Advertisment

ଅଢ଼େଇ ବର୍ଷ ପରେ ସୁଶାନ୍ତ ସିଂ ରହୁଥିବା ଫ୍ଲାଟ୍‌ ପାଇଁ ମିଳିଲେ ଭଡ଼ାଟିଆ, ଭୟରେ କେହି ରହୁ ନଥିଲେ...

ସୁଶାନ୍ତଙ୍କ ମୃତ୍ୟୁର ଅଢ଼େଇ ବର୍ଷ ପରେ ଏହି ଫ୍ଲାଟ୍‌ରେ ରହିବା ପାଇଁ ନୂଆ ଭଡ଼ାଟିଆ ମିଳିଛନ୍ତି। ଘରର ମାଲିକ ବିଦେଶରେ ରହୁଥିବା ବେଳେ ଦୀର୍ଘ ଦିନ ଧରି ଏହି ଫ୍ଲାଟ୍‌ରେ ରହିବା ପାଇଁ ସେ ଭଡ଼ାଟିଆ ଖୋଜୁଥିଲେ।

ଅଦ୍ୟତନ ହୋଇଛି
Sushant Singh Rajput’s Mumbai Flat Finds New Tenant

Sushant Singh Rajput’s Mumbai flat finds new tenant

Advertisment

ଦିବଙ୍ଗତ ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ ଏହି ଦୁନିଆରେ ଆଉ ନାହାନ୍ତି ସତ, ହେଲେ ଆଜିବି ସେ ତାଙ୍କ ଫ୍ୟାନ୍ସଙ୍କ ହୃଦୟରେ ଜୀବିତ ଅଛନ୍ତି। ସୁଶାନ୍ତଙ୍କ ମୃତ୍ୟୁ ପରେ ତାଙ୍କ ଫ୍ଲାଟ୍‌ ସେମିତି ଖାଲି ପଡ଼ିଛି। କେହିବି ଏହି ଘରେ ରହିବା ପାଇଁ ରାଜି ହେଉ ନଥିଲେ। ମିଳିଥିବା ସୂଚନା ଅନୁସାରେ, ସୁଶାନ୍ତଙ୍କ ମୃତ୍ୟୁର ଅଢ଼େଇ ବର୍ଷ ପରେ ଏହି ଫ୍ଲାଟ୍‌ରେ ରହିବା ପାଇଁ ନୂଆ ଭଡ଼ାଟିଆ ମିଳିଛନ୍ତି। 

Advertisment

ପୁଣି ଚମକିବ ସୁଶାନ୍ତଙ୍କ ଫ୍ଲାଟ୍‌...

ସୂଚନାଥାଉ କି, ସୁଶାନ୍ତ ସିଂ ରାଜପୁତ୍‌ ଯେଉଁ ଡୁପ୍ଲେକ୍ସ ଫ୍ଲାଟ୍‌ରେ ରହୁଥିଲେ, ତାଙ୍କର ମୃତ୍ୟୁ ପରେ ସେଠାରେ ରହିବା ପାଇଁ ଭଡ଼ାଟିଆ ମିଳୁ ନଥିଲେ। ଏଠି ରହିବା ପାଇଁ ଲୋକେ ଭୟ କରୁଥିଲେ। କାରଣ  ଏହି ଫ୍ଲାଟ୍‌ରେ ଝୁଲନ୍ତା ଅବସ୍ଥାରେ ସୁଶାନ୍ତଙ୍କ ମୃତଦେହ ମିଳିଥିଲା। ଏହାଛଡ଼ା ଏହି ଘରକୁ ନେଇ ଅନେକ କଥା ମଧ୍ୟ ସାମ୍ନାକୁ ଆସିଛି। 

ଘରର ମାଲିକ ବିଦେଶରେ ରହୁଥିବା ବେଳେ ଦୀର୍ଘ ଦିନ ଧରି ଏହି ଫ୍ଲାଟ୍‌ରେ ରହିବା ପାଇଁ ସେ ଭଡ଼ାଟିଆ ଖୋଜୁଥିଲେ। ଏବେ ଲାଗୁଛି ତାଙ୍କୁ ଆଉ ଖୋଜିବାକୁ ପଡ଼ିବନି। ସୂଚନା ଅନୁସାରେ, ଦୀର୍ଘ ଦିନ ପରେ ଏହି ଫ୍ଲାଟ୍‌ରେ ରହିବା ପାଇଁ ନୂଆ ଭଡ଼ାଟିଆ ତାଙ୍କୁ ମିଳି ଯାଇଛନ୍ତି।  

Advertisment

ଅଧିକ ପଢ଼ନ୍ତୁ: ଜହ୍ନ ରାଇଜରେ ଜାଗା କିଣିଥିବା ପ୍ରଥମ ଅଭିନେତା ଥିଲେ ସୁଶାନ୍ତ ସିଂ ରାଜପୁତ

Advertisment


ଏତିକି ଟଙ୍କା ରହିଛି ଭଡ଼ା...

ରିୟଲ ଷ୍ଟେଟ୍‌ ବ୍ରୋକର୍‌ଙ୍କ କହିବା ଅନୁସାରେ, ସୁଶାନ୍ତଙ୍କ ଏହି ଫ୍ଲାଟ୍‌ର ମାସିକ ଭଡ଼ା ୫ ଲକ୍ଷ ଟଙ୍କା ରହିଛି। ଏହି ଘରେ ରହିବା ପାଇଁ ନୂଆ ଭଡ଼ାଟିଆ ଘର ମାଲିକଙ୍କୁ ଆଡଭାନ୍ସ ୩୦ ଲକ୍ଷ ଟଙ୍କା ସିକ୍ୟୁରିଟି ଡିପୋଜିଟ୍‌ ମଧ୍ୟ ଦେଇ ସାରିଛନ୍ତି। ରିୟଲ ଷ୍ଟେଟ୍‌ ବ୍ରୋକର୍‌ Rafique Merchant ଜାତୀୟ ଗଣମାଧ୍ୟମ India Todayକୁ ସୂଚନା ଦେଇଛନ୍ତି- ଏହି ଫ୍ଲାଟ୍‌ରେ ରହିବା ପାଇଁ ଆମକୁ ଭଡ଼ାଟିଆ ମିଳି ଯାଇଛନ୍ତି। ତେବେ ସବୁ ଜିନିଷ ଫାଇନାଲ୍‌ କରିବା ପାଇଁ ପରିବାର ଲୋକଙ୍କ ସହ କଥାବାର୍ତ୍ତା ଚାଲିଛି। ସୁଶାନ୍ତଙ୍କ ମୃତ୍ୟୁକୁ ଦୀର୍ଘ ଦିନ ହୋଇ ଗଲାଣି। ତେଣୁ ଲୋକଙ୍କ ମଧ୍ୟରେ ଥିବା ଭୟ ଏବେ ଆଉ ଏତେଟା ନାହିଁ। 

ଲକ୍‌ଜୁରିଅସ୍‌ ଫ୍ଲାଟ୍‌...

ଏଠାରେ ଆମେ କହି ରଖୁଛୁ ଯେ, ସୁଶାନ୍ତ ଯେତେବେଳେ ଏହି ଫ୍ଲାଟ୍‌ରେ ରହୁଥିଲେ ଭଡ଼ା ବାବଦରେ ମାସକୁ ସେ ୪.୫ ଲକ୍ଷ ଟଙ୍କା ଦେଉଥିଲେ। ହେଲେ ଘର ମାଲିକ ଭଡ଼ା ବୃଦ୍ଧି କରି ୫ ଲକ୍ଷ ଟଙ୍କା କରିଛନ୍ତି। ଏହି ଫ୍ଲାଟ୍‌ 3600 Sqr ଫୁଟ୍‌ ଏରିଆରେ ଥିବାବେଳେ ଏଥିରେ ୪ଟି ବେଡ୍‌ରୁମ୍‌ ରହିଛି। ୨୦୧୯ରେ ସୁଶାନ୍ତ ଏହି ଫ୍ଲାଟ୍‌କୁ ଶିଫ୍ଟ ହୋଇଥିଲେ। ତାଙ୍କ ସହ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଓ କିଛି ସାଙ୍ଗ ମଧ୍ୟ ଏଠାରେ ରହୁଥିଲେ। 

ସୂଚନାଥାଉ କି, ୨୦୨୦ ମସିହା ଜୁନ୍‌ ୧୪ରେ ସୁଶାନ୍ତ ସିଂ ରାଜପୁତ୍‌ ବାନ୍ଦ୍ରା ସ୍ଥିତ ନିଜ ଫ୍ଲାଟ୍‌ରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା କୁହାଯାଉଛି। ତାଙ୍କ ପରିବାର ଲୋକ କିନ୍ତୁ ଏହାକୁ ହତ୍ୟା ବୋଲି କହିଥିଲେ। ଆଜି ପର୍ଯ୍ୟନ୍ତ ମାମଲା ବିଚାରଧୀନ ରହିଛି । ତାଙ୍କ ମୃତ୍ୟୁରେ ସମଗ୍ର ଦେଶରେ ହଇଚଇ ସୃଷ୍ଟି ହୋଇଥିଲା ।

Sushant Singh Rajput
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ