Advertisment

ଶାହରୁଖ ଖାନ୍‌ଙ୍କ ଫଟୋକୁ ନେଇ ଜୋରଦାର ଚର୍ଚ୍ଚା

ଲତାଙ୍କ ଶେଷ ଦର୍ଶନ ପାଇଁ ଯାଇଥିବା ଅଭିନେତା ଶାହରୁଖ ଖାନ୍‌ଙ୍କ ଏକ ଫଟୋକୁ ନେଇ ଜୋରଦାର ଚର୍ଚ୍ଚା । ଯେଉଁଥିରେ ଶାହରୁଖ୍ ଓ ତାଙ୍କ ମ୍ୟାନେଜର ପୂଜା ଦଦଲାନି ଲତାଙ୍କୁ ଦେଶ ବିଦାୟ ଜଣାଉଛନ୍ତି । ଶାହରୁଖ୍ ମୁସଲମାନ ହୋଇଥିବାରୁ ଦୁଆ କରିଛନ୍ତି ଓ ପୂଜା ହିନ୍ଦୁ ରୀତିନୀତି ଅନୁସାରେ ହାତ ଯୋଡ଼ି ପ୍ରାର୍ଥନା କରିଛନ୍ତି ।

Shahrukh's photo went viral

Shahrukh's photo went viral

Advertisment

ଗତକାଲି ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକର ଦେହାନ୍ତ ହୋଇଛି। ଏହି ଖବର ପ୍ରଚାରିତ ହେବା ପରେ ପୂରା ଦେଶରେ ଶୋକର ଛାୟା ଖେଳିଯାଇଛି। ଭାରତ ରତ୍ନ ଲତା ମଙ୍ଗେସକରଙ୍କର ମୁମ୍ବାଇରେ ସମ୍ପୂର୍ଣ୍ଣ ରାଜକୀୟ ସମ୍ମାନ ସହ ଅନ୍ତିମ ସଂସ୍କାର କରାଯାଇଛି। ଏହି କାର୍ଯ୍ୟକ୍ରମରେ ବଡ଼ ବଡ଼ ରାଜନେତାଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟିଙ୍କ ପର୍ଯ୍ୟନ୍ତ ସମସ୍ତେ ଯୋଗ ଦେଇଥିଲେ। ଅନ୍ତିମ ସଂସ୍କାର ସ୍ଥଳରେ ପହଞ୍ଚି ସମସ୍ତେ ଲତା ଦିଦିଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଶାହାରୁଖ ଖାନ୍‌ ମଧ୍ୟ ପହଞ୍ଚି ଲତା ମଙ୍ଗେସକରଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

Advertisment

ଅନ୍ତିମ ସଂସ୍କାର ସ୍ଥଳରେ ଶାହରୁଖ୍ ଓ ତାଙ୍କ ମ୍ୟାନେଜର ପୂଜା ଦଦଲାନି ଲତାଙ୍କୁ ଦେଶ ବିଦାୟ ଜଣାଉଛନ୍ତି । ଶାହରୁଖ୍ ମୁସଲମାନ ହୋଇଥିବାରୁ ଦୁଆ କରିଛନ୍ତି ଓ ପୂଜା ହିନ୍ଦୁ ରୀତିନୀତି ଅନୁସାରେ ହାତ ଯୋଡ଼ି ପ୍ରାର୍ଥନା କରିଛନ୍ତି । ତେବେ ଏକାସମୟରେ ଉଭୟଙ୍କ ପ୍ରାର୍ଥନା କରୁଥିବା ଫଟୋ ଏବେ ବେଶ୍ ପ୍ରଂଶସା ସାଉଁଟିଛି।

ଏହି ଫଟୋ ଦେଖି ଭାରତର ଏକତା ଓ ଧର୍ମନିରପେକ୍ଷତାର ଏହା ଏକ ନିଦର୍ଶନ ବୋଲି ଅନେକ ମତ ଦେଇଛନ୍ତି । ସେପଟେ ଶାହାରୁଖଙ୍କ ଏହି ଫଟୋରେ ସେ ଛେପ ପକାଇଥିବା କହି କିଛି ବ୍ୟକ୍ତି ସମାଲୋଚନା କରିଛନ୍ତି । ଯାହାକୁ ବିଭିନ୍ନ ମହଳରୁ ନିନ୍ଦା ବି କରାଯାଉଛି ।

Advertisment

ସୂଚନା ଅନୁସାରେ ସୁରସାମ୍ରାଜ୍ଞୀ ଭାରତରତ୍ନ ଲତା ମଙ୍ଗେସକରଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା। ଗତକାଲି ମୁମ୍ବାଇରେ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ଗତ ୨୯ ଦିନ ହେବ ସେ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଥିଲେ ।

sharukh khansharukh khan
Entertainment News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ