍କୁ ଅନେକ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା। 

Amitabh Bachchan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ