Advertisment

Tarang Plus: ରିଲିଜ୍ ହେଲା ‘ଛାଡପତ୍ର’ର ଦ୍ୱିତୀୟ ଟ୍ରେଲର୍; ଲୋକେ କହିଲେ…

ରିଲିଜ୍ ହୋଇଛି ‘ତରଙ୍ଗ ପ୍ଲସ୍‌’ର ନୂଆ ୱେବ୍ ସିରିଜ୍ ‘ଛାଡପତ୍ର’ର ଦ୍ୱିତୀୟ ଟ୍ରେଲର୍। ଏଥିରେ ସିରିଜ୍‌ର ଝାପ୍‌ସା ଛୁଙ୍କ ଦିଆଯାଇଛି। ଦେଖିଲେ ପୂରା କାହାଣୀ ଦେଖିବାକୁ ଉତ୍ସାହ ବଢିଯିବ।

author-image
Pramod Behera
ଅଦ୍ୟତନ ହୋଇଛି
Chhadapatra Second Trailer Released

The second trailer of 'Chhadapatra' was released

ବିବାହକୁ ପବିତ୍ର ବନ୍ଧନ ବୋଲି କୁହାଯାଉଥିବା ବେଳେ ଆଜିକାଲି ଅନେକ ସ୍ଥାନରେ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳେ। ସାମାନ୍ୟ ମନାନ୍ତରରୁ ଛାଡପତ୍ରଯାଏ କଥା ଚାଲିଯାଏ। ପରେ ସାତ ଜନ୍ମକୁ ସାକ୍ଷୀ ରଖି ପରସ୍ପରକୁ ନିଜର କରିଥିବା ଯୋଡି ସବୁଦିନ ପାଇଁ ହୋଇଯାଆନ୍ତି ଅଲଗା।

Advertisment

ଏହାକୁ ନେଇ ‘ତରଙ୍ଗ ପ୍ଲସ୍‌’ ନିର୍ମାଣ କରିଛି ଏକ ଭିନ୍ନ ଧରଣର ୱେବ୍ ସିରିଜ୍। ଏହି ୱେବ୍ ସିରିଜ୍‌ର ଟା‍ଇଟଲ୍ ରହିଛି ‘ଛାଡପତ୍ର’। ପ୍ରଡକ୍ସନ ହାଉସ୍ ପୂର୍ବରୁ ତରଙ୍ଗ ପ୍ଲସ୍‌ ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲ୍‌ରେ ଏହାର ଟିଜର ଆଉ ପ୍ରଥମ ଟ୍ରେଲର୍ ରିଲିଜ୍ କରିଥିବା ବେଳେ ଏବେ ଏହାର ଦ୍ୱିତୀୟ ଟ୍ରେଲର୍ ରିଲିଜ୍ କରିଛି।

ଟ୍ରେଲରରୁ ଜଣାଯାଏ ଯେ ଆକାଶ ଭୂମିକାରେ ଅଭିନୟ କରୁଥିବା ଜଗଜିତ ତାଙ୍କ ପତ୍ନୀଙ୍କ ସହ ଖୁସିରେ ନାହାନ୍ତି। ସେ ତାଙ୍କ ପତ୍ନୀଙ୍କୁ ନେଇ ସନ୍ତୁଷ୍ଟ ନଥିବା ଦେଖାଯାଏ। ସିରିଜ୍‌ର ମୁଖ୍ୟ ନାୟିକା ଜଣେ ଅଭିନେତ୍ରୀ ହୋଇଥିବା ବେଳେ ଆକାଶ ତାଙ୍କ ବୃତ୍ତିରେ ସନ୍ତୁଷ୍ଟ ନଥିବା ଦେଖାଯାଏ। ଏହାକୁ ନେଇ ସେ ତାଙ୍କୁ ତାତ୍ସଲ୍ୟ କରନ୍ତି ଆଉ ତାଙ୍କ ପେଶାକୁ ନାପସନ୍ଦ କରନ୍ତି।

Advertisment

ଏହାରି ଭିତରେ ତାଙ୍କର ଅନ୍ୟଜଣେ ଯୁବତୀଙ୍କ ସହ ପ୍ରେମ ସଂପର୍କ ଗଢିଉଠେ। ଏନେଇ ଆକାଶ ନିଜ ପତ୍ନୀଙ୍କୁ ମଧ୍ୟ ଛାଡିବାକୁ ପ୍ରସ୍ତୁତ ହୋଇଯାଆନ୍ତି। ଚାଲେ କେସ୍ ଆଉ ମାମଲା ଜିତିବାର ପ୍ରୟାଶ। ତେବେ ଶେଷରେ କାହାର ହେଉଛି ବିଜୟ ତାହା ପୂରା ସିରିଜ୍ ହିଁ କହିବ।

ଟ୍ରେଲର୍‌ଟି ରିଲିଜ୍ ହେବାର ଖୁବ୍ କମ୍ ସମୟ ମଧ୍ୟରେ ଏହାକୁ ଅନେକ ଲୋକ ଦେଖିସାରିଛନ୍ତି। ଅନେକ ଏହାକୁ ଖୁବ ପସନ୍ଦ ମଧ୍ୟ କରୁଛନ୍ତି ଆଉ ନିଜ ନିଜ ମତ ମଧ୍ୟ ଦେଉଛନ୍ତି। ଜଣେ ପ୍ରତିକ୍ରିୟାରେ କହିଛନ୍ତି “ମୁଁ ଏହା ପାଇଁ ବହୁତ ଉତ୍ସାହିତ ଅଛି।”

ଏହି ୱେବ୍ ସିରିଜ୍‌ର କାହାଣୀକୁ କ୍ରିଏଟିଭ୍ ହେଡ୍ ରଞ୍ଜନ ଶତପଥୀ ଲେଖିଥିବା ବେଳେ ଏହାର ସଂଳାପ ସଜେଇଛନ୍ତି ପ୍ରିୟବ୍ରତ ପଣ୍ଡା। ସିରିଜ୍‌କୁ ରାଜେନ୍ଦ୍ର ମହାନ୍ତ ନିର୍ଦ୍ଦେଶନା ଦେଉଥିବା ବେଳେ ଦେବୀଦତ୍ତ ମହାନ୍ତି ଏହାର ମୁଖ୍ୟ କାର୍ଯ୍ୟକାରୀ ପ୍ରଯୋଜନା ଦାୟିତ୍ୱ ନେଇଛନ୍ତି। ମୁଖ୍ୟ ଭୂମିକାରେ ଜଗଜିତ ପାଲ୍ ଓ ଶ୍ରଦ୍ଧା ପାଣିଗ୍ରାହୀଙ୍କ ସହ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ବିଏମ୍ ବୈଶାଳୀ, ମନସ୍ୱନୀ ପତି, ଶକ୍ତି ବରାଳ, ମିହିର ସ୍ୱାଇଁ ପ୍ରମୁଖ ଅଭିନୟ କରିଛନ୍ତି। ଏହି ୱେବ୍ ସିରିଜ୍ ମେ ୯ରୁ ‘ତରଙ୍ଗପ୍ଲସ୍‌’ରେ ଷ୍ଟ୍ରିମିଙ୍ଗ୍ ହେବ।

Tarang Plus Tarang TV Tarang Cine Productions
Advertisment
Advertisment