Advertisment

ଆମେରିକାରେ ତରଙ୍ଗ ପ୍ଲସ୍‌ ଟିମ୍‌...ରଙ୍ଗ ତରଙ୍ଗ ଉତ୍ସବର ଚାଲିଛି ରିହରସଲ୍‌

ଆମେରିକା ଶୁଣିବ ଓଡ଼ିଆ ଗୀତ, ଦେଖିବ ସଂସ୍କୃତିର ଝଲକ

ଅଦ୍ୟତନ ହୋଇଛି
Tarang Team in America

Tarang Team in America

Advertisment

ଆମେରିକାରେ ତରଙ୍ଗ ଟିମ୍। ପ୍ରବାସୀ ଓଡ଼ିଆଙ୍କୁ ମନୋରଞ୍ଜନର ବୁଷ୍ଟର୍ ଡୋଜ୍ ଦେବାକୁ ପହଞ୍ଚିଛି ତରଙ୍ଗ। କାଲିଫର୍ଣ୍ଣିଆରେ ଓଡ଼ିଶା ସୋସାଇଟି ଅଫ୍ ଆମେରିକାର ବାର୍ଷିକ ଉତ୍ସବରେ କଳା ଓ ଦକ୍ଷତା ପ୍ରଦର୍ଶନ କରିବେ। ଏଥିପାଇଁ ଫୁଲ୍ ଜୋସ୍‌ରେ ଏବେ ଚାଲିଛି ଅଭ୍ୟାସ। ଅଭିନେତ୍ରୀ ଅର୍ଚ୍ଚିତା ସାହୁ, ଏଲିନା ସାମନ୍ତରାୟ, ସବ୍ୟସାଚୀ ମିଶ୍ରଙ୍କ ସହ ଅନ୍ୟ କଳାକାର ଅଭ୍ୟାସ କରୁଛନ୍ତି। ଆସନ୍ତାକାଲି ଓଡ଼ିଶା ସୋସାଇଟି ଅଫ୍ ଆମେରିକାର ବାର୍ଷିକ ଉତ୍ସବ ଆୟୋଜିତ ହେବ।

Advertisment

ତରଙ୍ଗ ପ୍ଲସ୍ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମର ନାଁ ରହିଛି ରଙ୍ଗ ତରଙ୍ଗ । ଏହି ଟିମ୍‌ରେ ଓଡ଼ିଶା ଟେଲିଭିଜନ୍ ଲିମିଟେଡ୍‌ର କ୍ରିଏଟିଭ୍ ହେଡ୍ ରଞ୍ଜନ ଶତପଥୀଙ୍କ ସହ ଅର୍ଚ୍ଚିତା ସାହୁ, ସବ୍ୟସାଚୀ ମିଶ୍ର, ଏଲିନା ସାମନ୍ତରାୟ, ବୁଦ୍ଧାଦିତ୍ୟ ମହାନ୍ତି, ସୋମନାଥ ପଣ୍ଡା, ସରୋଜ କୁମାର ନାୟକ, ଅଳକା ଶତପଥୀ, ଅସୀମା ପଣ୍ଡା, ସତ୍ୟଜିତ ପ୍ରଧାନ, ଶାନ୍ତନୁ କୁମାର ସିଆ ଓ ଜୋଜୋଙ୍କ ସମେତ ବହୁ କଳାକାର ସାମିଲ ହୋଇଛନ୍ତି ।

Advertisment

ଏକ ଭିଡିଓ ବାର୍ତ୍ତା ଜାରି କରି ସବ୍ୟସାଚୀ କହିଛନ୍ତି, କାଲିଫର୍ଣ୍ଣିଆରେ ଏକ ଧମାକାଦାର କାର୍ଯ୍ୟକ୍ରମ ଆୟୋଜନ ହେବାକୁ ଯାଉଛି । ଓଡ଼ିଶା ସୋସାଇଟି ଅଫ୍ ଆମେରିକାର ବାର୍ଷିକ ଉତ୍ସବରେ ତରଙ୍ଗ ପ୍ଲସ୍ ଟିମ୍ ଏଣ୍ଟରଟେନ୍‌ମେଣ୍ଟର ଏକ ନୂଆ ଧମାକା କରିବାକୁ ଯାଉଛି । ପୁରା ଟିମ୍‌ ପ୍ରବାସୀ ଓଡ଼ିଆଙ୍କ ସହ କନେକ୍ଟ ହେବ।

ଓଡ଼ିଶା ଟେଲିଭିଜନ୍ ଲିମିଟେଡ୍‌ର କ୍ରିଏଟିଭ୍ ହେଡ୍ ରଞ୍ଜନ ଶତପଥୀ କହିଛନ୍ତି, ଅନେକ ଓଡ଼ିଆ ନିଜ ମାଟି ଛାଡ଼ି ବିଦେଶରେ ରହୁଛନ୍ତି । ତେଣୁ ସେମାନଙ୍କ ମନରେ ଏହି କାର୍ଯ୍ୟକ୍ରମ ଏକ ସୁନ୍ଦର ଭାବନା ତିଆରି କରିବ । ଓଡ଼ିଶାର ପରମ୍ପରା ସହିତ ସେମାନଙ୍କୁ ଏହି କାର୍ଯ୍ୟକ୍ରମ ନିଶ୍ଚିତ ଯୋଡ଼ିପାରିବ ।

Advertisment

କରୋନା କାଳରେ ଯେତେବେଳେ ସାରା ରାଜ୍ୟ ଅଣାୟତ୍ତ ହୋଇପଡ଼ିଥିଲା, ସେତେବେଳେ ତରଙ୍ଗ ପ୍ଲସ୍ ଟିମ୍‌ ଯଥା ସମ୍ଭବ ଲୋକଙ୍କ ପାଖରେ ପହଞ୍ଚିବାକୁ ଚେଷ୍ଟା କରିଥିଲା । ଆଉ ଲୋକଙ୍କୁ ସହଯୋଗର ହାତ ବଢ଼ାଇଥିଲା । ଏମିତିକି କରୋନାକୁ ନେଇ ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟକ୍ରମ କରିଥିଲା ତରଙ୍ଗ ପ୍ଲସ୍ । ରଙ୍ଗ ତରଙ୍ଗ ମଧ୍ୟମରେ ଲୋକଙ୍କୁ ସଚେତନ କରାଯାଇଥିଲା । ବିଭିନ୍ନ ପଥପ୍ରାନ୍ତ ନାଟକ, କମେଡି କାର୍ଯ୍ୟକ୍ରମ ଜରିଆରେ ଲୋକଙ୍କୁ ସଚେତନ କରିବାକୁ ଚେଷ୍ଟା କରିଥିଲା ଟିମ୍ ।

Massive Fire Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ