Astrospeak
  • Live TV
  • Read In English

ମଲାଇକାଙ୍କୁ ନେଇ ଉଠିଛି ପ୍ରଶ୍ନ, ରାଗିଗଲେ ଅର୍ଜୁନ କପୁର

ମିଡିଆ ରିପୋର୍ଟକୁ ନେଇ ଅର୍ଜୁନ କପୁର ଆପତ୍ତି କରିଛନ୍ତି । ଯେଉଁଥିରେ ମଲାଇକା ଆରୋରାଙ୍କ ରୋଜଗାରକୁ ନେଇ ପ୍ରଶ୍ନ ଉଠିଛି। ଏନେଇ ସୋସିଆଲ ମିଡିଆରେ ଏ ବିଷୟରେ ଏକ ପୋଷ୍ଟ ସେୟାର କରିଛନ୍ତି ଅର୍ଜୁନ।

arjun and malaika
arjun and malaika

News Summary

ମଲାଇକା ଆରୋରାଙ୍କ ରୋଜଗାରକୁ ନେଇ ଉଠିଛି ପ୍ରଶ୍ନ

ମିଡିଆ ଉପରେ ରାଗିଗଲେ ଅର୍ଜୁନ

ମିଡିଆ ରିପୋର୍ଟକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଅର୍ଜୁନ କପୁର । ଏନେଇ ସେ ସୋସିଆଲ ମିଡିଆରେ ଲେଖିଛନ୍ତି ଯେ , '୨୦୨୧ରେ ଏପରି ହେଡଲାଇନ୍ ପଢିବା ଦୁଃଖଦ ଏବଂ ଲଜ୍ଜାଜନକ ଅଟେ। ମଲାଇକା ଭଲ ରୋଜଗାର କରନ୍ତି ଏଥିରେ କୌଣସି ସନ୍ଦେହ ନାହିଁ ଏବଂ ଫିଲ୍ମ ଇଣ୍ଡଷ୍ଟ୍ରୀରେ ସେ ଅନେକ ବର୍ଷ ଧରି କାମ କରିଛନ୍ତି । ତେବେ ରୋଜଗାରକୁ ନେଇ କାହା ସହ ତୁଳନା କରାଯିବା ଉଚିତ ନୁହେଁ ବୋଲି ଅର୍ଜୁନ ମତ ଦେଇଛନ୍ତି ।

ସୂଚନା ଅନୁସାରେ ନିକଟରେ ମଡିଆ ରିପୋର୍ଟରେ ଅର୍ଜୁନ ଓ ମଲାଇକାଙ୍କ ରୋଜଗାରକୁ ନେଇ ତୁଳନା କରାଯାଇଛି । ରିପୋର୍ଟରେ କୁହାଯାଇଛି ଯେ ମଲାଇକାଙ୍କ ମୋଟ ଆୟ୧୦୦ କୋଟି ଟଙ୍କା ହୋଇଥିବାବେଳେ ଅର୍ଜୁନ କପୁରଙ୍କ ମୋଟ ଆୟ ୮୮ କୋଟି ଟଙ୍କା । ଏହା ମଧ୍ୟ କୁହାଯାଇଛି ଯେ ମଲାଇକା ଫିଲ୍ମରେ ଆଇଟମ୍ ଗୀତ କରିବା ପାଇଁ ୧.୭୫ କୋଟି ଟଙ୍କା ଆଦାୟ କରୁଛନ୍ତି ।

ପ୍ରକାଶଥାଉ କି ଅର୍ଜୁନ ଏବଂ ମଲାଇକା ମଧ୍ୟରେ ବହୁତ ଭଲ ସଂପର୍କ ଥିବାବେଳେ ୨ ଜଣ ବହୁଦିନ ହେବ ରିଲେସନସିପରେ ଅଛନ୍ତି । ସେମାନେ ପ୍ରାୟତଃ ଏକାଠି ସମୟ ବିତାଉଥିବାର ନଜର ଆସିଥାନ୍ତି । ଏକ ସାକ୍ଷାତକାରରେ ମଲାଇକା ଅର୍ଜୁନଙ୍କ ସହ ତାଙ୍କ ସମ୍ପର୍କ ବିଷୟରେ କହିଥିଲେ, 'ବିବାହ ଭାଙ୍ଗିବା ପରେ ମୁଁ ଅନ୍ୟ କୈଣସି ସମ୍ପର୍କ ସ୍ଥାପନ କରିବାକୁ ସମର୍ଥ ହେବି ବୋଲି ମୋର ଧାରଣା ନ ଥିଲା । ମୁଁ ମୋ ଜୀବନରେ ପ୍ରେମ ଚାହୁଁଥିଲି ଏବଂ ଏହି ନୂତନ ସମ୍ପର୍କ ମୋର ଆତ୍ମବିଶ୍ୱାସ ଫେରାଇ ଆଣିଛି । ମୁଁ ଖୁସି ଯେ ମୁଁ ଏହି ପଦକ୍ଷେପ ନେଇଛି ।