Advertisment

ଅଭିନେତ୍ରୀଙ୍କ କାର ଦୁର୍ଘଟଣାଗ୍ରସ୍ତ, ହସ୍ପିଟାଲରେ ଭର୍ତ୍ତି ହେଲେ ମଲାଇକା

ବଲିଉଡ ଅଭିନେତ୍ରୀ ମଲାଇକା ଅରୋରା ଏକ କାର ଦୁର୍ଘଟଣାରେ ଆହତ ହୋଇଛନ୍ତି। ଶନିବାର ସେ କାର୍‌ରେ ଯାଉଥିବା ବେଳେ ମୁମ୍ବାଇ ନିକଟସ୍ଥ ପନଭେଲ ଅଞ୍ଚଳରେ ଦୁର୍ଘଟଣାର ଶିକାର ହୋଇଛନ୍ତି। ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Malaika was hospitalized

Malaika was hospitalized

Advertisment

ଶନିବାର ଦିନ ଏକ କାର ଦୁର୍ଘଟଣାରେ ବଲିଉଡ ଅଭିନେତ୍ରୀ ମଲାଇକା ଆରୋରା ଆହତ ହୋଇଛନ୍ତି। ଚିକିତ୍ସା ପାଇଁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ ମୁମ୍ବାଇ ପୁଣେ ଏକ୍ସପ୍ରେସରେ ମଲାଇକାଙ୍କ କାର ଦୁର୍ଘଟଣା ଘଟିଛି। ଗୁର୍ଘଟଣାରେ ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଏକାଧିକ ଷ୍ଟିଜ୍‌ କରାଯାଇଥିବା ମଧ୍ୟ ଜଣାପଡ଼ିଛି।

Advertisment

ସୂଚନା ଅନୁଯାୟୀ, ଶନିବାର ଅପରାହ୍ନରେ ମଲାଇକା ଆରୋରା ଏକ ଫ୍ୟାଶନ ଇଭେଣ୍ଟରେ ଭାଗ ନେବାକୁ ପୁଣେ ଯାଇଥିଲେ। ସନ୍ଧ୍ୟାରେ ମଲାଇକାଙ୍କ କାର୍‌ ତାଙ୍କ ଡ୍ରାଇଭର ଚଳାଉଥିବା ବେଳେ ସେ ଏଥିରେ ବସିଥିଲେ। ତେବେ ଏକ୍ସପ୍ରେସ ୱେରେ ହଠାତ୍‌ ଡ୍ରାଇଭର ଜଣଙ୍କ କାର୍‌ ଉପରୁ ନିୟନ୍ତ୍ରଣ ହରାଇଥିଲେ। ଫଳରେ ଗାଡ଼ିଟି ରାସ୍ତାରେ ଯାଉଥିବା ଆଉ ୨ଟି କାର୍‌ ସହ ପିଟି ହୋଇଯାଇଥିଲା।

ଏହି ଦୁର୍ଘଟଣାରେ ମଲାଇକା ସାମାନ୍ୟ ଆହତ ହୋଇଛନ୍ତି। ତେବେ ମଲାଇକାଙ୍କ ମୁଣ୍ଡରେ ଆଘାତ ଲାଗିଛି। ଏହା ପରେ ତାଙ୍କୁ ମୁମ୍ବାଇର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Advertisment

ମଲାଇକାଙ୍କ ଜଣେ ବନ୍ଧୁ ନିଜ ନାଁ ଗୋପନ ରଖି କହିଛନ୍ତି ଯେ “ମୁମ୍ବାଇ –ପୁଣେ ଏକ୍ସପ୍ରେସ ୱେର ଘଟଣାରେ ସେ ଅତ୍ୟନ୍ତ ଭୟଭୀତ ହୋଇଯାଇଥିଲେ। କିନ୍ତୁ ଏବେ ସେ ଧୀରେ ଧୀରେ ଠିକ୍‌ ହେଉଛନ୍ତି। ତାଙ୍କ ଶରୀରରେ ଏକାଧିକ ଷ୍ଟିଚ୍‌ ପଡ଼ିଛି। ହେଲେ ତାଙ୍କ ମୁଣ୍ଡରେ କୌଣସି ଗଭୀର ଆଘାତ ଲାଗିନି। ତେଣୁ ରବିବାର ମଧ୍ୟାହ୍ନ ସୁଦ୍ଧା ସେ ଘରକୁ ଫେରି ଆସିବେ।”

Malaika Was Hospitalized Entertainment News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ