Advertisment

କେକେଙ୍କ ମୃତ୍ୟୁକୁ ନେଇ ବଡ଼ ସସ୍‌ପେନ୍ସ: ମୁଣ୍ଡ ଏବଂ ଓଠରେ ରହିଛି ଆଘାତ ଚିହ୍ନ...

ବଲିଉଡର ଭଏସ୍‌ ଅଫ୍ ଲଭ୍ କେକେ ବା କ୍ରିଷ୍ଣକୁମାର କୁନ୍ନାଥ(Krishnakumar Kunnath)ଙ୍କ ମୃତ୍ୟୁକୁ ନେଇ ସସ୍‌ପେନ୍ସ ବଢ଼ିଛି। ପୋଲିସ୍‌ ସୂଚନା ଅନୁସାରେ, କେକେଙ୍କ ମୁଣ୍ଡ ଏବଂ ଓଠରେ ଆଘାତ ଲାଗିଥିବା ଦେଖିବାକୁ ମିଳିଛି।

ଅଦ୍ୟତନ ହୋଇଛି
Suspense Over Singer KK Death

Suspense Over Singer KK Death

Advertisment

ବଲିଉଡର ଭଏସ୍‌ ଅଫ୍ ଲଭ୍ କେକେ ବା କ୍ରିଷ୍ଣକୁମାର କୁନ୍ନାଥ(Krishnakumar Kunnath)ଙ୍କ ମୃତ୍ୟୁକୁ ନେଇ ସସ୍‌ପେନ୍ସ ବଢ଼ିଛି। ପୋଲିସ୍‌ ସୂଚନା ଅନୁସାରେ, କେକେଙ୍କ ମୁଣ୍ଡ ଏବଂ ଓଠରେ ଆଘାତ ଲାଗିଥିବା ଦେଖିବାକୁ ମିଳିଛି। ଏହାପରେ ପୋଲିସ୍‌ ଏନେଇ ଏକ Unnatural Death ମାମଲା ରୁଜୁ କରିଛି। ଏହାସହ କାର୍ଯ୍ୟକ୍ରମର ଆୟୋଜକ ଓ ହୋଟେଲ୍‌ ଷ୍ଟାଫ୍‌ଙ୍କୁ ପଚରାଉଚରା ଜାରି ରହିଛି।

Advertisment

ସୂଚନାଥାଉ କି, ମଙ୍ଗଳବାର କୋଲକାତାରେ ନଜରୁଲ ମଞ୍ଚ ଗୁରଦାସ କଲେଜ ଫେଷ୍ଟିଭାଲରେ ଗୀତ ଗାଇବା ବେଳେ କେକେ ଅସୁସ୍ଥ ଅନୁଭବ କରିଥିଲେ। ଏହାପରେ ସେ ହୋଟେଲ୍‌ ଫେରିଥିଲେ ଓ ତାଙ୍କୁ ତୁରନ୍ତ କୋଲକାତାର ସି.କେ ବିର୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହୃଦ୍‌ଘାତ ଯୋଗୁ ତାଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ଆଶଙ୍କା କରିଛନ୍ତି।

କେକେଙ୍କ ମୃତ୍ୟୁକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପଶ୍ଚିମବଙ୍ଗର ବିଜେପିର ପୂର୍ବତନ ଅଧ୍ୟକ୍ଷ ଦିଲୀପ ଘୋଷ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ଯେଉଁଭଳି ଭାବରେ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା, ସେସବୁର ତଦନ୍ତ ହେବା ଉଚିତ୍‌। ବିନା ଏସି ଓ ପ୍ରବଳ ଭିଡ଼ ମଧ୍ୟରେ କେକେ ଗୀତ ଗାଇଥିଲେ। ପ୍ରବଳ ଭିଡ଼ ସହ ଏସି ମଧ୍ୟ ବନ୍ଦ ରହିଥିଲା। ହୁଏତ ଏହି କାରଣ ଯୋଗୁ କେକେ ଅସୁସ୍ଥ ଅନୁଭବ କରିଥାଇପାରନ୍ତି। ହେଲେ ଏସମ୍ପର୍କରେ ସ୍ପଷ୍ଟ ଭାବେ ଜଣାପଡ଼ିନି ବୋଲି ଦିଲୀପ କହିଛନ୍ତି। 

Advertisment

୯୦ ଦଶକରେ ରୋମାଣ୍ଟିକ ଗୀତର ନୂଆ ଟ୍ରେଣ୍ଡ ଆରମ୍ଭ କରିଥିଲେ କେକେ । ‘ରେହ ନା ହେ ତେରେ ଦିଲ୍‌ ମେ’ର ‘ସଚ୍‌ କେହରାହା ହେ ଦିୱାନା ଦୀଲ୍‌’ ଗୀତ ତାଙ୍କୁ ବଲିଉଡରେ ଦେଇଥିଲା ଭଏସ ଅଫ୍ ଲଭ୍‌ର ନାମ । ଏହାପରେ ବଲିଉଡକୁ ସେ ହିଟ୍ ପରେ ହିଟ୍ ଗୀତ ଦେଇଥିଲେ ।

KK Death Singer KK Death
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ