Advertisment

ହୃଦଘାତରେ ପିଡୀତ ହେଲେ ସୁସ୍ମିତା ସେନ୍‌; କହିଲେ ଏମିତି…

ସୁସ୍ମିତା ସେନ୍‌ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି ଯେ ସେ ନିକଟରେ ହୃଦଘାତରେ ପୀଡିତ ଥିଲେ। ୪୬ ବର୍ଷିୟ ସୁସ୍ମିତା ଇନଷ୍ଟାଗ୍ରାମ ପୋଷ୍ଟର ମାଧ୍ୟମରେ କହିଛନ୍ତି ଯେ ଏହି ହୃଦଘାତ କିଛି ଦିନ ପୂର୍ବରୁ ଆସିଥିଲା ଏବଂ ବର୍ତ୍ତମାନ ସେ ଆଞ୍ଜିଓପ୍ଲାଷ୍ଟି କରିଛନ୍ତି।

ଅଦ୍ୟତନ ହୋଇଛି
Sushmita Sen Suffers Heart Attack, Undergoes Angioplasty

Sushmita Sen suffers heart attack, undergoes angioplasty

Advertisment

ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନଙ୍କୁ ନେଇ ଆସିଲା ଦୁଃଖ ଖବର। ନିଜେ ଅଭିନେତ୍ରୀ ଇନଷ୍ଟାଗ୍ରାମ ରେ ପୋଷ୍ଟ କରିଛନ୍ତି ଯେ ସେ ନିକଟରେ ହୃଦଘାତରେ ପୀଡିତ ଥିଲେ। ୪୬ ବର୍ଷିୟ ସୁସ୍ମିତା ଇନଷ୍ଟାଗ୍ରାମ ପୋଷ୍ଟର ମାଧ୍ୟମରେ କହିଛନ୍ତି ଯେ ଏହି ହୃଦଘାତ କିଛି ଦିନ ପୂର୍ବରୁ ଆସିଥିଲା ​​ଏବଂ ବର୍ତ୍ତମାନ ସେ ଆଞ୍ଜିଓପ୍ଲାଷ୍ଟି କରିଛନ୍ତି। ବର୍ତ୍ତମାନ ସୁସ୍ମିତାଙ୍କ ହାର୍ଟରେ ଷ୍ଟେଣ୍ଟ ଭର୍ତ୍ତି କରାଯାଇଛି। ଅଭିନେତ୍ରୀ ତାଙ୍କ ବାପାଙ୍କ ସହ ଏକ ଫଟୋ ସେୟାର କରିଛନ୍ତି।

Advertisment

ନିଜ ଫଟୋ ଶେୟାର କରି ସୁସ୍ମିତା ସେନ୍ ଲେଖିଛନ୍ତି, “ଶୋନା, ସବୁବେଳେ ତୁମର ହୃଦୟକୁ ଖୁସି ଏବଂ ଶକ୍ତିଶାଳୀ ରଖିବ, ଦେଖିବ ଯେତେବେଳେ ତୁମକୁ ଏହାର ଆବଶ୍ୟକ ହେବ, ଏହା ତୁମ ସହିତ ରହିବ। (ଏହି ଶବ୍ଦ ମୋ ବାପା କହିଥିଲେ) କିଛି ଦିନ ପୂର୍ବରୁ ମୋର ହୃଦଘାତ ହୋଇଥିଲା... ଆଞ୍ଜିଓପ୍ଲାଷ୍ଟି କରାଯାଇଥିଲା... ଷ୍ଟେଣ୍ଟ୍‌ ଭର୍ତ୍ତି ହୋଇଥିଲା... ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ମୋର ହୃଦରୋଗ ବିଶେଷଜ୍ଞ ମଧ୍ୟ ନିଶ୍ଚିତ କରିଛନ୍ତି ଯେ ମୋର ହୃଦୟ ବହୁତ ବଡ ଅଟେ।”

Advertisment

ଅଭିନେତ୍ରୀ ଆହୁରି ମଧ୍ୟ ତାଙ୍କ ପୋଷ୍ଟରେ ଲେଖିଛନ୍ତି, “ମୋତେ ଠିକ୍ ସମୟରେ ସାହାଯ୍ୟ କରିବା ଓ ମୋ ସହିତ ରହିବା ନେଇ ମୋତେ ଅନେକ ଲୋକଙ୍କୁ ଧନ୍ୟବାଦ ଦେବାକୁ ପଡିବ। ଖୁବ ଶୀଘ୍ର ଅନ୍ୟ ଏକ ପୋଷ୍ଟରେ ମୁଁ ଏହା କରିବି। ମୁଁ ଏହି ପୋଷ୍ଟ କରିଛି ଏଥିପାଇଁ ଯେ ମୋର ଶୁଭେଚ୍ଛୁମାନେ ଭଲ ଖବର ପାଇପାରିବେ ଯେ ସବୁକିଛି ଠିକ ଅଛି ଏବଂ ମୁଁ ଆଉ ଟିକେ ଅଧିକ ଜୀବନ ପାଇଁ ପ୍ରସ୍ତୁତ ହେଉଛି।”

Advertisment

ସୁସ୍ମିତା ସେନ୍ ଜଣେ ପୂର୍ବତନ ମିସ୍ ୟୁନିଭର୍ସ ଏବଂ ଜଣେ ସିଙ୍ଗଲ ମଦର। ତାଙ୍କର ଦୁଇଟି ଝିଅ ଅଛନ୍ତି। ସେ ୨୦୦୦ ମସିହାରେ ରେନେ ଏବଂ ୨୦୧୦ରେ ଅଲିଶାହଙ୍କୁ କୋଲେଇ ନେଇଥିଲେ। ତାଙ୍କର କାମର କଥା କହିଲେ ସେ ୱାର୍କ ବର୍ତ୍ତମାନ ୱେବ୍ ସିରିଜ୍ 'ଆର୍ଯ୍ୟ ୩' ପାଇଁ ସୁଟିଂରେ ବ୍ୟସ୍ତ ଅଛନ୍ତି।

Bollywood Sushmita Sen
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ