Advertisment

ବଦଳିଲା ସୁଶାନ୍ତ ସିଂ ରାଜପୁତଙ୍କ ଫେସବୁକ୍ ପ୍ରୋଫାଇଲ୍,ଭାବୁକ ହେଲେ ଫ୍ୟାନ୍ସ

ସୁଶାନ୍ତ ସିଂଙ୍କ ମୃତ୍ୟୁକୁ ପୁରି ଗଲାଣି ୧ ବର୍ଷ । ହେଲେ ଆଜି ବି ଲୋକମାନେ ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆକସ୍ମିକ ମୃତ୍ୟୁକୁ ଭୁଲି ପାରି ନାହାଁନ୍ତି। ସେ ତାଙ୍କ ଫ୍ୟାନ୍ସଙ୍କ ହୃଦୟରେ ସେ ଆଜି ବି ଜୀବିତ ଅଛନ୍ତି। ନିକଟରେ ସୁଶାନ୍ତଙ୍କ ଫେସ୍‌ବୁକ ଆକାଉଣ୍ଟ ହଠାତ ସକ୍ରିୟ ହୋଇଛି । ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ।

ଅଦ୍ୟତନ ହୋଇଛି
ବଦଳିଲା ସୁଶାନ୍ତ ସିଂ ରାଜପୁତଙ୍କ ଫେସବୁକ୍ ପ୍ରୋଫାଇଲ୍,ଭାବୁକ ହେଲେ ଫ୍ୟାନ୍ସ

sushanta singh rajput

Advertisment

ମୁମ୍ବାଇ: ସୁଶାନ୍ତ ସିଂଙ୍କ ମୃତ୍ୟୁକୁ ପୁରି ଗଲାଣି ୧ ବର୍ଷ । ହେଲେ ଆଜି ବି ଲୋକମାନେ ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆକସ୍ମିକ ମୃତ୍ୟୁକୁ ଭୁଲି ପାରି ନାହାଁନ୍ତି। ସେ ତାଙ୍କ ଫ୍ୟାନଙ୍କ ହୃଦୟରେ ସେ ଆଜି ବି ଜୀବିତ ଅଛନ୍ତି। ନିକଟରେ ସୁଶାନ୍ତଙ୍କ ଫେସ୍‌ବୁକ ଆକାଉଣ୍ଟ ହଠାତ ସକ୍ରିୟ ହୋଇଛି । ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ସୁଶାନ୍ତ ସିଂ ରାଜପୁତଙ୍କ ଫେସବୁକ ପ୍ରୋଫାଇଲର ଫଟୋ ବଦଳାଯାଇଥିଲା ଯାହା ତାଙ୍କ ଫ୍ୟାନ୍ସ ମାନଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଫେସବୁକରେ ପ୍ରୋଫାଇଲ ଫଟୋ ଅପଡ଼େଟ ହେବା ମାତ୍ରେ ପ୍ରଶଂସକମାନେ ପୁଣି ଭାବପ୍ରବଣ ହୋଇଯାଇଛନ୍ତି ଓ ସୋସିଆଲ ମିଡ଼ିଆରେ ପ୍ରଶଂସକମାନେ ତାଙ୍କୁ ମନେ ପକାଉଛନ୍ତି ।

Advertisment

କିଛି ଫ୍ୟାନ ଭାବୁକ ହୋଇପଡ଼ି ଭିନ୍ନ ଭିନ୍ନ କମେଣ୍ଟ ଦେଇଛନ୍ତି । କିଛି ଜଣ ଆଶ୍ଚର୍ଯ୍ୟଚକିତ ହୋଇଛନ୍ତି ଆଉ କହିଛନ୍ତି କି, ଏମିତି କିଏ କରୁଛି । ଜଣେ ୟୁଜର କମେଣ୍ଟରେ ଲେଖିଛନ୍ତି, ‘ସୁଶାନ୍ତ ସିଂ ରାଜପୁତଙ୍କ ପେଜ୍‌ କେହି ଜଣେ କଣ୍ଟ୍ରୋଲ କରୁଛି। ମିସ୍‌ ୟୁ ସୁଶାନ୍ତ’। ଜଣେ ପ୍ରଶଂସକ ଲେଖିଛନ୍ତି- 'ମୁଁ ଭାବୁଛି ଯେ କାସ ଆପଣ ଆଜି ବଞ୍ଚିଥାନ୍ତେ।' ଆଉ ଜଣେ ଲେଖିଛନ୍ତି- 'କ୍ଷଣିକ ପାଇଁ ମୁଁ ଅନୁଭବ କଲି ଯେ ସେ ଫେରି ଆସିଛନ୍ତି।' ଆଉ ଜଣେ ଲେଖିଛନ୍ତି- 'କିମ୍ବଦନ୍ତୀ ସବୁଦିନ ପାଇଁ ବଞ୍ଚେ #ସୁଶାନ୍ତରାଜପୁତ।' ଏଥି ସହିତ କିଛି ପ୍ରଶଂସକ ମନ୍ତବ୍ୟ ଦେଇଛନ୍ତି,'ଦୟାକରି ଫେରି ଆସ'। ଜଣେ ଫ୍ୟାନ୍‌ ପଚାରିଛନ୍ତି, ‘କିଏ ଏହି ଲୋକ’? ଅନ୍ୟଜଣେ ଲେଖିଛନ୍ତି, ‘ଏହା କ’ଣ ହେଉଛି’। କିଏ ଫଟୋ ଅପଲୋଡ୍‌ କରୁଛି। କିଏ ତାଙ୍କ ପେଜ୍‌କୁ କଣ୍ଟ୍ରୋଲ କରୁଛି।

ସୂଚନା ଅନୁସାରେ ୨୦୨୦ ଜୁନ୍ ୧୪ରେ ସୁଶାନ୍ତ ସିଂ ରାଜପୁତ ତାଙ୍କ ବାନ୍ଦ୍ରା ଫ୍ଲାଟରେ  ସୁଶାନ୍ତଙ୍କ ମୃତ ଦେହ ମିଳିଥିଲା । ପ୍ରାରମ୍ଭିକ ଅନୁସନ୍ଧାନରେ ପୋଲିସ ଏହାକୁ ଆତ୍ମହତ୍ୟା ବୋଲି କହିଥିବାବେଳେ ସୁଶାନ୍ତଙ୍କ ପରିବାର ଓ ପ୍ରଶଂସକମାନେ କହିଛନ୍ତି ଯେ ତାଙ୍କୁ ହତ୍ୟା କରାଯାଇଛି। ବର୍ତ୍ତମାନ ଏହି ମାମଲାରେ ସିବିଆଇ ତଦନ୍ତ ଚାଲିଛି। ଗତ ଏକ ବର୍ଷ ଧରି ତାଙ୍କ ପ୍ରଶଂସକମାନେ ସୁଶାନ୍ତଙ୍କ ପାଇଁ ନ୍ୟାୟ ଦାବି କରିଆସୁଛନ୍ତି।

Advertisment
Mumbai Bollywood Entertainment News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ