Advertisment

‘ତରଙ୍ଗ’ର ନୂଆ ଥିମ୍ ସଙ୍ଗ୍‌ “ଆମ ରଙ୍ଗ ଓଡ଼ିଆ… ଆମ ଢଙ୍ଗ ଓଡ଼ିଆ…”

ଓଡ଼ିଆ ନୂଆବର୍ଷରେ ନୂଆ ରୂପରେ ଆସିଲା, ଓଡ଼ିଶାର ନମ୍ବର-୧ ମନୋରଂଜନ ଚ୍ୟାନେଲ୍ ‘ତରଙ୍ଗ’ର ଥିମ୍ ସଂଗ୍- ଆମ ରଙ୍ଗ ଓଡ଼ିଆ.. ଆମ ଢଙ୍ଗ ଓଡ଼ିଆ। ଚ୍ୟାନେଲ୍‌ର ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲ୍‌ରେ ଏହି ଗୀତଟି ପୋଷ୍ଟ ହୋଇଥିବା ବେଳେ ଏହାକୁ ଭରପୂର ଦର୍ଶକୀୟ ଆଦର ମିଳୁଛି।

author-image
Pramod Behera
ଅଦ୍ୟତନ ହୋଇଛି
Tarang TV Theme Song

Tarang TV new theme song Ama ranga odia ama dhanga odia

ଆଜି ମହାବିଷୁବ ସଂକ୍ରାନ୍ତି ବା ଓଡ଼ିଆ ନବବର୍ଷ। ସାରା ଓଡ଼ିଶା ଆଜି ଓଡ଼ିଆର ମହକରେ ପୁଲକିତ। ଓଡ଼ିଆର ପରଂପରା କ୍ରମେ ଚଉରାରେ ଠେକି ବସା ସାଙ୍ଗକୁ ବିଭିନ୍ନ ଜାଗାରେ ପଣା ବଣ୍ଟନର ଆୟୋଜନ ହେଉଥିବା ଦେଖାଯାଏ। ଯୁବପିଢିମାନେ ନିଜକୁ ଓଡ଼ିଆ ବୋଲି ପ୍ରମାଣିତ କରିବା ପାଇଁ ବିଭିନ୍ନ ପାରମ୍ପରିକ ପୋଷାକ ପରିଧାନ କରିବା ସହ ଫଟୋ ଉଠାଇ ସୋସିଆଲ୍ ମିଡିଆ ରେ ଶେୟାର କରୁଛନ୍ତି।

Advertisment

ଏହି ଅବସରରେ ଓଡ଼ିଶାର ନମ୍ବର ୱାନ୍ ମନୋରଂଜନ ଚ୍ୟାନେଲ୍ ‘ତରଙ୍ଗ’ ମଧ୍ୟ ଏଥିରୁ ବାଦ ପଡ଼ିନି। ଚ୍ୟାନେଲ୍ ଏହାର ଏକ ନୂଆ ଥିମ୍ ସଙ୍ଗ୍‌ ପ୍ରସ୍ତୁତ କରି ତରଙ୍ଗ ଅଫିସିଆଲ ୟୁଟ୍ୟୁବ୍ ଚ୍ୟାନେଲ୍‌ ରେ ଶେୟାର କରିଛି। ଗୀତଟି ହେଉଛି “ଆମ ରଙ୍ଗ ଓଡ଼ିଆ… ଆମ ଢଙ୍ଗ ଓଡ଼ିଆ…।”

ଗୀତଟି ଓଡ଼ିଆର ପରମ ଆରାଧ୍ୟ ଜଗନ୍ନାଥଙ୍କ ପାଖରୁ ଆରମ୍ଭ ହୋଇ ବୃନ୍ଦାବତୀଙ୍କ ପାଖରେ ଶେଷ ହୋଇଛି। ଗୀତରେ ଶ୍ରୀମଦଭଗବଦ୍‌ଗୀତା ସହ ଲକ୍ଷ୍ମୀପୁରାଣର ଝଲକ ଦେଖିବାକୁ ମିଳେ। ଗୀତରେ ଓଡ଼ିଆ ସଂସ୍କୃତିର କଥା, ନାରୀର ଶଙ୍ଖା ସିନ୍ଦୁର, ସ୍ୱାମୀ-ସ୍ତ୍ରୀଙ୍କ ପ୍ରେମ-ଭକ୍ତି, ଓଡ଼ିଶୀ ନୃତ୍ୟ, ପିଠାପଣାର କଥା ମଧ୍ୟ କୁହାଯାଇଛି।

Advertisment

ଚ୍ୟାନେଲ୍‌ କିଛି ସମୟ ପୂର୍ବରୁ ଏହି ଥିମ୍ ସଙ୍ଗ୍‌ଟି ପୋଷ୍ଟ୍ କରିଛି। ଗୀତଟିକୁ ବହୁତ ପସନ୍ଦ କରାଯାଉଥିବା ବେଳେ ଖବର ଲେଖାହେବା ବେଳକୁ ଏହାକୁ ୪୭,୯୨୦ ବ୍ୟକ୍ତି ଦେଖିସାରିଥିଲେ। ଏହି ଗୀତଟିକୁ ଦେବୀଦତ୍ତ ମହାନ୍ତି ଲେଖିଥିବା ବେଳେ ଏହାକୁ ମ୍ୟୁଜିକ୍‌ରେ ସଜେଇଛନ୍ତି ପ୍ରେମ୍ ଆନନ୍ଦ ଓ ଏହାର ନିର୍ଦ୍ଦେଶନା ଦେଇଛନ୍ତି ଗିରିସ ମହାନ୍ତି। ବିଭିନ୍ନ ଭୂମିକାରେ ଓଡ଼ିଆ ଅଭିନେତ୍ରୀ ଅର୍ଚ୍ଚିତାଙ୍କ ସହ ଅନେକ କଳାକାରଙ୍କୁ ମଧ୍ୟ ଦେଖିବାକୁ ମିଳେ।।

ଲୋକେ ଏହି ଗୀତଟିକୁ ଦେଖିବା ସହ ସେମାନଙ୍କ ମତାମତ ଦେଇଛନ୍ତି। ଜଣେ କହିଛନ୍ତି “ସମସ୍ତେ ବହୁତ ସୁନ୍ଦର ଅଭିନୟ କରିଛନ୍ତି।” ଆଉ ଜଣେ ମତ ଦେଇ କହିଛନ୍ତି “ଆମେ ଓଡ଼ିଆ ଆମ ଭାଷା ବଢିଆ,ମୁଁ ଗର୍ବ କରୁଛି ଆମେ ଓଡ଼ିଆ ।” ଅନ୍ୟ ଜଣେ ସିରିୟଲ୍ କ୍ୱିନ୍ ତାରା ତାରିଣୀଙ୍କୁ ଖୁବ ପ୍ରଶଂସା କରିଛନ୍ତି। ସେ ପ୍ରତିକ୍ରିୟା ଦେଇ କହିଛନ୍ତି “ତାରା ତାରିଣୀ ଶାଢ଼ୀରେ ପୁରା ଲଷ୍ମୀ ପରି ଲାଗୁଛନ୍ତି, ସତରେ ଏ ଦି’ଜଣ ବେଶୀ ଭଲ ଲାଗୁଛନ୍ତି।”

Tarang TV
Advertisment
Advertisment