Advertisment

Saif Ali Khan Attack: ରିଏଲ୍ ଲାଇଫ୍‌ରେ ହିରୋ ସାଜିଲେ ସୈଫ୍; ଚାକରାଣୀକୁ ରକ୍ଷା କରିବା ବେଳେ ଛୁରାମାଡ଼

ସୈଫ୍‌ ଅଲି ଖାନଙ୍କ ଉପରେ ଆକ୍ରମଣ ପରେ ମନୋରଂଜନ ଜଗତ ସରଗରମ ହୋଇଉଠିଛି। ଏବେ ପ୍ରଶ୍ନ ହେଉଛି ଏତେ ବଡ ସୁରକ୍ଷା ଭିତରେ ଆକ୍ରମଣକାରୀ ସୈଫ୍‌ଙ୍କ ଘରେ କିପରି ପ୍ରବେଶ କଲା? ଖାଲି ସେତିକି ନୁହେଁ, ସେ ସୈଫ୍‌ଙ୍କ ବାନ୍ଦ୍ରାସ୍ଥିତ ଘରେ କେଉଁଠାରେ ଲୁଚି ରହିଥିଲା? ବର୍ତ୍ତମାନ ଏହା ସାମ୍ନାକୁ ଆସିଛି।

ଅଦ୍ୟତନ ହୋଇଛି
The attacker was hiding in room of actor son jahangir

The attacker was hiding in room of actor son jahangir

Advertisment

ସୈଫ୍‌ ଅଲି ଖାନଙ୍କ ଉପରେ ହୋଇଥିବା ଆକ୍ରମଣ ଯୋଗୁଁ ଏବେ ମନୋରଂଜନ ଜଗତ ସରଗରମ ହୋଇଉଠିଛି। ଚୋରି କରିବାକୁ ଆସିଥିବା ଆକ୍ରମଣକାରୀ ଗୁରୁବାର ରାତିରେ ସୈଫ୍‌ ଅଲି ଖାନଙ୍କୁ ଆକ୍ରମଣ କରିଛି। ଚୋରର ଏହି ଆକ୍ରମଣରେ ଅଭିନେତା ଗୁରୁତର ଆହତ ହୋଇଛନ୍ତି। ବର୍ତ୍ତମାନ ସେ ଲିଳାବତୀ ଡାକ୍ତରଖାନାରେ ଚିକିତ୍ସା ହେଉଛନ୍ତି।

Advertisment

ଆକ୍ରମଣକାରୀ ଏପର୍ଯ୍ୟନ୍ତ ଚିହ୍ନଟ ହୋଇନାହିଁ। ପୋଲିସ ତାଙ୍କୁ ଖୋଜିବାରେ ଲାଗିଛି। ଏବେ ପ୍ରଶ୍ନ ହେଉଛି ଏତେ ବଡ ସୁରକ୍ଷା ଭିତରେ ଆକ୍ରମଣକାରୀ ସୈଫ୍‌ଙ୍କ ଘରେ କିପରି ପ୍ରବେଶ କଲା? ଖାଲି ସେତିକି ନୁହେଁ, ସେ ସୈଫ୍‌ଙ୍କ ବାନ୍ଦ୍ରାସ୍ଥିତ ଘରେ କେଉଁଠାରେ ଲୁଚି ରହିଥିଲା? ବର୍ତ୍ତମାନ ଏହା ସାମ୍ନାକୁ ଆସିଛି।

Advertisment

ଅଧିକ ପଢ଼ନ୍ତୁ: ‘ଧୁମ୍-୪’ ରେ ହେବ ରଣବୀର କପୁରଙ୍କ ଏଣ୍ଟ୍ରୀ! ହେବ ଡବଲ ଧମାକା

ଏଇଠି ଲୁଚିଥିଲା ଆକ୍ରମଣକାରୀ:

ସୂଚନା ମୁତାବକ ସୈଫ୍‌ ଅଲୀ ଖାନଙ୍କୁ ଛୁରାମାଡ଼ କରି ଡାକ୍ତରଖାନାକୁ ପଠାଇଥିବା ଆକ୍ରମଣକାରୀ ତାଙ୍କ ସାନପୁଅ ଜାହାଙ୍ଗୀରଙ୍କ କୋଠରୀରେ ଲୁଚି ରହିଥିଲା। ସୂତ୍ରରୁ ପ୍ରକାଶ ଯେ ଆକ୍ରମଣକାରୀ ରାତିସାରା ସେଠାରେ ଲୁଚି ରହିଥିଲା। ଜାହାଙ୍ଗୀରଙ୍କ କେୟାର୍ ଟେକର୍‌ ପ୍ରଥମେ ଆକ୍ରମଣକାରୀଙ୍କୁ ଦେଖିଥିଲେ।

୬ ଥର ଛୁରୀ ମାଡ:

କେୟାର୍ ଟେକର୍‌ ଆକ୍ରମଣକାରୀଙ୍କୁ ଜାହାଙ୍ଗୀରଙ୍କ କୋଠରୀରେ ଦେଖିବା ମାତ୍ରେ ସେ ଚିତ୍କାର କରିଥିଲା। ଏହା ପରେ ଘରର ଅନ୍ୟ ସଦସ୍ୟମାନେ ଉଠିପଡିଥିଲେ। ଏହା ପରେ ସୈଫ୍‌ ଅଲି ଖାନ ଦୌଡ଼ି ଆସି ଆକ୍ରମଣକାରୀଙ୍କ ସହ ହାତାହାତି ହୋଇଥିଲେ। ଏହି ସମୟରେ ଆକ୍ରମଣକାରୀ ତାଙ୍କୁ ୬ ଥର ଛୁରୀ ମାଡ କରିଥିଲା।

Advertisment

ଚାକରାଣୀକୁ ଏମିତି ରକ୍ଷା କଲେ:

ଚାକରାଣୀ ଚୋରକୁ ଦେଖି ପାଟି କରି ଚୋରକୁ ଧରିବାକୁ ଚେଷ୍ଟା କରୁଥିଲା। ଠିକ୍ ସେତିକିବେଳେ ଚୋର ଛୁରୀ ଧରି ତାଙ୍କ ଆଡକୁ ଦୌଡି ଆସିଲା। ଏହି ସମୟରେ ସୈଫ୍‌ ଅଲି ଖାନ ହିରୋ ପରି ଏଣ୍ଟ୍ରୀ କରି ଚୋର ସହିତ ମୁହାଁମୁହିଁ ହେଲେ। ସୈଫ୍‌ ଅଲି ଖାନ ଏବଂ ଚୋର ମଧ୍ୟରେ ହାତାହାତି ମଧ୍ୟ ହୋଇଛି। ସୈଫ୍‌ ଅଲି ଖାନଙ୍କ ପାଖରେ କୌଣସି ଅସ୍ତ୍ରଶସ୍ତ୍ର ନ ଥିଲା। ଚୋରଟି ପାଖରେ ଧାରୁଆ ଛୁରୀ ଥିଲା।

ସୈଫ୍‌ ଅଲି ଖାନ ଚୋରକୁ ଧରିବାକୁ ଚେଷ୍ଟା କଲେ। ପରେ ପରେ ଚୋର ସୈଫ୍‌ ଅଲି ଖାନଙ୍କୁ ଛୁରୀରେ ଆକ୍ରମଣ କରିଛି। ସୈଫଙ୍କ ହାତରେ ଛୁରୀ ବାଜିବା ପରେ ସେ ଗୁରୁତର ଆହତ ହେଲେ। ତା’ପରେ, ସୁଯୋଗ ନେଇ ଚୋର ସେଠାରୁ ପଳାଇଯାଇଛି।

ଅଧିକ ପଢ଼ନ୍ତୁ: ସୈଫ ଅଲୀ ଖାନଙ୍କୁ ଛୁରାମାଡ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ବିପଦରେ ଅଭିନେତା:

ବର୍ତ୍ତମାନ ସୈଫ୍‌ ଅଲି ଖାନ ବିପଦରେ ଅଛନ୍ତି। ସୈଫଙ୍କ ପତ୍ନୀ କରୀନା କପୁର ଖାନ, ଝିଅ ସାରା ଅଲି ଖାନ, ପୁଅ ଇବ୍ରାହିମ୍‌ ମଧ୍ୟ ଡାକ୍ତରଖାନାରେ ଅଛନ୍ତି। ଚୋରି ଉଦ୍ଦେଶ୍ୟରେ ଆକ୍ରମଣକାରୀ ସୈଫ୍ ଅଲି ଖାନଙ୍କ ଘରେ ପ୍ରବେଶ କରିଥିବା ପୋଲିସ କହିଛି।

ଆକ୍ରମଣକାରୀ ସୈଫ୍‌ଙ୍କ ଘରେ ଏକୁଟିଆ ହିଁ ଲୁଚିଥିଲା। ସେ ହିଁ ସୈଫ୍‌ ଅଲି ଖାନଙ୍କୁ ଛୁରୀରେ ୬ ଥର ଭୁସିଛି। ସୈଫ୍‌ଙ୍କ ହାତ, ବେକ ଏବଂ ପିଠିରେ ଆଘାତ ହୋଇଛି। ଏହି ଘଟଣା ରାତି ପ୍ରାୟ ୨ଟା ସମୟରେ ହୋଇଛି।

ଅଧିକ ପଢ଼ନ୍ତୁ: ସୈଫ୍‌ଙ୍କ ପିତୃ ବିୟୋଗ ପରେ ଚାଲିଯାଇଥିଲା ସମ୍ପତ୍ତି; ବହୁ ସଂଗ୍ରାମ କରି ପୁଣି ପାଇଥିଲେ

Kareena Kapoor Saif Ali Khan Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ