Advertisment

ଦୀର୍ଘ ୧୦ ବର୍ଷ ପରେ ପାକିସ୍ତାନ ଫିଲ୍ମ ଭାରତରେ ରିଲିଜ୍ ହେବ!

ଚଳିତ ବର୍ଷ ପାକିସ୍ତାନ ଫିଲ୍ମ 'ଦି ଲିଜେଣ୍ଡ୍ ଅଫ ମୋଲା ଭଟ୍ଟ' ସାରା ଦୁନିଆରେ ବକ୍ସ ଅଫିସ୍ ରେକର୍ଡ କରିଛି। ଖାଲି ପାକିସ୍ତାନରେ ନୁହେଁ ଏହାକୁ ବିଦେଶରେ ମଧ୍ୟ ପ୍ରଶଂସା କରାଯାଇଛି। ଏହାକୁ ନେଇ ଚର୍ଚ୍ଚା ହେଉଛି ଯେ ଏହାକୁ ବି ଭାରତରେ ରିଲିଜ୍ କରାଯିବ।

author-image
Pramod Behera
ଅଦ୍ୟତନ ହୋଇଛି
The legend of maula jatt release ban in india

The legend of maula jatt release ban in india

ଭାରତୀୟ ଦର୍ଶକ ଅଭିନେତା ଫୱାଦ ଖାନ ଓ ଅଭିନେତ୍ରୀ ମହିରା ଖାନଙ୍କ ପାକିସ୍ତାନୀ ବ୍ଲକ୍‌ବଷ୍ଟର ଫିଲ୍ମ 'ଦି ଲିଜେଣ୍ଡ୍ ଅଫ ମୋଲା ଭଟ୍ଟ' ଦେଖିବାକୁ ପାଇବେ। କିନ୍ତୁ ବର୍ତ୍ତମାନ ଏହାର ରିଲିଜ୍‌କୁ ନେଇ ସନ୍ଦେହ ଦେଖାଦେଇଛି। ଏହା ହେଲେ ଦୀର୍ଘ ୧୦ ବର୍ଷ ପରେ ପାନିସ୍ତାନ ଫିଲ୍ମ ଭାରତରେ ରିଲିଜ୍ ହେବ।

Advertisment

ତେବେ ଭାରତରେ ବିରୋଧ ମଧ୍ୟରେ ଏହି ଫିଲ୍ମ ରିଲିଜ୍‌କୁ ବର୍ତ୍ତମାନ ନିଷେଧ କରାଯାଇଛି। ଶୁକ୍ରବାର ରିଲିଜ ହେବାକୁ ଥିବା ଏହି ଫିଲ୍ମକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି ବୋଲି ଜଣେ INOX ଅଧିକାରୀ କହିଛନ୍ତି।

ମଲ୍ଟିପ୍ଲେକ୍ସ ଚେନ୍‌ର ଜଣେ ଅଧିକାରୀ କହିଛନ୍ତି ଯେ ଫିଲ୍ମର ରିଲିଜ୍‌କୁ ସ୍ଥଗିତ ରଖାଯାଇଛି। ବର୍ତ୍ତମାନ ସୁଦ୍ଧା, ଆଉ କୌଣସି ତାରିଖ ଦିଆଯାଇ ନାହିଁ। ଡିସେମ୍ବର ୩୦ରେ ପାକିସ୍ତାନୀ ଚଳଚ୍ଚିତ୍ର ଭାରତରେ ମୁକ୍ତିଲାଭ କରିବାକୁ ଯାଉଥିଲା, କିନ୍ତୁ ରାଜ ଠାକ୍‌ରେଙ୍କ ପାର୍ଟି ସମେତ ଅନେକ ସଂଗଠନ ଏହି ଚଳଚ୍ଚିତ୍ରକୁ ଭାରତରେ ମୁକ୍ତିଲାଭକୁ ନେଇ ବିରୋଧ କରିଛନ୍ତି। ମହାରାଷ୍ଟ୍ରରେ ରାଜ ଠାକରେଙ୍କ ପାର୍ଟୀ ମହାରାଷ୍ଟ୍ର ନବନିର୍ମାଣ ସେନା ଥିଏଟର ମାଲିକମାନଙ୍କୁ ଫିଲ୍ମ ରିଲିଜ୍‌ ନ କରିବାକୁ ଧମକ ଦେଇଛନ୍ତି।

Advertisment

ମଲ୍ଟିପ୍ଲେକ୍ସ ଚେନ୍ PVR ସିନେମା ଏହି ସପ୍ତାହ ପୂର୍ବରୁ ଏହାର ଅଫିସିଆଲ୍ ଇନ୍‌ଷ୍ଟାଗ୍ରାମ ପେଜ୍‌ରେ ଫିଲ୍ମର ଇଣ୍ଡିଆ ରିଲିଜ୍ ତାରିଖ ଶେୟାର କରିଥିଲା, କିନ୍ତୁ ପରେ ଏହାକୁ ହଟାଇଛି। ମୁଖ୍ୟ ପ୍ରୋଗ୍ରାମିଂ ଅଫିସର ରାଜେନ୍ଦ୍ର ସିଂହ ଜ୍ୟାଲା କହିଛନ୍ତି ଯେ ପଞ୍ଜାବ ଭାଷାଭାଷୀ ଜନସଂଖ୍ୟା ଥିବା ପଞ୍ଜାବ ଏବଂ ଦିଲ୍ଲୀର କିଛି ସିନେମା ହଲ୍‌ରେ ଏହି ଫିଲ୍ମ ପ୍ରଦର୍ଶିତ ହେବ।

ମହାରାଷ୍ଟ୍ର ନବନିର୍ମାଣ ସେନା ସିନେମା ଶାଖାର ସଭାପତି ଅମେୟ ଖୋପକର ଟୁଇଟ୍ କରି କହିଛନ୍ତି ଯେ ଦଳର ଚେତାବନୀ ପରେ ଫିଲ୍ମର ରିଲିଜକୁ ସ୍ଥଗିତ ରଖାଯାଇଛି। ସେ କହିଛନ୍ତି, “ଭାରତରେ ଯିଏ ପାକିସ୍ତାନ୍ ଫିଲ୍ମ 'ଦି ଲିଜେଣ୍ଡ୍ ଅଫ ମୋଲା ଭଟ୍ଟ' ଦେଖିବ, ସେ ଦେଶଦ୍ରୋହୀ ହେବ।” ସେ ଆହୁରି କହିଛନ୍ତି ଯେ “ଦି ଲିଜେଣ୍ଡ୍ ଅଫ୍ ମୌଲା ଜଟ୍ଟ'ର ପ୍ରଦର୍ଶନ ସଂପୂର୍ଣ୍ଣ ବାତିଲ ହୋଇଛି।”

ଫୱାଦ ଖାନଙ୍କ ଅଭିନୀତ ଏହି ଫିଲ୍ମ ହେଉଛି ପାକିସ୍ତାନର ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର। ଏହି ଚଳଚ୍ଚିତ୍ରଟି ଅକ୍ଟୋବର ୧୩ରେ ପାକିସ୍ତାନ ସମେତ ସାରା ବିଶ୍ୱରେ ମୁକ୍ତିଲାଭ କରିଥିଲା। ଏବେଯାଏ ଏହି ଫିଲ୍ମ ବକ୍ସ ଅଫିସରେ ୨୦୦ କୋଟି ଟଙ୍କା ରୋଜଗାର କରିଛି। ଏହି ଫିଲ୍ମରେ ହମଜା ଅବ୍‌ବାସୀ, ହୁମୈସୀ ମଲିକ, ଗୌହର ରଶୀଦ, ଶମୁନ୍ ଅବ୍‌ବାସୀ, ଅଲୀ ଅଜମତ ଓ ଅଦନାନ ଜାଫର ମଧ୍ୟ ସାମିଲ୍ ଅଛନ୍ତି।

Bollywood
Advertisment
Advertisment