Advertisment

ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ଶୁଣାଣି- ‘ଦ କେରଳ ଷ୍ଟୋରୀ’ ଉପରେ ଲାଗିବନି ରୋକ୍

ବହୁ ଚର୍ଚ୍ଚିତ ହିନ୍ଦୀ ଫିଲ୍ମ ‘ଦ କେରଳ ଷ୍ଟୋରୀ’ ଉପରେ ଲାଗିବନି ରୋକ୍। ପଶ୍ଚିମବଙ୍ଗ ସରକାର ଲଗାଇଥିବା ବ୍ୟାନ୍ ଉପରେ ରୋକ୍‌ ଲଗାଇଛନ୍ତି ସୁପ୍ରିମକୋର୍ଟ।

ଅଦ୍ୟତନ ହୋଇଛି
Supreme Court Banned Order On The Kerala Story

Supreme Court stays West Bengal govt order banning film ‘The Kerala Story’

Advertisment

ବହୁ ଚର୍ଚ୍ଚିତ ହିନ୍ଦୀ ଫିଲ୍ମ ‘ଦ କେରଳ ଷ୍ଟୋରୀ’ ଉପରେ ଲାଗିବନି ରୋକ୍। ପଶ୍ଚିମବଙ୍ଗ ସରକାର ଲଗାଇଥିବା ବ୍ୟାନ୍ ଉପରେ ରୋକ୍‌ ଲଗାଇଛନ୍ତି ସୁପ୍ରିମକୋର୍ଟ। ଗୁରୁବାର ଏନେଇ ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିବା ସହ ପଶ୍ଚିମବଙ୍ଗ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ ସୁପ୍ରିମକୋର୍ଟ।

Advertisment

ଅଧିକ ପଢ଼ନ୍ତୁ: ଧୋକା ଠାରୁ ଆରମ୍ଭ କରି ଧର୍ମାନ୍ତରୀକରଣ, The Kerala Storyକୁ ନେଇ ବିବାଦ କାହିଁକି ?

ପ୍ରଧାନ ବିଚାରପତି ଜଷ୍ଟିସ୍ ଡି.ୱାଇ ଚନ୍ଦ୍ରଚୂଡ଼ଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ। ପଶ୍ଚିମବଙ୍ଗରେ କାହିଁକି ସିନେମା ଉପରେ ବ୍ୟାନ୍‌ ଲାଗିଛି ସେ ନେଇ ପ୍ରଶ୍ନ ଉଠାଇଥିଲେ। ଯଦି କୌଣସି ଆଇନଶୃଙ୍ଖଳା ପରିସ୍ଥିତି ରହିଛି ତେବେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉ। ଏହାସହ ରାଜ୍ୟ ସରକାର କଡ଼ା ସୁରକ୍ଷା ଯୋଗାନ୍ତୁ ବୋଲି ସୁପ୍ରିମକୋର୍ଟ କହିଛନ୍ତିା

Advertisment

ସୁପ୍ରିମକୋର୍ଟଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ଶୁଣାଣି ପରେ ପୁଣି ଥରେ ପଶ୍ଚିମବଙ୍ଗରେ ଏହି ଫିଲ୍ମ ପ୍ରଦର୍ଶନ ନେଇ ବାଟ ଫିଟିଛି। କେରଳର କିଛି ହିନ୍ଦୁ ଯୁବତୀଙ୍କୁ ମୁସଲିମ ଭାବେ ଧର୍ମାନ୍ତରୀକରଣ କରିବା ସହ ISIS ଆତଙ୍କବାଦୀ ସଂଗଠନରେ ସାମିଲ କରାଯାଉଥିବା ଅଭିଯୋଗରେ ସିନେମା ପ୍ରସ୍ତୁତ ହୋଇଛି ‘ଦ କେରଳ ଷ୍ଟୋରୀ(The Kerala Story)’ 

ଅଧିକ ପଢ଼ନ୍ତୁ: The Kerala Story: ‘ଦ କେରଳ ଷ୍ଟୋରୀ’କୁ ବିରୋଧ କରୁଥିବା ଲୋକଙ୍କୁ ଅଦା ଶର୍ମାଙ୍କ ଶକ୍ତ ଚାପୁଡ଼ା

Advertisment

Supreme Court
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ