Advertisment

ରିଲିଜ୍ ହେଲା ସିଦ୍ଧାର୍ଥ ଓ ଶେହନାଜଙ୍କ ଗୀତ ‘ଅଧୁରା’ର ପୋଷ୍ଟର, ଭାବୁକ ହେଲେ ଫ୍ୟାନ୍

ବିଗ୍ ବସ-୧୩ ବିଜେତା ସିଦ୍ଧାର୍ଥ ଶୁକ୍ଲାଙ୍କ ମୃତ୍ୟୁକୁ ବିତି ଗଲାଣି ଦେଢ ମାସ । ତାଙ୍କର ଆକସ୍ମିକ ମୃତ୍ୟୁକୁ ନେଇ କେହି ସହଜରେ ଗ୍ରହଣ କରିପାରୁ ନିଥିଲେ । କିନ୍ତୁ ଏହା ମଧ୍ୟରେ ସିଦ୍ଧାର୍ଥ ଶୁକ୍ଲା ଓ ଶେହନାଜଙ୍କ ଶେଷ ଗୀତ ଅଧୁରାର ପୋଷ୍ଟର ରିଲିଜ ହୋଇଛି । 'ଅଧୁରା'ର ଏହି ପୋଷ୍ଟର ଦେଖିବା ପରେ ଫ୍ୟାନ୍ ମାନେ ଭାବବିହହ୍ୱଳ ହୋଇପଡିଛନ୍ତି ।

sidharth and sehnaz

sidharth and sehnaz

Advertisment

ମୁମ୍ବାଇ: ବିଗ୍‌ ବସ-୧୩ ବିଜେତା ସିଦ୍ଧାର୍ଥ ଶୁକ୍ଲାଙ୍କ ମୃତ୍ୟୁକୁ ବିତି ଗଲାଣି ଦେଢ ମାସ । ତାଙ୍କର ଆକସ୍ମିକ ମୃତ୍ୟୁକୁ ନେଇ କେହି ସହଜରେ ଗ୍ରହଣ କରିପାରୁ ନିଥିଲେ । କିନ୍ତୁ ଏହା ମଧ୍ୟରେ ସିଦ୍ଧାର୍ଥ ଶୁକ୍ଲା ଓ ଶେହନାଜଙ୍କ ଶେଷ ଗୀତ ଅଧୁରାର ପୋଷ୍ଟର ରିଲିଜ ହୋଇଛି । ତେବେ ଏହି ପୋଷ୍ଟର ରିଲିଜ ହେବା ପରେ ସିଦ୍ଧାର୍ଥ ଓ ଶେହନାଜଙ୍କ ଫ୍ୟାନ୍ ମାନେ ବହୁତ ଖୁସି ହୋଇ ଯାଇଛନ୍ତି । ଏହା ଛଡ଼ା ଅଧୁରାର ଏହି ପୋଷ୍ଟର ଦେଖିବା ପରେ ଫ୍ୟାନ୍ ମାନେ ଭାବବିହହ୍ୱଳ ହୋଇପଡିଛନ୍ତି । ସିଦ୍ଧାର୍ଥ ଶୁକ୍ଲା ଏବଂ ଶୋହନାଜଙ୍କ ଶେଷ ଗୀତ ‘ଅଧୁରା’ ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି । ଏହି ଗୀତରେ ଶେଷଥର ପାଇଁ ସିଡ୍‌ ଓ ଶେହନାଜଙ୍କ ଯୋଡିକୁ ଦେଖିବାକୁ ମିଳିବ ।  ଯାହାକି ଦର୍ଶକଙ୍କ ମନରେ ସିଦ୍ଧାର୍ଥ ସବୁବେଳେ ଜୀବିତ ରହିବେ ।

Advertisment

ସିଦ୍ଧାର୍ଥଙ୍କ ମୃତ୍ୟୁ ପୂର୍ବରୁ ଏକ ମ୍ୟୁଜିକ୍ ଭିଡିଓରେ କାମ କରୁଥୁଲେ । ଏହି ଭିଡିଓର ପ୍ରଥମେ ନା ରହିଥିଲା ହାବିଟ୍ । କିନ୍ତୁ ସିଦ୍ଧାର୍ଥଙ୍କ ଆକସ୍ମିକ ମୃତ୍ୟୁ ପରେ ଗୀତର ଅଧାରେ ରହିଯାଇଥିଲା । ସେଥିପାଇଁ ମେକର୍ସ ଗୀତର ଟାଇଟଲ ପରିବର୍ତନ କରାଯାଇ ଅଧୁରା ରଖାଯାଇଛି । ତେବେ ରିଲିଜ ହୋଇଥିବା ପୋଷ୍ଟରରେ ‘ଏକ ଅଧୁରା ଗାନା, ଏକ୍ ଅଧୁରୀ କାହାନୀର ଟ୍ୟାଗ୍ ଲାଇନ୍ ରଖାଯାଇଛି । ଏହି ଭିଡ଼ିଓର ଗୀତକୁ ଶ୍ରେୟା ଘୋଷାଲ୍ ଗାଇଛନ୍ତି ।

Advertisment

ଏହାର ପୋଷ୍ଟର ରିଲିଜ୍ ହୋଇଥିବା ବେଳେ ଗୀତ କେବେ ରିଲିଜ ହେବ ତାହା ଘୋଷଣା ହୋଇନାହିଁ । ପୋଷ୍ଟର ଦେଖି ଫ୍ୟାନ୍ ମଧ୍ୟ ବେଶ ଉତ୍ସାହିତ ରହିଛନ୍ତି । ଏହା ବ୍ୟତୀତ ଏଥିରେ ଦିଲଜିତ ଦୋସାଞ୍ଜ, ସୋନମ ବାଜୱା ମଧ୍ୟ ମୁଖ୍ୟ ଭୂମିକାରେ ରହିଛନ୍ତି ।

ଟିଭି ଇଣ୍ଡଷ୍ଟ୍ରିରେ ଜଣାଶୁଣା ତଥା ପରିଚିତ ଚେହେରା ସିଦ୍ଧାର୍ଥ ଶୁକ୍ଲା ରିୟଲିଟି ଶୋ’ ବିଗ୍‌ ବସ୍‌ ୧୩ର ବିଜେତା ହୋଇଥିଲେ। ଏହାବ୍ୟତୀତ ସେ ‘Khatron Ke Khiladi’ ସିଜନ୍‌ ୭ର ମଧ୍ୟ ବିଜେତା ହୋଇଥିଲେ। ସିରିୟଲ ‘ବାଳିକା ବଧୂ’ରେ ଅଭିନୟ କରି ସେ ବେଶ୍‌ ପରିଚିତ ହୋଇପାରିଥିଲେ। 

Advertisment
Sidharth And Sehnaz Entertainment News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ