Advertisment

ଗ୍ଲାମର୍‌ ଦୁନିଆର ୫ ଫ୍ଲେକ୍ସିବଲ୍ ଗାର୍ଲ; ଯୋଗରେ ସମସ୍ତଙ୍କୁ ପଛରେ ପକେଇଦେବେ

ସେ ଚଳଚ୍ଚିତ୍ର ହେଉ କି ଟିଭି ଇଣ୍ଡଷ୍ଟ୍ରି, ଗ୍ଲାମର୍‌ ସହ ଜଡିତ ଅଭିନେତ୍ରୀମାନେ ସେମାନଙ୍କ ଫିଟ୍‌ନେସ୍‌ ପ୍ରତି ସବୁବେଳେ ସଚେତନ ଥାଆନ୍ତି। ଅଭିନୟ ସହିତ ସେମାନେ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବାକୁ କେବେ ବି ଭୁଲନ୍ତି ନାହିଁ। ତେବେ ଆସନ୍ତୁ ସେହି ଫିଟ୍‌ନେସ୍ ପ୍ରେମୀ ଅଭିନେତ୍ରୀମାନଙ୍କ ବିଷୟରେ ଜାଣିବା, ଯେଉଁମାନେ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚିତ।

ଅଦ୍ୟତନ ହୋଇଛି
These celebrities leave you shocked in these yoga spooky poses photos

These celebrities leave you shocked in these yoga spooky poses photos

Advertisment

ଏହା ସମସ୍ତେ ଜାଣନ୍ତି ଯେ ଚଳଚ୍ଚିତ୍ର ଏବଂ ଟିଭି ଇଣ୍ଡଷ୍ଟ୍ରି ଗ୍ଲାମର୍‌ରେ ଭରା। କାରଣ ମନୋରଂଜନ ଦୁନିଆ ସହ ଜଡିତ ଅଭିନେତ୍ରୀମାନେ ସେମାନଙ୍କ ଫିଟ୍‌ନେସ୍‌ ପ୍ରତି ସବୁବେଳେ ସତର୍କ ଥାଆନ୍ତି। ଅଭିନୟ ସହିତ ସେମାନେ ନିଜ ଫିଟ୍‌ନେସ୍‌ର ମଧ୍ୟ ଯତ୍ନ ନିଅନ୍ତି। ସକାଳେ ଉଠିବା, ଜିମ୍ ଯିବା, ଯୋଗ କରିବା ଏବଂ ଏକ ସୁସ୍ଥ ଡାଏଟ୍ ଅନୁସରଣ କରିବା ସେମାନଙ୍କ ନିତ୍ୟକର୍ମରେ ରହିଥାଏ।

Advertisment

ସେମାନେ ଗୋଟିଏ ବି ଦିନ ବିନା ଯୋଗ-ବ୍ୟାୟାମରେ ରହି ପାରନ୍ତି ନାହିଁ। ତେବେ ଆସନ୍ତୁ ଟିଭିର ସେହି ଫିଟ୍‌ନେସ୍ ପ୍ରେମୀ ଅଭିନେତ୍ରୀମାନଙ୍କ ବିଷୟରେ ଜାଣିବା, ଯେଉଁମାନେ ସୋସିଆଲ ମିଡିଆ ଏବଂ ସେମାନଙ୍କ ଯୋଗ ପାଇଁ ପ୍ରଶଂସକଙ୍କ ମଧ୍ୟରେ ବେଶ୍‌ ଚର୍ଚ୍ଚାର କାରଣ ହୋଇପାରିଛନ୍ତି।

ଏହି ଅଭିନେତ୍ରୀମାନେ ଯୋଗ କରି ନିଜ ଶରୀରକୁ ଏତେ ଫ୍ଲେକ୍ସିବଲ୍ କରିଦେଇଛନ୍ତି ଯେ ସେମାନେ ଯେମିତି ଚାହୁଁଛନ୍ତି ନିଜ ଶରୀରକୁ ସେମିତି କରିଦେଇ ପାରୁଛନ୍ତି। ସେମାନଙ୍କ ଭିଡିଓ ଏବଂ ଫଟୋ ପ୍ରାୟତଃ ସୋସିଆଲ ମିଡିଆରେ ଭାଇରାଲ ହୁଏ। ଏହି ତାଲିକାରେ ମନ୍ଦିରା ବେଦୀଙ୍କ ଠାରୁ ଆରମ୍ଭ କରି ଆଶ୍‌କା ଗୋରାଡିଆ, କବିତା କୌଶିକ, ଟିନା ଦତ୍ତାଙ୍କ ସମେତ ଅନେକ ଅଭିନେତ୍ରୀଙ୍କ ନା’ ରହିଛି। ଆସନ୍ତୁ ନଜର ପକେଇବା।

Advertisment

ମନ୍ଦିରା ବେଦୀ:


 
 
 
 
 
 
 
 
 
 
 
 
 
 

A post shared by Mandira Bedi (@mandirabedi)

ମଡେଲ-ଅଭିନେତ୍ରୀ ମନ୍ଦିରା ବେଦୀଙ୍କୁ ଏବେ ୫୦ ବର୍ଷ ହେଲାଣି। କିନ୍ତି ତାଙ୍କୁ ଦେଖିଲେ କେହି ବି କହିପାରିବେ ନାହିଁ ସେ ଏହି ବୟସରେ ପହଞ୍ଚିଛନ୍ତି ବୋଲି। ସେ ଏକଦମ ସୁପର ଫିଟ୍ ଏବଂ ସୁସ୍ଥ। ସେ ତାଙ୍କ କାମ ଅପେକ୍ଷା ଫିଟନେସ୍‌କୁ ନେଇ ଅଧିକ ଚର୍ଚ୍ଚାରେ ରୁହନ୍ତି। ପ୍ରଶଂସକମାନଙ୍କୁ ବ୍ୟାୟାମ ଏବଂ ଯୋଗ ବିଷୟରେ ଅବଗତ କରାଇବା ପାଇଁ ସେ ଅନେକ ସମୟରେ ସୋସିଆଲ ମିଡିଆରେ ନିଜର ଫଟୋ ଏବଂ ଭିଡିଓ ଶେୟାର କରନ୍ତି।

Advertisment

ଆଶ୍‌କା ଗୋରାଡିଆ:


 
 
 
 
 
 
 
 
 
 
 
 
 
 

A post shared by Aashka Goradia Goble (@aashkagoradia)

ଟିଭି ଅଭିନେତ୍ରୀ ଫିଟ୍‌ନେସ୍ ପ୍ରେମୀ ଆଶ୍‌କା ଗୋରାଡିଆ ଅନେକ ସମୟରେ ସୋସିଆଲ ମିଡିଆରେ ଯୋଗ କରୁଥିବା ଭିଡିଓ ଶେୟାର କରନ୍ତି। ଅଭିନେତ୍ରୀଙ୍କ ଯୋଗ ପ୍ରତି ଏତେ ନିଶା ଯେ ସେ ବର୍ତ୍ତମାନ ସବୁକିଛି ଛାଡି ପାରିବେ, କିନ୍ତୁ ଯୋଗ ନୁହେଁ। ସେ ବର୍ତ୍ତମାନ ଜଣେ ଯୋଗ ପ୍ରଶିକ୍ଷକ ଭାବେ ଯୋଗ ପ୍ରଶିକ୍ଷଣ ଦେଉଛନ୍ତି। ସେ ଗୋଆରେ ଯୋଗ ଶିକ୍ଷା ଦିଅନ୍ତି। ଗୋଆ ବେଳାଭୂମିରେ ଏହି ଅଭିନେତ୍ରୀଙ୍କୁ ଅନେକ ସମୟରେ ଯୋଗ କରୁଥିବାର ଦେଖିବାକୁ ମିଳେ।

କବିତା କୌଶିକ:


 
 
 
 
 
 
 
 
 
 
 
 
 
 

A post shared by Kavita Kaushik (@ikavitakaushik)

FIR ସିରିଏଲ ଫେମ୍ କବିତା କୌଶିକ ମଧ୍ୟ ଆଶ୍‌କା ଗୋରାଡିଆଙ୍କ ପରି ତାଙ୍କ ଫିଟ୍‌ନେସ୍‌ ଯୋଗୁଁ ସୋସିଆଲ ମିଡିଆରେ ପ୍ରାଧାନ୍ୟ ବିସ୍ତାର କରିଛନ୍ତି। ଗୋଆର ସମୁଦ୍ର ବେଳାଭୂମିରେ ତାଙ୍କର ଯୋଗ ଦକ୍ଷତା ସହିତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦିଅନ୍ତି। ୪୧ ବର୍ଷୀୟ କବିତାଙ୍କ ଶରୀର ଏତେ ନମନୀୟ ହୋଇଛି ଯେ ସେ ଅତି ସହଜରେ କଠିନ ଯୋଗ କରିପାରୁଛନ୍ତି।

ଟିନା ଦତ୍ତା:


 
 
 
 
 
 
 
 
 
 
 
 
 
 

A post shared by ✨Tinzi In TinzelTown✨🧚‍♀️ (@tinadatta)

ସୁପରହିଟ୍ ସୋ 'ଉତ୍ତରନ୍'ରେ ଇଛାଙ୍କ ଚରିତ୍ରରେ ଅଭିନୟ କରି ଘରେ ଘରେ ଏକ ପରିଚୟ ତିଆରି କରିଥିବା ଟିନା ଦତ୍ତା ମଧ୍ୟ ନିଜ ଫିଟନେସ୍ ପାଇଁ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ଟିନା ବର୍ତ୍ତମାନ ବିଗ୍ ବସ୍ ୧୬ରେ ନଜର ଆସୁଛନ୍ତି। ତାଙ୍କର ଯୋଗ-ବ୍ୟାୟାମ ଭିଡିଓ ସୋସିଆଲ ମିଡିଆରେ ପ୍ରାୟତଃ ଭାଇରାଲ ହୁଏ। ଟିନା ଆଶ୍‌କା ଗୋରାଡିଆଙ୍କ ଠାରୁ ଯୋଗ ଶିଖୁଛନ୍ତି।

ଶମା ସିକନ୍ଦର:


 
 
 
 
 
 
 
 
 
 
 
 
 
 

A post shared by Shama Sikander (@shamasikander)

ଅଭିନେତ୍ରୀ ଶମା ସିକନ୍ଦର କିପରି ଫିଟ୍‌ନେସ୍‌ର ଯତ୍ନ ନିଆଯାଏ ତାହା ଭଲଭାବେ ଜାଣନ୍ତି। ନିଜକୁ ଫିଟ୍ ରଖିବା ପାଇଁ ସେ ଯୋଗ ଏବଂ ବ୍ୟାୟାମ କରିବାକୁ କେବେ ବି ଭୁଲନ୍ତି ନାହିଁ। ଶମାଙ୍କୁ ସୋସିଆଲ ମିଡିଆରେ ଅନେକ ସମୟରେ ଫିଟ୍‌ନେସ୍ ଟିପ୍ସ ଦେଉଥିବା ଦେଖିବାକୁ ମିଳିଥାଏ। ନିକଟରେ ଶମା ଯୋଗର କିଛି ଫଟୋ ନିଜ ଇନଷ୍ଟାଗ୍ରାମରେ ଶେୟାର କରି ପ୍ରଶଂସା ସାଉଁଟିଥିଲେ।

Celebrities Yoga Tips
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ