Advertisment

ଶୁଟିଂ ସେଟ୍‌ରେ ବେହୋସ ହୋଇପଡ଼ିଲେ ଏହି ପପୁଲାର୍‌ ଆକ୍ଟର, ୩ ଦିନ ପରେ ବାହାଘର...

ନଭେମ୍ବର ୨୦ ଅଭିନେତାଙ୍କ ବିବାହ ହେବାକୁ ଥିବାବେଳେ ଏଭଳି ସ୍ଥିତିରେ ଏମିତି ଏକ ଖବର ସାମ୍ନାକୁ ଆସିଛି ଯାହାକୁ ନେଇ ପରିବାରଠୁ ଆରମ୍ଭ କରି ଫ୍ୟାନ୍ସଙ୍କ ପର୍ଯ୍ୟନ୍ତ ସମସ୍ତେ ଚିନ୍ତିତ।

ଅଦ୍ୟତନ ହୋଇଛି
Telugu Actor Naga Shourya

Telugu Actor Naga Shourya Hospitalised Days Before Marriage

Advertisment

ସାଉଥ୍‌ର ପପୁଲାର୍‌ ଆକ୍ଟର ନାଗା ଶୌର୍ଯ୍ୟଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ନଭେମ୍ବର ୨୦ ଅଭିନେତାଙ୍କ ବିବାହ ହେବାକୁ ଥିବାବେଳେ ଏଭଳି ସ୍ଥିତିରେ ଏମିତି ଏକ ଖବର ସାମ୍ନାକୁ ଆସିଛି ଯାହାକୁ ନେଇ ପରିବାରଠୁ ଆରମ୍ଭ କରି ଫ୍ୟାନ୍ସଙ୍କ ପର୍ଯ୍ୟନ୍ତ ସମସ୍ତେ ଚିନ୍ତିତ। କୁହାଯାଉଛି ଯେ, ଶୁଟିଂ ସମୟରେ ହଠାତ୍‌ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯିବାରୁ ସେ ବେହୋସ ହୋଇପଡ଼ିଥିଲେ। ଏହାପରେ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

Advertisment

ଅଧିକ ପଢ଼ନ୍ତୁ: ବଲିଉଡ୍‌ ବନାମ ସାଉଥ୍‌ ସିନେମା ବିବାଦ; ମତ ଦେଲେ ଅକ୍ଷୟ ଓ କିଚ୍ଚା ସୁଦୀପ

ଶୁଟିଂ ସେଟ୍‌ରେ ବେହୋସ ହୋଇପଡ଼ିଲେ ନାଗା ଶୌର୍ଯ୍ୟ...

ସୂଚନା ଅନୁସାରେ, ଫିଲ୍ମ NS24ର ଶୁଟିଂକୁ ନେଇ ନାଗା ଶୌର୍ଯ୍ୟ ଆଜିକାଲି ବହୁତ ବ୍ୟସ୍ତ ଥିବା ଦେଖିବାକୁ ମିଳିଥିଲା। ଏହି ସମୟରେ ହଠାତ୍‌ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ପରିସ୍ଥିତି ଏପରି ହୋଇଥିଲା ଯେ, ସେ ଶୁଟିଂ ସେଟ୍‌ରେ ବେହୋସ ହୋଇପଡ଼ିଥିଲେ। ଏହାପରେ ତୁରନ୍ତ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ୩ ଦିନ ପରେ ତାଙ୍କର ବିବାହ ହେବାକୁ ଥିବାବେଳେ ଏଭଳି ସ୍ଥିତିରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବା ନେଇ ପରିବାର ଓ ଫ୍ୟାନ୍ସଙ୍କ ଟେନ୍‌ସନ୍‌ ବଢ଼ିଛି। 

Advertisment


କାହିଁକି ବେହୋସ ହେଲେ ନାଗା ଶୌର୍ଯ୍ୟ ?

ଫିଲ୍ମ NS24ରେ ନାଗା ଶୌର୍ଯ୍ୟଙ୍କ ହାଇ ଅକ୍ଟେନ୍‌ ଆକ୍ସନ ଦେଖିବାକୁ ମିଳିବ। ଏଥିପାଇଁ ସ୍ପେଶାଲ୍‌ ଟ୍ରେନିଂର ମଧ୍ୟ ଆବଶ୍ୟକତା ରହିଛି। କୁହାଯାଉଛି ଯେ, ନାଗା ଶୌର୍ଯ୍ୟ ୱାଟର ଡାଏଟ୍‌ କରୁଥିଲେ। ୱାଟର ଡାଏଟ୍‌ ଅର୍ଥ କୌଣସି ପ୍ରକାରର ଲିକ୍ୱିଡ୍‌(ତରଳ ପଦାର୍ଥ) ଗ୍ରହଣ ନକରିବା। ତେଣୁ ଶରୀରରେ ଜଳୀୟ ଅଂଶର ଅଭାବ ଯୋଗୁ ସେ ବେହୋସ ହୋଇପଡ଼ିଥିଲେ। Asian Institute of Gastroenterology ହସ୍ପିଟାଲ୍‌ରେ ନାଗା ଶୌର୍ଯ୍ୟଙ୍କ ଚିକିତ୍ସା ଚାଲିଛି। ଖାଲି ସେ ଲିକ୍ୱିଡ୍‌ ଡାଏଟ୍‌ରେ ନଥିଲେ ବରଂ ଏହାସହ ଘଣ୍ଟା ଘଣ୍ଟା ଧରି ଜିମ୍‌ରେ ୱାର୍କଆଉଟ୍‌ ମଧ୍ୟ କରୁଥିଲେ। ଖୁବ୍‌ଶୀଘ୍ର ସିକ୍ସ-ପ୍ୟାକ୍‌ ବାହାର କରିବା ପାଇଁ ସେ ଏଭଳି କରୁଥିଲେ ବୋଲି ଶୁଣିବାକୁ ମିଳିଛି।

Advertisment


୩ ଦିନ ପରେ ବିବାହ...

ଆସନ୍ତା ନଭେମ୍ବର ୨୦ରେ  ନାଗା ଶୌର୍ଯ୍ୟ ଗର୍ଲଫ୍ରେଣ୍ଡ୍‌ ଅନୁଷା ଶେଟ୍ଟୀଙ୍କୁ ବିବାହ କରିବାକୁ ଯାଉଛନ୍ତି। ଏହାପୂର୍ବରୁ ସୋସିଆଲ୍‌ ମିଡିଆରେ ଅନୁଷା ଓ ନାଗାଙ୍କ ୱେଡିଂ କାର୍ଡ ଶେଆର କରାଯାଇଥିଲା। ନାଗା ଶୌର୍ଯ୍ୟ ଖାଲି ଜଣେ ପପୁଲାର୍‌ ଆକ୍ଟର ନୁହନ୍ତି ବରଂ ଜଣେ ଲେଖକ ଓ ପ୍ରଡ୍ୟୁସର ମଧ୍ୟ। ୨୦୧୧ରେ ସେ ଫିଲ୍ମ ‘Cricket Girls and Beer’ରେ ଡେବ୍ୟୁ କରିଥିଲେ। ଏହାପରେ ସେ ଗୋଟିଏ ପରେ ଗୋଟିଏ ଫିଲ୍ମ କରି ସଫଳତାର ସହ ଆଗକୁ ବଢ଼ିଥିଲେ। ନାଗା ଶୌର୍ଯ୍ୟ ଜାତୀୟ ପୁରସ୍କାରପ୍ରାପ୍ତ ଫିଲ୍ମ  Chandamama Kathaluରେ ମଧ୍ୟ ଅଭିନୟ କରିଥିଲେ। 

Tollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ