Advertisment

Tarang: ଆସୁଛି ତରଙ୍ଗର ଦୁଇ ମେଗା ସିରିୟଲ୍; କହିବ ନିଆରା ପ୍ରେମ କାହାଣୀ

ଆସୁଛି ତରଙ୍ଗର ଦୁଇ ମେଗା ସିରିୟଲ୍। ଏହି ଦୁଇ ସିରିୟଲ୍ ମହିଳାକେନ୍ଦ୍ରୀକ ହୋଇଥିବା ବେଳେ ଏଥିରେ ଦର୍ଶକଙ୍କୁ ମିଳିବ ଭରପୂର ପ୍ରେମ କାହାଣୀ। ଆସନ୍ତୁ ଜାଣିବା କେବେ ଓ କେଉଁ ସମୟରେ ଦର୍ଶକ ଏହାକୁ ଦେଖିବାର ସୁଯୋଗ ପାଇବେ।

author-image
Pramod Behera
ଅଦ୍ୟତନ ହୋଇଛି
Tarang TV New Serials

Tarang has announced to launch of their dual mega serials

ଆକାଶରେ ଉଡିବାର ଅନେକ ଇଛା। ଆଗକୁ ଯିବାକୁ ମନରେ ଅସୁମାରୀ ସ୍ୱପ୍ନ। ସେ ପାଠ ବଢିବ ଆଉ IAS ଅଫିସର୍ ହେବ। ଏଭଳି ଏକ ପ୍ରତିଭାବାନ ଓ ବୁଦ୍ଧିମାନ ଝିଅର କାହାଣୀକୁ ନେଇ ଆସୁଛି ‘ତରଙ୍ଗ’ର ନୂଆ ମେଗା ସିରିୟଲ୍ ‘ତିତ୍‌ଲି-ଉଡିବାର ସ୍ୱପ୍ନ ନେଇ’।

Advertisment

ତିତ୍‌ଲି ଏକ ଗରିବ ପରିବାରରେ ଜନ୍ମ ହେଇଥିଲେ ମଧ୍ୟ ପଙ୍କରୁ ପଦ୍ମ ଫୁଟିଲା ଭଳି ସେ ଦେଖେ IAS ହେବାର ସ୍ୱପ୍ନ। ସେ ଜନ୍ମ ହୋଇଥିବା ସମାଜର ପ୍ରତିକ୍ରିୟାଶୀଳ ମାନସିକତାକୁ ପରିବର୍ତ୍ତନ କରିବାକୁ ଆଗେଇ ଚାଲେ।

ତିତିଲି ଭଲ ଭାବେ ଜାଣେ ଯେ ଜ୍ଞାନ ହିଁ ତା’ ଦୁର୍ବଳ ଡେଣା ତଳେ ପବନ ହୋଇ ବହିବ ଆଉ ତାକୁ ତା’ ଲକ୍ଷରେ ଆଗକୁ ନେବାକୁ ପ୍ରେରଣା ଦେବ, ଆଉ ଦିନେ ତାକୁ ଏକ ସ୍ୱତସ୍ତ୍ର ପରିଚୟ ଦେବ। କିନ୍ତୁ କପାଳ ଲିଖନକୁ ବା କିଏ ରୋକିବ। ତିତ୍‌ଲି ପାଇଁ ଭାଗ୍ୟର ଥିଲା ଅନ୍ୟ ଯୋଜନା। ଏଇଠି ଆସେ ତିତ୍‌ଲି ଜୀବନରେ ଭିନ୍ନ ମୋଡ। ତା’ ଜୀବନରେ ଚାଲିଆସେ ଅର୍ଜୁନ।

Advertisment

ଅର୍ଜୁନ ହେଉଛି ଜଣେ ଯୁବ ଶୃଙ୍ଖଳିତ ବ୍ୟୁରୋକ୍ରାଟ୍। ଅର୍ଜୁନ ହେଉଛନ୍ତି ଏମିତି ଜଣେ ବ୍ୟକ୍ତି ଯିଏ ନିଜ ଜୀବନକୁ ପ୍ରାକ୍ଟିକାଲି ଜୀଅନ୍ତି। ସକାଳର କଫି ଠାରୁ ଆରମ୍ଭ କରି ଶୋଇବା ପୂର୍ବରୁ ପଢିବା ପର୍ଯ୍ୟନ୍ତ ତାଙ୍କର ସବୁକିଛି ଯୋଜନାବଦ୍ଧ ହୋଇଥାଏ। ସେ ସଚ୍ଚୋଟତାକୁ ନିଜର ଆଦର୍ଶ କରି ବଞ୍ଚୁଥିବା ବେଳେ କୌଣସି ପ୍ରକାରର ପ୍ରତାରଣାକୁ ସହି ପାରନ୍ତି ନାହିଁ। ତାଙ୍କର ଏହି ନୀତି ଯୋଗୁଁ ସେ ଦୁର୍ନୀତିଗ୍ରସ୍ତ ରାଜନେତା ଓ ତାଙ୍କ ବାପାଙ୍କ ରୋଷର ଶିକାର ହୁଅନ୍ତି।

ଅର୍ଜୁନ ତାଙ୍କର ସାଥୀ ନନ୍ଦିତାଙ୍କୁ ବିବାହ କରିବାକୁ ପ୍ରସ୍ତୁତ ଥିବାବେଳେ ଏଇଠି ତାଙ୍କ ଜୀବନକୁ ଚାଲିଆସେ ତିତିଲି। ଏଇଠୁ ଭୁଶୁଡିବା ଆରମ୍ଭ ହୁଏ ତାଙ୍କ ପରଫେକ୍ଟ ଏବଂ ମୂଲ୍ୟବାନ ଦୁନିଆ।

ତିତ୍‌ଲି ଏବଂ ଅର୍ଜୁନର ଦୁଇଟି ସମାନ୍ତରାଳ ଦୁନିଆ ମୁହାଁମୁହିଁ ହେବା ଫଳରେ ଅର୍ଜୁନର ଜୀବନ ଏବଂ ପରିବାରରେ ଆସିବକି ଧ୍ୱଂସ ଆଉ ଭାଙ୍ଗିଯିବକି ତିତ୍‌ଲିର ଅସୁମାରୀ ସ୍ୱପ୍ନ? ନା… ଏହି ଦୁଇ ଜଣ ଭିନ୍ନ ଭିନ୍ନ ବ୍ୟକ୍ତି ସେମାନଙ୍କର ବୁଦ୍ଧି, ନୈତିକତା, ମୂଲ୍ୟବୋଧ ଏବଂ ଜୀବନ ପ୍ରତି ଥିବା ଦୃଷ୍ଟିକୋଣ ମାଧ୍ୟମରେ ସେମାନଙ୍କ ପ୍ରେମକୁ ସାକାର କରିବେ ତାହା ଏହି ସିରିୟଲ୍ କହିବ।

ଏଥିରେ ବିକ୍ରମ ଓ ଶୁଭଶ୍ରୀ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ବେଳେ ଚରିତ୍ରମାନେ ପ୍ରେମ, ଲୋଭ, ଈର୍ଷା, ବଳିଦାନ ଭଳି ଜଟିଳ ମାନବ ଭାବନା ସହିତ ଜଡିତ। ଦର୍ଶକମାନେ ଏହି ସିରିୟଲକୁ ମେ ୨୯ରୁ ପ୍ରତି ସୋମବାରରୁ ଶନିବାର ୭ଟା ୩୦ରେ ଦେଖିପାରିବେ।

ଅନ୍ୟପଟେ, ତରଙ୍କର ଆଉ ଏକ ମେଗା ସିରିୟଲ୍ ହେଲା ‘ତୋରି ପାଇଁ ଓ ତୋ ପାଇଁ’। ଏହି ସିରିୟଲ୍ ଏକ ଭିନ୍ନ ପ୍ରେମ କାହାଣୀକୁ ନେଇ ତିଆରି ହୋଇଥିବା ବେଳେ ଦର୍ଶକ ଦୁଇ ତାରକାଙ୍କ କ୍ରସ୍ଡ ଲଭ୍ ଦେଖିବାକୁ ପାଇବେ। ଏଥିରେ ନାୟକ ପ୍ରେମକୁ ଘୃଣା କରୁଥିବା ବେଳେ ନାୟିକା ପ୍ରମକୁ ନିଜର ଶକ୍ତି ବୋଲି ଭାବନ୍ତି। ତେବେ ଉଭୟଙ୍କର କ’ଣ ମିଳନ ହେଉଛି ନା ସେମାନେ ନିଜ ନିଜ ଜିଦିରେ ଅଟଳ ରହୁଛନ୍ତି ତାହା ଏହି ସିରିୟଲ୍ ହିଁ କହିବ।

ସାଗର ମହାନ୍ତି ଏବଂ ନେହା ନାଗେଶ୍ୱରୀ ନାୟକଙ୍କୁ ଏଥିରେ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ। ‘ତୋରି ପାଇଁ ଓ ତୋ ପାଇଁ’ ମଧ୍ୟ ମେ ୨୯ ରୁ ପ୍ରତି ସୋମବାର ଠାରୁ ଶନିବାର ପର୍ଯ୍ୟନ୍ତ ରାତି ୮ଟାରେ ଦର୍ଶକଙ୍କୁ ଆକର୍ଷିତ କରିବାକୁ ପ୍ରସ୍ତୁତ।

Tarang Plus Tarang App Tarang TV Taranga Cine Productions
Advertisment
Advertisment