Advertisment

ମାଧୁରୀଙ୍କ ହିଟ୍ ଗୀତରେ ନାଚିଲେ ଇସ୍ରାଏଲର ସୁଇମର୍

ବଲିଉଡ ଗୀତର ଫ୍ୟାନ ସମସ୍ତ ବିଶ୍ୱରେ ଅଛନ୍ତି । ବଲିଉଡ ଗୀତର କ୍ରେଜ୍ ସବୁଆଡେ ରହିଛି । ବିଭିନ୍ନ ଦେଶରେ ବଲିଉଡ ଗୀତକୁ ନେଇ ଅନେକ ପ୍ରଶଂସକ ଅଛନ୍ତି । ବଲିଉଡ ଭାରତୀୟଙ୍କ ବ୍ୟତୀତ, ଆମେ ପ୍ରାୟତ ବାହାର ଲୋକ ହିନ୍ଦୀ ଗୀତର ବିଟ୍ ଉପରେ ନାଚୁଥିବାର ଦେଖିଥାଉ କିନ୍ତୁ ଟୋକିଓ ଅଲିମ୍ପିକ୍ସ ୨୦୨୦ରେ କିଛି ବିରଳ ଦୃଶ୍ୟ ଦେଖିବାକୁ ମିଳିଥିଲା । ବଲିଉଡ ଗୀତର ଧୁନ୍ ଶୁଣିବାକୁ ମିଳିଛି ଟୋକିଓ ଅଲିମ୍ପିକ୍ସ ୨୦୨୦ରେ । ଇସ୍ରାଏଲର ଖେଳାଳି ଧକ୍ ଧକ୍ ଗାର୍ଲ ମାଧୁରୀଙ୍କ ହିଟ୍ ଗୀତରେ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି ।

ଅଦ୍ୟତନ ହୋଇଛି
ମାଧୁରୀଙ୍କ ହିଟ୍ ଗୀତରେ ନାଚିଲେ ଇସ୍ରାଏଲର ସୁଇମର୍

madhuri dixit

Advertisment

ମୁମ୍ବାଇ: ବଲିଉଡ ଗୀତର ଫ୍ୟାନ୍ସ ସମଗ୍ର ବିଶ୍ୱରେ ଅଛନ୍ତି । ଭାରତୀୟଙ୍କ ବ୍ୟତୀତ, ବିଦେଶରେ ମଧ୍ୟ ଲୋକ ହିନ୍ଦୀ ଗୀତର ବିଟ୍ ଉପରେ ନାଚୁଥିବାର ଦେଖିଥାଉ କିନ୍ତୁ ଟୋକିଓ ଅଲିମ୍ପିକ୍ସ ୨୦୨୦ରେ କିଛି ବିରଳ ଦୃଶ୍ୟ ଦେଖିବାକୁ ମିଳିଥିଲା । ଟୋକିଓ ଅଲିମ୍ପିକ୍ସ ୨୦୨୦ରେ ବଲିଉଡ ଗୀତର ଧୁନ୍ ଶୁଣିବାକୁ ମିଳିଛି । ଇସ୍ରାଏଲର ଖେଳାଳି ଧକ୍ ଧକ୍ ଗାର୍ଲ ମାଧୁରୀଙ୍କ ହିଟ୍ ଗୀତର ତାଳେ ତାଳେ ଝୁମୁଥିବାର ଦେଖିବାକୁ ମିଳିଛି। ବେଶ ଜବରଦସ୍ତ ଅନ୍ଦାଜରେ ଏମାନେ ଝୁମୁଥିଲେ।

Advertisment

 ଇସ୍ରାଏଲର ସୁଇମର ଦଳ ସେମାନଙ୍କର ଅଭ୍ୟାସ କରୁଥିଲେ। ଅଭ୍ୟାସ ସମୟରେ ବଲିଉଡ ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କ ଏକ ଗୀତ ବାଜୁଥିଲା। ଖେଳାଳିମାନେ ଏହି ଗୀତର ତାଳେ ତାଳେ ଝୁମି ଝୁମି ସୁଇମିଂ କରୁଥିଲେ। ଏହି ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି।

ଟୋକିଓ ଅଲିମ୍ପିକ୍ସ ୨୦୨୦ର ଏହି ଭିଡିଓ ଟ୍ୱିଟରରେ ଭାଇରାଲ ହୋଇଛି। ଏହି ଭିଡିଓରେ ଇସ୍ରାଏଲ୍ ସୁଇମରମାନେ ମାଧୁରୀ ଦୀକ୍ଷିତଙ୍କ ଗୀତ 'ଆଜା ନାଚଲେ'ରେ ଗୀତର ତାଳେ ତାଳେ ବିଭୋର ହୋଇ ସୁଇମିଂ କରୁଥିବା ନଜର ଆସିଛନ୍ତି । ବଲିଉଡର ହିଟ୍ ଗୀତ ସହ ସୁଇମରଙ୍କର ଏହି ପ୍ରଦର୍ଶନକୁ ସୋସିଆଲ ମିଡିଆରେ ଲୋକମାନେ ଖୁବ୍ ପସନ୍ଦ କରୁଛନ୍ତି ।  

Advertisment

ସୂଚନା ଅନୁସାରେ ଟୋକିଓ ଅଲିମ୍ପିକ୍ସ ୨୦୨୦ରେ ମହିଳା ଡୁଏଟ୍ ଟେକ୍ନିକାଲ୍ ରୁଟିନ୍ ଇଭେଣ୍ଟର ଫାଇନାଲ୍ ପାଇଁ ଇଡେନ୍ ବ୍ଲେଚର୍ ଏବଂ ସେଲି ବବ୍ରିଟସ୍କି ପ୍ରତିଯୋଗିତା କରୁଥିଲେ । ଏହି ସମୟରେ, ଏହି ଦୁଇଜଣଙ୍କର ରୁଟିନରୁ ବଲିଉଡ ଗୀତର କ୍ଲିପ୍ ବାହାରିଥିଲା, ଯେଉଁଥିରେ ଏହି ବଲିଉଡ ଗୀତ ଶୁଣାଯାଇଥିଲା  । ଜଣେ ୟୁଜର୍ ଏହି ଭିଡିଓକୁ ଟ୍ୱିଟ୍ କରି ଲେଖିଛନ୍ତି, 'ଏଥିପାଇଁ ଟିମ୍ ଇସ୍ରାଏଲକୁ ଅନେକ ଧନ୍ୟବାଦ,ଏହା ଶୁଣିବା ଏବଂ ଦେଖିବା ପାଇଁ ମୁଁ କେତେ ଉତ୍ସାହିତ ଥିଲି ତୁମର କୌଣସି ଧାରଣା ନାହିଁ ।

ସୂଚନା ଅନୁସାରେ, ଟୋକିଓ ଅଲିମ୍ପିକ୍ସ ୨୦୨୦ରେ ଭାରତ ମୋଟ ୪ଟି ପଦକ ଜିତିଛି । ନିକଟରେ ବକ୍ସର ଲଭଲିନା ବୋର୍ଗୋହେନ ବ୍ରୋଞ୍ଜ ପଦକ ଏବଂ ମିରବାଇ ଚାନୁର ରୌପ୍ୟ ପଦକ ଜିତିଛନ୍ତି । ଟୋକିଓ ଅଲିମ୍ପିକ୍ସରେ ମିରବାଇ ଚାନୁ ଭାରତକୁ ପ୍ରଥମ ପଦକ ପ୍ରଦାନ କରିଥିଲେ । ଏହି ପର୍ଯ୍ୟାୟରେ ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ ଦେଶ ପାଇଁ ବ୍ରୋଞ୍ଜ ପଦକ ଜିତିଥିଲେ। ଆଉ ଏକ ପଦକ ଆଣି ଦେଇଛି ଭାରତର ପୁରୁଷ ହକି ଟିମ୍ । ଭାରତ ପୁରଷ ହକିରେ ଜର୍ମାନକୁ ହରାଇ ଏହି ଗୌରବ ହାସଲ କରିଛି । ରବି କୁମାର ଦହିୟା ମଧ୍ୟ କୁସ୍ତିରେ ପଦକ ଜିତିବାକୁ ଯାଉଛନ୍ତି । 

Advertisment
India Mumbai Bollywood News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ