The Kashmir Files wins Best Film award at Dadasaheb Phalke Awards 2023
ସୋମବାର ମୁମ୍ବାଇରେ ‘ଦାଦାସାହେବ ଫାଲ୍କେ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ’ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବହୁ ବଲିଉଡ୍ ସେଲିବ୍ରିଟି ଯୋଗଦେଇଥିଲେ। ନିର୍ଦ୍ଦେଶକ ଏସ୍ଏସ୍ ରାଜାମୌଲିଙ୍କ ଚଳଚ୍ଚିତ୍ର 'RRR'କୁ ‘ଆନ୍ତର୍ଜାତୀୟ ଚଳଚ୍ଚିତ୍ର ପୁରସ୍କାର’ ପ୍ରଦାନ କରାଯାଇଥିବାବେଳେ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ଚଳଚ୍ଚିତ୍ର 'ଦ କାଶ୍ମୀର ଫାଇଲ୍ସ'କୁ ‘ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର’ ପ୍ରଦାନ କରାଯାଇଛି। ଏଥି ସହିତ ଆଲିଆ ଭଟ୍ଟ ଚଳିତ ବର୍ଷର ‘ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର’ ପାଇଛନ୍ତି। ଆଉ କାହାକୁ କ’ଣ ମିଳିଛି ଆସନ୍ତୁ ଜାଣିବା।
ଚଳଚ୍ଚିତ୍ର ସହିତ ଏହି ପୁରସ୍କାର ମଧ୍ୟ ଟିଭି ବର୍ଗରେ ଦିଆଯାଇଛି। ‘ଟେଲିଭିଜନ ସିରିଜ୍ ଅଫ୍ ଦ ଇୟର ପୁରସ୍କାର’ 'ଅନୁପମା'କୁ ଦିଆଯାଇଛି। ସେହିପରି ସିରିଏଲ୍ 'ଫାନା' ପାଇଁ ଟେଲିଭିଜନ ସିରିଜ୍ର ଶ୍ରେଷ୍ଠ ଅଭିନେତା ଜୈନ୍ ଇମାମ୍ଙ୍କୁ ପ୍ରଦାନ କରାଯାଇଛି। ଏଥି ସହିତ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର 'ନାଗିନ୍' ପାଇଁ ଅଭିନେତ୍ରୀ ତେଜସ୍ୱୀ ପ୍ରକାଶଙ୍କୁ ପ୍ରଦାନ କରାଯାଇଛି। ଚଳିତ ବର୍ଷ ଚଳଚ୍ଚିତ୍ର ଶିଳ୍ପରେ ଉଲ୍ଲେଖନୀୟ ଅବଦାନ ପାଇଁ ରେଖାଙ୍କୁ ପୁରସ୍କୃତ କରାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1676978029.jpg)