The Kerala Story crosses Rs 80 crore
'ଦ କେରଳ ଷ୍ଟୋରୀ'ର ଟ୍ରେଲର୍ ରିଲିଜ ହେବା ପରଠାରୁ ଏହା ଖବରରେ ରହିଆସିଛି। କେବଳ ଏତିକି ନୁହେଁ, ରିଲିଜ୍ ପରେ କେତେକ ରାଜ୍ୟ ଏହାକୁ ଟ୍ୟାକ୍ସ ଫ୍ରୀ କରିଥିବା ବେଳା ଆଉ କେତେକ ଏହାର ରିଲିଜ୍ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ତେବେ ଏହା ଫିଲ୍ମର ରୋଜଗାରକୁ ପ୍ରଭାବିତ କରୁଥିବା ପରି ମନେ ହେଉନାହିଁ।
ଦର୍ଶକମାନେ ଏହି ଫିଲ୍ମ ଦେଖିବାକୁ ଖୁବ ପସନ୍ଦ କରୁଛନ୍ତି। ଦିନକୁ ଦିନ ଚଳଚ୍ଚିତ୍ରର ରୋଜଗାର ବଢୁଥିବାରୁ ଏପରି ଅନୁମାନ କରାଯାଉଛି। ଫିଲ୍ମ ବର୍ତ୍ତମାନ ୧୦୦କୋଟି ଟଙ୍କାର କ୍ଲବ୍ରେ ପ୍ରବେଶ କରିବା ଠାରୁ ଆଉ ମାତ୍ର ଅଳ୍ପ ଦୂରରେ ଅଛି।
ଅଧିକ ପଢ଼ନ୍ତୁ: ଧୋକା ଠାରୁ ଆରମ୍ଭ କରି ଧର୍ମାନ୍ତରୀକରଣ, The Kerala Storyକୁ ନେଇ ବିବାଦ କାହିଁକି ?
ଏକ ରିପୋର୍ଟ ଅନୁସାରେ, 'ଦ କେରଳ ଷ୍ଟୋରୀ'ର ସପ୍ତମ ଦିନରେ ୧୨ କୋଟି ରୋଜଗାର କରିଛି। ଚଳଚ୍ଚିତ୍ରଟି ପୂରା ସପ୍ତାହର ୮୦.୮୬ କୋଟି ଟଙ୍କା ରୋଜଗାର କରିପାରିଛି, ଯେଉଁଥିପାଇଁ ଫିଲ୍ମଟି ୧୦୦ କୋଟିର କ୍ଲବ୍ରେ ସାମିଲ୍ ହେବାକୁ ଆଉ ମାତ୍ର ୨୦କୋଟି ଦୂରରେ ଅଛି।
ରୋଜଗାର ବିଷୟରେ କହିବାକୁ ଗଲେ, ପ୍ରଥମ ଦିନରେ ୮.୦୩ କୋଟିରେ ଖାତା ଖୋଲିଥିବା ଏହି ଫିଲ୍ମ ଦ୍ୱିତୀୟ ଦିନରେ ୧୧.୨୨ କୋଟି ରୋଜଗାର କରିଥିଲା। ଏହା ପରେ ତୃତୀୟ ଦିନରେ ୧୬.୪ କୋଟି, ଚତୁର୍ଥ ଦିନରେ ୧୦.୦୭ କୋଟି, ପଞ୍ଚମ ଦିନରେ ୧୧.୧୪ କୋଟି ଏବଂ ଷଷ୍ଠ ଦିନରେ ୧୨ କୋଟି ରୋଜଗାର କରିପାରିଛି।
ନିର୍ଦ୍ଦେଶକ ସୁଦୀପ୍ତୋ ସେନ୍ ତାଙ୍କ ଚଳଚ୍ଚିତ୍ର ‘ଦ କେରଳ ଷ୍ଟୋରୀ’କୁ ନେଇ ଉତ୍ସାହିତ ପଡିଛନ୍ତି। ପଶ୍ଚିମବଙ୍ଗରେ ମେ ୮ ତାରିଖରୁ ଏହି ଚଳଚ୍ଚିତ୍ର ଉପରେ ପ୍ରତିବନ୍ଧକ ଲଗାଯାଇଛି। ୟୁପି, ହରିୟାଣା ଏବଂ ମଧ୍ୟ ପ୍ରଦେଶ ସରକାର କିନ୍ତୁ ଏହି ଫିଲ୍ମକୁ ଟିକସମୁକ୍ତ କରିଛନ୍ତି।
ତେବେ ଚଳଚ୍ଚିତ୍ରକୁ ମିଳିଥିବା ଭଲପାଇବାକୁ ନେଇ ସୁଦୀପ୍ତୋ ଲେଖିଛନ୍ତି, “ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ ୬୦୦୦,୦୦୦ରୁ ଅଧିକ ଲୋକ ଏହି ଚଳଚ୍ଚିତ୍ର ଦେଖିଛନ୍ତି। ଆଜିଠାରୁ ଏକ ନୂଆ ଅଧ୍ୟାୟ ଆରମ୍ଭ ହେଉଛି। ଏକାସାଙ୍ଗରେ ୪୦ରୁ ଅଧିକ ଦେଶରେ ‘ଦ କେରଳ ଷ୍ଟୋରୀ’ ମୁକ୍ତିଲାଭ କରୁଛି... ଅଧିକରୁ ଅଧିକ ସଂଖ୍ୟା ଯୋଡି ହେଉଛି। ଅଧିକରୁ ଅଧିକ ଆଶୀର୍ବାଦ, ପ୍ରେମ ଏବଂ ପ୍ରଶଂସା ଆମକୁ ଅଭିଭୁତ କରିବ। ଆମେ ଅଧିକ ଦାୟୀତ୍ୱବାନ ହେବୁ। ଅଧିକ ବିନମ୍ର, ଅଧିକ ଧନ୍ୟ।”
ଭାରତରେ ଏହାକୁ ଗ୍ରହଣ ପରେ, ନିର୍ମାତା ଏହାକୁ ଆଉ ୩୭ଟି ଦେଶରେ ରିଲିଜ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସୁଦୀପ୍ତୋ ସେନ୍ଙ୍କ ଦ୍ୱାରା ନିର୍ଦ୍ଦେଶିତ ଏଥିରେ କେରଳର ମହିଳାମାନେ କିପରି ଇସଲାମ ଧର୍ମ ଗ୍ରହଣ କରିବାକୁ ବାଧ୍ୟ ହୋଇଥିଲେ ଏବଂ ଆତଙ୍କବାଦୀ ଗୋଷ୍ଠୀ ଆଇଏସ୍ଆଇଏସ୍ ଦ୍ୱାରା ନିଯୁକ୍ତ ହୋଇଥିଲେ ତାହା ଏଥିରେ ଦର୍ଶାଯାଇଛି। ତେବେ ଗତ ସପ୍ତାହରେ ରିଲିଜ୍ ହେବା ପରଠାରୁ ଏହି ଫିଲ୍ମ ବିବାଦର କେନ୍ଦ୍ରବିନ୍ଦୁ ପାଲଟିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1683897431.jpg)